Friday, March 29, 2024

Top 5 This Week

Related Posts

ହାଟଖୁଡୁପି ଗ୍ରାମରେ ଉତ୍କଟ ଜଳ ସମସ୍ୟା

ରିପୋର୍ଟ : ଅର୍ଜୁନ ହରିଜନ //
କୁନ୍ଦ୍ରା, କୋରାପୁଟ, (୨୬/୦୩) : କୋରାପୁଟ ଜିଲ୍ଲା ର କୁନ୍ଦ୍ରା ବ୍ଲକ ଅନ୍ତର୍ଗତ ଘୁମର ପଂଚାୟତ ର ହାଟଖୁଡୁପି ଗ୍ରାମରେ ଉତ୍କଟ ଜଳ ସମସ୍ୟା ଦେଖା ଦେଇଛି l ଗ୍ରୀଷ୍ମ ଆରମ୍ଭରେ ଏପରି ପାନୀୟ ଜଳ ସମସ୍ୟାକୁ ନେଇ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ l3727be04 3735 4931 b4ee 35dbbe301e58 ହାଟଖୁଡୁପି ଗ୍ରାମରେ ଉତ୍କଟ ଜଳ ସମସ୍ୟା

ହାଟଖୁଡୁପି ଗ୍ରାମରେ ମୋଟ ଜନସଂଖ୍ୟା ୪୭୪ ଥିବା ବେଳେ ପ୍ରଶାସନ ପକ୍ଷରୁ ଗାଁ ରେ ୪ଟି ନଳକୂପ ଖନନ କିରାଯାଇଛି l କିନ୍ତୁ ସେହି ନଳକୂପ ଗୁଡିକ ଖରା ଦିନେ ନିଅଣ୍ଟିଆ ପାଣି ଲାଗି ବାଧ୍ୟ ହୋଇ ଗାଁ ଲୋକେ ଛୁଆଁ ପାଣି ଉପରେ ନିର୍ଭର କରନ୍ତି l ମୋଟ ଘୁମର ପଂଚାୟତ ର ୬ଟି ୱାର୍ଡରେ ଏହିପରି ପାନୀୟ ଜଳ ସଙ୍କଟ ରହିଛି l ପୂର୍ବରୁ ପ୍ରଶାସନ କୁ ଏହି ସମସ୍ୟା ବିଷୟରେ ଅଭିଯୋଗ ପରେ ମଧ୍ୟ କେହି କର୍ଣ୍ଣପାତ କରୁ ନଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି l

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles