ରିପୋର୍ଟ : ଅର୍ଜୁନ ହରିଜନ //
କୁନ୍ଦ୍ରା, କୋରାପୁଟ, (୨୫/୦୩) : ରାଧା ବିନୋଦ ସାମନ୍ତରାୟ ହେଲେ କୋରାପୁଟ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ | କୋରାପୁଟ ସ୍ଥିତ ଜିଲ୍ଲା କାର୍ଯାଳୟ ଠାରେ ଅନୁଷ୍ଠିତ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇ ଯାଇଛି ।
ଉପାଧ୍ୟକ୍ଷ ନିର୍ବାଚନ ରେ କୁନ୍ଦୁରା ବ୍ଲକ ଜିଲ୍ଲା ପରିଷଦ ଜୋନ ୨ ର ବିଜୁ ଜନତା ଦଳ ର ସଭ୍ୟ ରାଧା ବିନୋଦ ସାମନ୍ତରାୟ ସର୍ବ ସମ୍ମତି କ୍ରମେ ସେ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ଘୋଷଣା କରିଛନ୍ତି l
କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମତେ ବିଜୁ ଜନତା ଦଳ ର ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ଶ୍ରୀ ସାମନ୍ତରାୟ ଙ୍କୁ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାବେ ବାଛିଛନ୍ତି l କୁନ୍ଦୁରା ବ୍ଲକ ସମତେ କୋରାପୁଟ ଜିଲ୍ଲା ବାସି ତରଫରୁ ନବ ନିର୍ବାଚିତ ଉପାଧକ୍ଷ ଙ୍କୁ ଅଭିନନ୍ଦନ ର ସୁଅ ଛୁଟିଛି l