ଅଗଷ୍ଟ ୧ ତାରିଖରୁ ଖୋଲିବ ପ୍ରାଣୀ ଉଦ୍ୟାନ କେନ୍ଦ୍ର ନନ୍ଦନକାନନ : କୋଭିଡ୍ ଗାଇଡ୍ଲାଇନ ବାଧ୍ୟତାମୂଳକ

0
212

ରିପୋର୍ଟ : ସୁଭାସିସ ନାୟକ //
ଭୁବନେଶ୍ୱର,(୩୧/୦୭) : ଆସନ୍ତା ଅଗଷ୍ଟ ୧ ତାରିଖରୁ ପ୍ରାଣୀ ଉଦ୍ୟାନ କେନ୍ଦ୍ର ନନ୍ଦନକାନନ ଖୋଲିବ ବୋଲି ସୂଚନା ମିଳିଛି । କୋଭିଡ ଯୋଗୁ ପ୍ରାୟ ୩ ମାସ ଧରି ବନ୍ଦ ରହିଥିବା ଏହି କେନ୍ଦ୍ର ପର୍ଯ୍ୟଟକଙ୍କ ପାଇଁ ଖୋଲିବ ।

ମିଳିଥିବା ସୂଚନା ଅନୁସାରେ, କୋଭିଡ୍ ଗାଇଡଲାଇନ କୁ ସମ୍ପୂର୍ଣ୍ଣ ଭାବେ ମାନି ଅଗଷ୍ଟ ୧ ତାରିଖରୁ ନନ୍ଦନକାନନ ଖୋଲାଯିବ । ପର୍ଯ୍ୟଟକଙ୍କ ପାଇଁ କୋଭିଡ୍ ଗାଇଡ୍ଲାଇନ ବାଧ୍ୟତାମୂଳକ କରାଯିବ । ପର୍ଯ୍ୟଟକ ଙ୍କୁ ଥଣ୍ଡା, କାଶ ଥିଲେ ନନ୍ଦନକାନନ ଭିତରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ ।

ପର୍ଯ୍ୟଟକ ଙ୍କ ପାଇଁ ମାସ୍କ, ସାମାଜିକ ଦୂରତାକୁ ମାନିବା ବାଧ୍ୟତାମୂଳକ କରାଯାଇଥିବା ବେଳେ ଗେଟରେ ଥର୍ମାଲ ସ୍କ୍ରିନିଂ ମଧ୍ୟ କରାଯିବ । ଏହାସହିତ ଜୀବଜନ୍ତୁ ରହୁଥିବା ସ୍ଥାନ ବା ସେମାନଙ୍କ ଚାରିପଟେ ଘେରାଯାଇଥିବା ବ୍ୟାରିକେଡକୁ ମଧ୍ୟ ସ୍ପର୍ଶ ନକରିବାକୁ ପର୍ଯ୍ୟଟକ ମାନଙ୍କୁ ପରାମର୍ଶ ଦିଆଯାଇଛି ।