ମାଓନେତା ସବ୍ୟସାଚୀ ପଣ୍ଡା ରାୟଗଡା ସିଜିଏମ କୋର୍ଟରେ ହାଜର ହେଲେ

ରାୟଗଡା (ଗୋପୀନାଥ ଗୌଡ଼): କଡା ସୁରକ୍ଷା ମଧ୍ୟରେ ଆଜି ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ରାୟଗଡା ସିଜିଏମ କୋର୍ଟରେ ହାଜର କରାଯାଇଛି ।

୨୦୦୨ ମସିହା ଡିସେମ୍ବର ୫ତାରିଖରେ ଚାନ୍ଦିଲି ଥାନା ଅନ୍ତର୍ଗତ ମିଟସ କଲେଜ ନିକଟରେ ପୁଲିସ ଭ୍ୟାନକୁ ବୋମା ଲଗାଇଦେଇ ଉଡାଇ ଦେବା ଘଟଣାରେ ଏବଂ ମୁକୁନ୍ଦପୁର ଲିଙ୍ଗାଗୁଡା ଠାରେ ଘଟିଥିବା ଏନକୋଉଣ୍ଟର ଘଟଣାରେ ସବ୍ୟସାଚୀଙ୍କ ନାମରେ ମାମଲା ରହିଥିଲା । ତେବେ ଆଜି ଉକ୍ତ ଘଟଣାରେ ଜଣେ ପୁଲିସ ଅଧିକାରି କୋର୍ଟ ଆଗରେ ସାକ୍ଷ୍ୟ ପ୍ରଦାନ କରିଥିଲେ । ଅନ୍ୟପଟେ ଘଟଣାରେ ସବ୍ୟସାଚୀ ପଣ୍ଡାଙ୍କ କୌଣସି ହାତ ନ ଥିବା ପ୍ରତିପକ୍ଷଙ୍କ ପକ୍ଷକୁ କୋର୍ଟରେ ଦର୍ଶାଯାଇଥିଲା । ଏହି ମାମଲାରେ ପରବର୍ତୀ ଶୁଣାଣି ଆସନ୍ତା ମାର୍ଚ୍ଚ ୨୦ତାରିଖରେ ହେବ ।

Comments are closed.