Friday, March 29, 2024

Top 5 This Week

Related Posts

ଗୁଣପୁର ପୈାର ପରିଷଦ ରେ ସ୍ବାଧୀନ ପ୍ରାର୍ଥୀଙ୍କ ବାଜିମାତ

35dbe49b 0ba0 4aac 89eb 0806f4121493 ଗୁଣପୁର ପୈାର ପରିଷଦ ରେ ସ୍ବାଧୀନ ପ୍ରାର୍ଥୀଙ୍କ ବାଜିମାତରିପୋର୍ଟ : ବିରଞ୍ଚି ପ୍ରସାଦ //
ଗୁଣପୁର, (୨୬/୦୩) : ଆଜି ବହୁ କଳ୍ପନା ଜଳ୍ପନା ର ଅନ୍ତ ଘଟିଛି । ଗୁଣପୁର ପୈାର ପରିଷଦ ନିର୍ବାଚନ ର ଫଳାଫଳ ଘୋଷଣା ହୋଇଛି ।

ପୂର୍ବରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡ଼ି କୁ ପଛରେ ପକାଇ ଦୁଇଟି ଯାକ ଜିଲ୍ଲା ପରିଷଦ ଆସନ ଅକ୍ତିଆର କରିଥିବା ପୂର୍ଵତନ ଏନ ଏ ସି ଅଧ୍ୟକ୍ଷ ଶିବ ପ୍ରସାଦ ଗୈ।ଡଙ୍କ ପତ୍ନୀ, ଗୁଣପୁର ପୈାର ପରିଷଦ ରେ ସ୍ବାଧୀନ ମେୟର ପ୍ରାର୍ଥୀନି ମମତା ଗୈ।ଡ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡ଼ି ର ସଂଯୁକ୍ତା ସାହୁଙ୍କୁ ୪୩୯୮ ଖଣ୍ଡ ଭୋଟରେ ବ୍ୟବଧାନରେ ପରାସ୍ତ କରିଛନ୍ତି । ମମତା ଗୈ।ଡ ମୋଟ ୯୫୩୬ ଖଣ୍ଡ ଭୋଟ ପାଇଥିବା ବେଳେ ସଂଯୁକ୍ତା ସାହୁ ୫୧୩୮ ଖଣ୍ଡ ଭୋଟ ପାଇଥିଲେ ।dab78a92 052b 45fc bbeb cb73d607c403 ଗୁଣପୁର ପୈାର ପରିଷଦ ରେ ସ୍ବାଧୀନ ପ୍ରାର୍ଥୀଙ୍କ ବାଜିମାତ

ଵିଜେଡି ୮ଟି କାଉନସିଲର ପ୍ରାର୍ଥୀ ହାତେଇ ଥିବା ବେଳେ ଶିବ ଗୈାଡ ସମର୍ଥିତ ସ୍ବାଧିନ କାଉନସିଲର ପ୍ରାର୍ଥୀ ୧୧ଟି ୱ।ଡରେ ଵିଜୟଲାଭ କରିଛନ୍ତି । ଫଳରେ ଗୁଣପୁର ପୈାର ପରିଷଦରେ ସମସ୍ତଙ୍କୁ ପଛରେ ପକାଇ ସ୍ବାଧୀନ ପ୍ରାର୍ଥୀ ନିଜର ଆଧିପତ୍ୟ ବିସ୍ତାର କରିଛନ୍ତି । ଏଠାରେ ଶାସକ ଦଳ ମାଟି କାମୁଡିଵା ଓ ବିଦ୍ରୋହୀ ବିଜେଡି ପ୍ରାର୍ଥୀଙ୍କ ଜିତାପଟ ହେଵା ରାୟଗଡା ରାଜନୀତିକୁ ଏକ ନୂଆ ଦିଶା ଦେଖାଇଵ ବୋଲି ଚର୍ଚ୍ଚା ହେଉଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles