ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୨୬/୦୩) : ଗତ ଦୁଇ ଦିନ ପୂର୍ବେ ୨୪ ତାରିଖରେ ଜମିବାଡ଼ି ଶତ୍ରୁତା କୁ ନେଇ ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଂଚାୟତ ଅନ୍ତର୍ଗତ ଖରଭୂଇଁ ଠାରେ ଟାଙ୍ଗିଆ ମରଣାତ୍ମକ ଆକ୍ରମଣକାରି କୁ ତୁରନ୍ତ ଗିରଫ ଦାବିରେ ଗ୍ରାମ ର ଶତାଧିକ ପୁରୁଷ, ମହିଳା ଏମିତିକି ସ୍କୁଲ ପିଲା ମଧ୍ୟ ଚାରିଛକ-କୁସଙ୍ଗ ରାଜ୍ୟ ରାଜପଥର ଖରାଭୂଇଁ ଠାରେ ରାସ୍ତା ରୋକ ଆନ୍ଦୋଳନ ଆଜି ସକାଳ ୫ ଟାରୁ କରିଥିବାର ଜଣାପଡିଛି |
ସୂଚନା ମତେ ଜମିବାଡ଼ି କୁ ନେଇ ବିଷ୍ଣୁ ଚରଣ ରଣା ଓ ଟୁକୁନା ଦୀପ ମଧ୍ୟରେ କଥା କଟାକଟି ହେଉଥିବା ସମୟରେ ଉତକ୍ଷିପ୍ତ ହୋଇ ଏକ ଟାଙ୍ଗିଆ ରେ ଟୁକୁନା ଦୀପ ଶ୍ରୀ ରଣାଙ୍କ ଗୋଡ଼, ପିଠି ରେ ଆକ୍ରମଣ କରିଥିଲା ଶ୍ରୀ ରଣା ପାଟି କରିବାରୁ ସ୍ଥାନୀୟ ଲୋକେ ଘଟଣା ସ୍ଥଳକୁ ପହଂଚିବା ପୂର୍ବରୁ ଆକ୍ରମଣକାରି ସେଠାରୁ ଖସିଯାଇଥିଲା |
ଆଜକୁ ଦୁଇଦିନ ହେବ ପୋଲିସ କୌଣସି ପଦକ୍ଷେପ ବା ଦୋଷୀକୁ ଗିରଫ କରି ନଥିବାବୁ ଆଜି ଗ୍ରାମର ସମସ୍ତ ଜନସାଧାରଣ ରାସ୍ତା ରୋକ କରିଥିଲେ | ଆନ୍ଦୋଳନ ସ୍ଥାନରେ ପୁରୁଣାକଟକ ଥାନା କର୍ମଚାରୀ ପହଞ୍ଚି ଆଗାମୀ ସାତଦିନ ଭିତରେ ଆକ୍ରମଣ କରି ଟୁକୁନା କୁ ଗିରଫ କରିବା ପାଇଁ ରାସ୍ତା ରୋକ କରିମାନଙ୍କୁ ପ୍ରତିଶୃତି ଦେବାରୁ ଗ୍ରାମବାସୀ ଆନ୍ଦୋଳନ ରୁ ହଟିଥିଲେ |