Related Contents

ଜାଣନ୍ତୁ ମହିଳା ଜଣକ କିଏ ? ଗତକାଲି ବୀର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତମାନକୁ ଛାଡିବାକୁ ଆସିଥିଲେ ବୋର୍ଡର

ନୂଆଦିଲ୍ଲୀ: ଶେଷରେ ଗତକାଲି ରାତି ୯.୨୧ରେ ଭାରତୀୟ ବାୟୁସେନାର ବୀର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ଛାଡ଼ି ଦେଇଛି ପାକିସ୍ତାନ ।

ତାଙ୍କୁ ଛାଡ଼ିବାକୁ ଅଟ୍ଟାରି-ୱାଘା ସୀମା ପର୍ଯ୍ୟନ୍ତ ପାକିସ୍ତାନର ବୈଦେଶିକ ବିଭାଗର କିଛି ଅଧିକାରୀଙ୍କ ସହିତ ପାକିସ୍ତାନୀ ରେଞ୍ଜର୍ସର ଅଧିକାରୀ ଆସିଥିଲେ । ତାଙ୍କ ସହ ପାକିସ୍ତାନୀ ରେଞ୍ଜର୍ସ ସହ ଜଣେ ମହିଳା ମଧ୍ୟ ଅଭିନନ୍ଦନଙ୍କ ପାଖରେ ଛିଡା ହୋଇଥିଲେ | ଏବେ ସେ ମହିଳାଙ୍କୁ ନେଇ ଚର୍ଚ୍ଚା ହେଉଛି ଯେ ସେ ମହିଳା ଜଣଙ୍କ କିଏ? ସେ ହେଉଛନ୍ତି ପାକିସ୍ତାନର ବୈଦେଶିକ ବିଭାଗରେ ଭାରତ ସଂପର୍କିତ ବ୍ୟାପାରର ନିର୍ଦ୍ଦେଶକ ଅଛନ୍ତି । ତାଙ୍କ ନାଁ ଡ. ଫରିହା ବୁଗତୀ । ସେ ଜଣେ ଏଫ୍‌ଏସ୍‌ପି (ପାକିସ୍ତାନ ବିଦେଶ ସେବା) ଅଧିକାରୀ ଅର୍ଥାତ୍ ଆମ ଦେଶର ଆଇଏଫ୍‌ଏସ୍‌ (ଭାରତୀୟ ବୈଦେଶିକ ସେବା) ଅଧିକାରୀଙ୍କ ପରି ଜଣେ ଅଧିକାରୀ ।

Comments are closed.