କୁଶଂଗ- ଭାପୁର ଠାରୁ ଗେରେଡିସାହି ପର୍ୟ୍ଯନ୍ତ ରାସ୍ତା ପାଲଟିଛି ମରଣ ଯନ୍ତା

0
255
କୁଶଂଗ- ଭାପୁର ଠାରୁ

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୨୫/୦୩) : ବୌଦ୍ଧ ଜିଲ୍ଲା ହରଭଂଗା ବ୍ଲକ ମହାଳିକପଡା ପଂଚାୟତ ଦୁର୍ଗମ ପାହାଡିଆ ଇଲାକା କୁଶଂଗ- ଭାପୁର ଠାରୁ ଗେରେଡିସାହି ପର୍ୟ୍ଯନ୍ତ ରାସ୍ତା ମରଣ ଯନ୍ତା ପାଲଟିଛି | ଯାହାକି ଉକ୍ତ ରାସ୍ତା ସିରିପାଜୁ ଗାଁ ନିକଟରେ ଥିବା ଏକ ନାଳରେ ୨୦୧୩ ମସିହାରେ ଏକ ପୋଲ ନିର୍ମାଣ କାମହେଇଥିଲା ହେଲେ କେବଳ ମାତ୍ର ଓ୍ବାଲ ପିଲରରେ ହିଁ ରହିଯାଇଛି ଛାତ ପଡିପାରିନି ଦୀର୍ଘ ୯ ବର୍ଷ ହେଲା ପିଲର ରୁ ସିମେଣ୍ଟ ମଧ୍ଯ ଝଡି ସାରିଲାଣି ।bd3 1 କୁଶଂଗ- ଭାପୁର ଠାରୁ ଗେରେଡିସାହି ପର୍ୟ୍ଯନ୍ତ ରାସ୍ତା ପାଲଟିଛି ମରଣ ଯନ୍ତା

କୁଶଂଗ- ଭାପୁର ଠାରୁ ଗେରେଡିସାହି ପର୍ୟ୍ଯନ୍ତ ରାସ୍ତା ର ମରାମତି ପାଇଁ ବ୍ଲକ ପ୍ରଶାସନ ଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ୟ୍ଯନ୍ତ ନେତା ମନ୍ରୀ କୁ ଗୁହାରୀ କରି କରି କେହିବି ଶୁଣୁନାହାନ୍ତି ଏହି ନିରିହ ଆଦିବାସୀ ହରିଜନ ଙ୍କ କଥା, ପୁଣି ଗେରେଡିସାହି ଠାରୁ ସାତଖଣ୍ଡ ହିଞ୍ଜଳ ଗାଁକୁ ଯେଉଁ ୫ କି ମି ରାସ୍ତା ଦେଇଯିବାକୁ ହୁଏ ସବୁ ଦିନିଆ ରାସ୍ତାଟିଏ ନଥିବାରୁ ସେମାନଂକୁ ଅଧିକ ୨୫ କିଲୋମିଟର ବାଟ ବୁଲିଯିବାକୁ ପଡୁଛି ।

ପୁଣି ଗେରେଡିସାହି ଗ୍ରାମରେ ରହିଛି ୫ ଏକର ବିଶିଷ୍ଟ ମହା ପୁଷ୍କରିଣୀ, ହେଲେ ବିଭିନ୍ନ ପ୍ରକାର ଘାସ ପଦ୍ମଫୁଲ ରେ ପୋତି ହୋଇଗଲାଣି ତା’ର କୌଣସି ପ୍ରକାର ପଂକ ଉଧାର କାର୍ଯ୍ୟ ଦୀର୍ଦ୍ଧ 20 ବର୍ଷ ହେଲା ହୋଇ ପାରୁନଥିବାରୁ ଗାଇ ବଳଦ ପାଣି ପିଇବା ସହିତ ମଣିଷ ସ୍ନାନ ଶୌଚ ରେ ଘୋର ବାଧା ସ୍ରୁଷ୍ଟି ହେଉଛି | ଏଠାରେ ପ୍ରଶ୍ନ କରୁଛି ସ୍ଥାନୀୟ ଅଧିବାସୀ ସେମାନେ ସତେ ବୌଦ୍ଧ ଜିଲ୍ଲା, ଓଡିଶା ବାସି ନାଁ ? କୋଉ ଅଜଣା ରାଜ୍ୟ ର ପ୍ରବାସୀ ? ଜିଲ୍ଲା ପ୍ରଶାସନ ଏହାର ଉତ୍ତର ଦେବେ |bd2 1 କୁଶଂଗ- ଭାପୁର ଠାରୁ ଗେରେଡିସାହି ପର୍ୟ୍ଯନ୍ତ ରାସ୍ତା ପାଲଟିଛି ମରଣ ଯନ୍ତା

ଏଥିପାଇଁ ଚଳିତ ପଂଚାୟତ ନିର୍ବାଚନ ରେ ଏହାର ଜବାବ ମାଗି ଭୋଟ ବର୍ଜନ କରି ଆଡ଼େଣୀ ଗଡ଼ ପଂଚାୟତ ର ପ୍ରାୟ ୫୦୦ ପରିବାର ରାଜରାସ୍ତା ରୋକ କରିଥିଲେ | କିନ୍ତୁ ଜିଲ୍ଲା ପ୍ରଶାସନ ନିରବ ଦ୍ରଷ୍ଟା | ଆଜି ପର୍ଯ୍ୟନ୍ତ ଦେଇଥିବା ପ୍ରତିଶୃତି କଥାରେ ରହିଗଲା |

ଓଡିଆ ପ୍ରବାଦ “ହରିହେ ଗୁହାରି କରିବି କାହାକୁ, ଆହାର ଆଣିଲି ଛୁଆଙ୍କ ନିମନ୍ତେ, ଆହାର ଗିଳିଲା ଛୁଆଙ୍କୁ “ଏହି ପ୍ରବାଦ ଏଵେ ସାଧାରଣ ଜନତା ଭୋଗୁଛନ୍ତି | ଏଣୁ ଜଦି ଆମ୍ଭେ ବୌଦ୍ଧ ଜିଲ୍ଲା ବାସି ହୋଇଥିବୁ ଆମ୍ଭ ଗ୍ରାମକୁ ସବୁଦିନିଆ ରା୍ସ୍ତା ନିର୍ମାଣ ସହ ପୋଖରୀ ର ପଙ୍କ ଉଧାର କାର୍ଯ୍ୟ ଜିଲ୍ଲା ପ୍ରଶାସନ ଯଥା ଶୀଘ୍ର ପଦକ୍ଷେପ ନେବେ ବୋଲି ଗ୍ରାମର ସନକ ବେହେରା, ଦୁଲାର କହଁର, ସୁଶାନ୍ତ କହଁର, ଗୋରେଖବେହେରା, ବାମଦେବ ବେହେରା, ରବିନ୍ଦ୍ର ବେହେରା ଙ୍କ ସହିତ ଗ୍ରାମ ବାସି କ୍ଷଭୋ ପ୍ରକାଶ କରିବା ସହିତ ଦାବୀ କରିଛନ୍ତି ।