Related Contents

ପୋଲିସ ଭ୍ୟାନ ସହ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା, ୨ପୁଲିସ କର୍ମଚାରୀ ମୃତ୍ୟୁ ଓ ୩୦ରୁ ଅନେକ ଆହତ

ଝାରସୁଗୁଡା (ଓଡିଶା ନ୍ୟୁଜ୨୪): ଆଜି ସକାଳ ୬ଘଟିକା ବେଳେ ଏନଏଚ-୪୯ ବେଲପାହଡ ଏକ ପେଟ୍ରୋଲ ପମ୍ପ ନିକଟରେ ପୁଲିସ ଭ୍ୟାନ ସହ ଏକ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣା ସ୍ଥଳରେ ୨ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ହେବା ସହ ୩୦ରୁ ଅଧିକ ପୁଲସ କମ୍ରଚାରୀ ଆହତ ହୋଇଥିବା ଜଣାପଡିଛି ।

ଆହତମାନଙ୍କୁ ଟିଆରଏଲ ମେଡିକାଲରେ ଓ ମଣ୍ଡଳିଆ କେନ୍ଦୀୟ ହସ୍ପିଟାଲ ରେ ଭର୍ତ୍ତି କାରଯିବା ସହ ଗୁରୁତର ଆହତହୋଇଥିବା ବ୍ୟକ୍ତିଙ୍କୁ ବୁର୍ଲା ବଡ ହାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଝାରସୁଗୁଡା ଓଏସଏପି ର ୪୦ ଜଣ ପୁଲିସ ଯବାନ ମୂଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗଦେବାକୁ ଝାରସୁଗୁଡାରୁ ବନହରପାଲି ଯାଇଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି ।

Comments are closed.