ବିନା ଗ୍ରାମସଭାରେ କଡିଙ୍ଗାମାଳି ବକ୍ସାଇଟ୍ ଖଣିରୁ ଖଣି ଉତ୍ତୋଳନ, ରାଜ୍ୟସରକାରଙ୍କୁ ହାଇକୋର୍ଟ ନୋଟିସ ସତ୍ୱେ ଖଣି ଖନ୍ନନ

ଲକ୍ଷ୍ମୀପୁର (ମଣ୍ଟି ଖରା): ଗତ୨୫.୦୧.୨୦୧୯ ରିଖରେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ କଡିଙ୍ଗାମାଳି ବକ୍ସାଇଟ ଖଣିରୁ ଚାଲିଥିବା ବେଆଇନ୍ ଉତ୍ତୋଳନକୁ ବିରୋଧ କରି ରୁଜୁମାମଲାରେ ଓଡିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ଲାଗି ନୋଟିସ ଜାରି କରିଛନ୍ତି ।

କଡିଙ୍ଗାମାଳି ସୁରକ୍ଷାମଞ୍ଚ ସଭାପତି ପ୍ରଦିପ ବାଘଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ କେ ଏସ ଜାଭେରି ଏବଂ ଜଷ୍ଟିସ୍ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡ ପିଠ ବିଗତ ୪ସସ୍ତାହ ମଧ୍ୟରେ ରାଜ୍ୟର ମୁଖ୍ୟଶାସନସଚିବ,ଖଣିସଚିବ, ଓଏମସି ନିର୍ଦେଶକ, କୋରାପୁଟ ଖଣିସର୍କଲର ଉପନିର୍ଦେଶକ, କୋରାପୁଟ ଜିଲ୍ଲାପାଳ, ଲକ୍ଷ୍ମୀପୁର ତହସିଲ୍ଦାର, ପୁଲିସ୍ ଡିଜି, ଏସପି କୋରାପୁଟ, ଲକ୍ଷ୍ମୀପୁର ଥାନା ଆଇଆଇସି ଏବଂ ମୌତ୍ରୀଇନ୍ଫାର ମ୍ୟାନେଜିଂଗ ପାର୍ଟନରଙ୍କୁ ଜବାବ ଦାଖଲ୍ ନିମନ୍ତେ ନିର୍ଦେଶ ଦେଇଥିଲେ । କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନ ନେଇ ଆବେଦନକାରୀ ପ୍ରଦିପ ବାଘଙ୍କୁ ମିଛ କହି ପୁଲିସ୍ ବାବୁମାନେ ଗଡାଇ ବୁଲୁଛନ୍ତି । ପାରିପାର୍ଶିକ ଅଞ୍ଚଳର ଲୋକମାନେ କଡିଙ୍ଗାମାଳି ସୁରକ୍ଷା ମଞ୍ଚ ବୌଠକ ବସିଲେ ମୌତ୍ରୀଇନ୍ଫାର ପିଆରଓ ତଥା କର୍ମଚାରୀ ଯାଇ ଲକ୍ଷ୍ମୀପୁର ପୁଲିସ୍ କୁ କହି ବୈଠକ ଭଣ୍ଡୁର କରୁଛନ୍ତି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ବକ୍ସାଇଟ ମାଲ୍ ବୁହାଗାଡି ପ୍ରତ୍ୟେକ ଦିନ କାକିରିଗୁମା ଦେଇ ଯାଉଥିବାରୁ କାକିରିଗୁମା ଅଞ୍ଚଳବାସୀ ବହୁ ଦୁର୍ଘଟଣାର ଅସୁବିଧା ଭୋଗ କରୁଛୁ ବୋଲି ଜିଲ୍ଲାପାଳଙ୍କୁ ଅଭିଯୋଗ ସତ୍ୱେ ଜିଲ୍ଲାପାଳ ଶୁଣୁନାହାଁନ୍ତି ବୋଲି କହିଛନ୍ତି । ବର୍ତମାନ ଦଶମ ଶ୍ରେଣିର ପରିକ୍ଷା ଚାଲୁରହିଛି ହେଲେ ମଧ୍ୟ ବକ୍ସାଇଟ କଞ୍ଚାମାଲ୍ ବୁହାଯାଉଛି ପିଲାମାନଙ୍କର ଯିବା ଆସିବାରେ ବହୁଅସୁବିଧା ଭଗିବା ପଡୁଛି ବୋଲି ଅଭିଭାବକ ମାନେ କହୁଛନ୍ତି । ଏଣୁ ଏହି ବକ୍ସାଇଟ ବୁହାକୁ କିଛିଦିନ ପାଇଁ ବନ୍ଦ ରଖାଯାଉ ବୋଲି ଅଞ୍ଚଳବାସୀ ଅନୁରୋଧ କରୁଛନ୍ତି ।

Comments are closed.