ସର୍ଭିସ୍ ରିଭଲଭର ରୁ ଗୁଳି ଫୁଟି ଗାଙ୍ଗପୁର ଥାନା ଅଧିକାରୀଙ୍କ ମୃତ୍ୟୁ

0
194
ସର୍ଭିସ୍ ରିଭଲଭର

ରିପୋର୍ଟ : ବିରଞ୍ଚି ପ୍ରାସାଦ //
ଗୁଣୁପୁର, (୨୬/୦୩) : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଗାଙ୍ଗପୁର ସରକାରୀ ବାସଭବନ ରେ ନିଜ ସର୍ଭିସ୍ ରିଭଲଭର ରୁ ଗୁଳି ଫୁଟି ଗାଙ୍ଗପୁର ଥାନାଧିକାରୀ ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁରେ ସାରା ସହର ସ୍ତବ୍ଧ ହୋଇଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ଥାନା ଅଧିକାରୀଙ୍କ ନିଜ ସର୍ଭିସ୍ ରିଭଲଭର ରୁ ଆକସ୍ମିକ ଭାବେ ଗୁଳି ଫୁଟି ମୃତ୍ୟୁ ଘଟିଥିବା ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି । ଦେହରେ ଗୁଳି ବାଜିବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ସଙ୍ଗେ ସଙ୍ଗେ ଆସିକା ମେଡ଼ିକାଲ କୁ ନିଆ ଯାଇଥିଲା ସେଠାରେ ଦାଇତ୍ୱରେ ଥିବା ଡାକ୍ତର, ଥାନା ଅଧିକାରୀ ଗମାଙ୍ଗ ଙ୍କୁ ମୃତ ଘୋଷଣା କରିଥିଲେ । ସେ ୪ ମାସ ହେବ ଗାଙ୍ଗପୁର ଥାନାରେ ଥାନା ଅଧିକାରୀ ଭାବେ ଦାଇତ୍ୱ ଗ୍ରହଣ କରିଥିଲେ ।

ସେହି ଦିନ ଠାରୁ ସେ ମାନସିକ ଚାପରେ ରହିଥିବା ସୂଚନା ମିଳିଛି । ପୋଲିସ ଉପରିସ୍ଥ ଅଧିକାରୀ ମାନେ ଘଟଣାସ୍ଥଳରେ ପହଂଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ବେଳେ କେଉଁ ପରିସ୍ଥିତିରେ ଗୁଳି ଫୁଟିଲା ତାହା ଶବ ବ୍ୟବଚ୍ଛେଦ ପରେ ଜଣାପଡିବ ବୋଲି ସୂଚନା ମିଳିଛି । ଘଟଣା ଘଟିବା ପରେ ସମସ୍ତ ବରିଷ୍ଠ ଅଧିକାରୀ ମାନେ ପହଁଞ୍ଚି ଥିବା ଜଣାପଡିଛି । ଘଟଣାସ୍ଥଳରେ ପରିବାର ଲୋକେ ପହଂଚିବା ପରେ ସବ ବ୍ୟବଚ୍ଛେଦ ହୋଇଥିଲା । ପରେ ଦେବ ଗମଙ୍ଗଙ୍କ ଶବକୁ ତାଙ୍କର ପୈତୃକ ଗ୍ରାମ କାଇଠପଦର କୁଡ଼ିଆ କୁ ଅଣାଯାଇଥିଲା ।

ସେଠାରେ ଗୁଣୁପୁର ଆଦର୍ଶ ଥାନାର କର୍ମଚାରୀ, ଅଡିସିନାଲ ଏସ ପି ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ରାଷ୍ଟ୍ରିୟ ମର୍ଯ୍ୟାଦା ର ସହିତ ଶେଷକୃତ ସମ୍ପର୍ଣ୍ଣ କରିଯାଇଥିଲା । ଜଣେ ଦକ୍ଷ ପୋଲିସ ଅଧିକାରୀଙ୍କ ଏପରି ସଂଦେହ ଜନକ ମୃତ୍ୟୁ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଅଧିକ ତଦନ୍ତ କଲେ ଦେବ ଗମାଙ୍ଗଙ୍କ ରହସ୍ୟମୟ ମୃତ୍ୟୁ ଉପରୁ ପରଦା ଉଠିବ ବୋଲି ପରିବାର ଲୋକେ ଅନୁରୋଧ କରିଛନ୍ତି ।