Advertisements
Sunday, July 5, 2020
Home headline ପାକିସ୍ତାନ ଜିନ୍ଦାବାଦ କହି ସରକାରୀ ବସଯାତ୍ରୀଙ୍କୁ ମାରପିଟ, ୨ଜଣ ସନ୍ଦିଗ୍ଧ ଥାନାରେ ଅଟକ

ପାକିସ୍ତାନ ଜିନ୍ଦାବାଦ କହି ସରକାରୀ ବସଯାତ୍ରୀଙ୍କୁ ମାରପିଟ, ୨ଜଣ ସନ୍ଦିଗ୍ଧ ଥାନାରେ ଅଟକ

ବିନିକା (ଧ୍ରୁବରାଜ ମିଶ୍ର): ବିନିକା ସୋନପୁର ଯାଉଥିବା ସରକାରୀ ବସରୁ ଗତକାଲି ପାକିସ୍ତାନ ସପକ୍ଷରେ ଜିନ୍ଦାବାଦ ସ୍ଲୋଗାନ ଦେଇ ବସଯାତ୍ରୀଙ୍କୁ ମାରପିଟ କରି ଭୟଭୀତ କରୁଥିବାରୁ ୨ଜଣ ସନ୍ଦିଗ୍ଧ ଯୁବକଙ୍କୁ ବିନିକା ପୋଲିସ ଥାନାକୁ ଆଣି ଅଟକ ରଖିଛନ୍ତି |

ଘଟଣାରୁ ପ୍ରକାଶ ଯେ ଉକ୍ତ ସରକାରୀ ବସ ବରଗଡ଼ରୁ ବାହାରି ବିନିକା ସୋନପୁର ଦେଇ ଭୁବନେଶ୍ୱର ଯାଉଥିଲା | ସନ୍ଧ୍ୟାରେ ବିନିକା ବସ ସ୍ଟାନ୍ଡ ରୁ ବାହାରି ଫୁଳମୁଠି ପର୍ଯ୍ୟନ୍ତ ଯିବା ପରେ ବସ ଭିତରେ ଥିବା ୨ଜଣ ଯୁବକ ବସଯାତ୍ରୀଙ୍କୁ ମାରପିଟ ସହ ଭୟଭୀତ କରୁଥିଲେ | ସ୍ଥାନୀୟ ଲୋକ ଦେଖି ବସକୁ ଅଟକାଇ ଥିଲେ | ସେ ସମୟରେ ସନ୍ଦିଗ୍ଧ ଯୁବକ ଦୁଇ ଜଣ ପାକିସ୍ତାନ ଜିନ୍ଦାବାଦ କହି ମାରପିଟ କରୁଥିବା ଦେଖାଯାଇଥିଲା | ବିନିକା ପୋଲିସ ଖବର ପାଇ ବସ ମଧ୍ୟରୁ ଉକ୍ତ ଯୁବକ ଦ୍ବୟଙ୍କୁ ଥାନାରେ ଅଟକ ରଖିଛି | ଘଟଣା ଜଣାପଡିବା ପରେ ଅନେକ ଲୋକ ଥାନା ଓ ଡାକ୍ତରଖାନାରେ ରୁଣ୍ଡ ହୋଇଥିଲେ | ସେମାନେ ଉକ୍ତ ସନ୍ଦିଗ୍ଧ ଯୁବକ ଆଗରେ ଭାରତ ଜିନ୍ଦାବାଦ ଓ ପାକିସ୍ତାନ ମୁର୍ଦ୍ଧାବାଦ ନାରା ଦେଇଥିଲେ | ଯୁବକ ଦ୍ବୟ ଅଣଓଡ଼ିଆ ହୋଇଥିବାରୁ ତାଙ୍କ ପରିଚୟ ମିଳିପାରିନାହିଁ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

ମାଲକାନଗିରି ଜିଲ୍ଲାରେ ମାଓ ବିରୋଧୀ ପୋଷ୍ଟର

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ମାଓବାଦୀ ଙ୍କୁ ବିରୋଧ କରି ପୋଷ୍ଟର ଲାଗିଲା ସ୍ବାଭିମାନ ଅଞ୍ଚଳରେ ।

ଜାମସେଠ ଠାରେ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୩/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜାମ ସେଠ ହସପିଟାଲ ଠାରେ ଝାରବନ୍ଧ ଓ ଜାମ ସେଠ...

Recent Comments

%d bloggers like this: