Advertisements
Wednesday, July 8, 2020
Home Cultural & Festival ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ମହାପ୍ରଭୁଙ୍କ ବାର୍ଷିକ ଉତ୍ସବ ତଥା ବିଶ୍ୱ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ

ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ମହାପ୍ରଭୁଙ୍କ ବାର୍ଷିକ ଉତ୍ସବ ତଥା ବିଶ୍ୱ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ

ରାୟଗଡା (ଗୋପୀନାଥ ଗୌଡ଼): ଗିରୀଶଂ ଗଣେଶଂ ଗଳେ ନୀଳବର୍ଣ୍ଣ ଗବେର୍ଦ୍ଧଧୀ ରୂଢ଼ଣ
ଗୁଣାତିତ ରୁପମ ଭଵଂ ଭାସ୍କରମ ଭସ୍ମାନା ଭୁଷିତଙ୍ଗ ଭବାନୀ କଲତ୍ରମ ଭଜେ ପଞ୍ଚ ବକ୍ରମ

ରାୟଗଡା ସହର ଉପକଣ୍ଠରେ ପ୍ରବାହିତ ଝଞ୍ଜବତୀ ନଦୀ ଉପକୂଳରେ ଅବସ୍ଥିତ | ସର୍ବଶ୍ରେଷ୍ଠ ଦେବତା ସ୍ୱୟଂମ୍ଭୂ ବରଦା ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ମହାପ୍ରଭୁଙ୍କ ବାର୍ଷିକ ଉତ୍ସବ ତଥା ବିଶ୍ୱ ଶାନ୍ତି ମହାଯଜ୍ଞ ନିମିତ୍ତ ଗତ ଇଂ ତା ୨୦/୦୨/୨୦୧୯ରିଖ ତଥା ଆମ ଶାସ୍ତ୍ରୀୟ ତିଥି ନ୍ୟାୟରେ ଗୁରୁବାର ଦ୍ଵିତୀୟା ତିଥି ଉତ୍ତରା ଫାଲ୍ଗୁନୀ ନକ୍ଷେତ୍ର ସିଂହ ଲଗ୍ନରେ ଶୁଭ ଖୁଣ୍ଟି ସ୍ଥାପନ କରାଗଲା | ପ୍ରତ୍ୟେକ ବର୍ଷ ବିଶ୍ୱ ଶାନ୍ତି ମହାଯଜ୍ଞ ଏବଂ ବାର୍ଷିକ ଉତ୍ସବ ପାଞ୍ଚଦିନ ବ୍ୟାପି ମହା ଆଡମ୍ବର ସହକାରେ ପାଳନ କରାଯାଏ | ପଣ୍ଡିତ ମହାଶୟ ମାନେ ସମସ୍ତ ଯଜ୍ଞକର୍ମ ଯଥା ରୀତିନୀତି ଅନୁସାରେ ସମୟାନୁସାରେ ସମାପନ କରିଥାନ୍ତି | ପାଞ୍ଚଦିନ ବ୍ୟାପି ପ୍ରସାଦସେବନର ବ୍ୟବସ୍ଥା ମଧ୍ୟ କରାଯାଇଥାଏ |

ଶେଷଦିନ ବହୁତ ସଂଖ୍ୟାରେ ଜନ ସମାଗମ ହୋଇଥାଏ | ଏହି ମନ୍ଦିରଟି ବହୁ ପୁରାତନ ତଥା ଏହି ଦେବତାଙ୍କ ପ୍ରତ୍ୟକ୍ଷ ଭାବେ ବହୁ ମାନ୍ୟତା ରହିଆସିଛି | ତେଣୁ ଏହି ବର୍ଷ ମଧ୍ୟ ମନ୍ଦିର ପରିଚାଳନା କମିଟି ତରଫରୁ ନିମନ୍ତ୍ରଣ ପତ୍ର ମାଧ୍ୟମରେ ଜନସାଧାରଣଙ୍କୁ ବହୁସଂଖ୍ୟା ରେ ଯୋଗଦେଇ କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିବାପାଇଁ ଅନୁରୋଧ କରିବାସହିତ ଯଥାଯୋଗ୍ୟ, ଅଂକୁଣ୍ଠିତ ଦାନ କରିବା, ତଥା ସାହାଯ୍ୟ ସହଯୋଗ ର ଏକାନ୍ତ କାମନା କରିଛନ୍ତି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

କନ୍ଧମାଳ ଜିଲ୍ଲାରେ ପୁଲିସ ଏବଂ ମାଓବାଦୀ ମୁହାଁମୁହିଁ

କନ୍ଧମାଳ/ଘୁ.ଉଦୟଗିରି (୦୮/୦୭): କନ୍ଧମାଳ ଜିଲ୍ଲାରେ ଆଜି ପୁଣି ପୁଲିସ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଏଥି ସହିତ ପୁଲିସ ଏବଂ...

ସରକାରୀ ଚାକିରିଆ ଗଣମାଧ୍ୟମ ଆଗରେ ମୁହଁ ଖୋଲି ପାରିବେନି

ଭୁବନେଶ୍ୱର (୦୮/୦୭): ରାଜ୍ୟରେ ଏବେଠୁ କୌଣସି ସରକାରୀ ଚାକିରି ଗଣମାଧ୍ୟମ ଆଗରେ ମୁହଁ ଖୋଲିପାରିବେନି ବୋଲି ଜଣାପଡିଛି । ସରକାରୀ ଚାକିରି...

ଧର୍ମପ୍ରାଣ ମହିଳା ଙ୍କ ପରଲୋକ , ଯାଜପୁର

ରିପୋର୍ଟ: ସତ୍ୟଜିତ ବାରିକ //ବରୀ,ଯାଜପୁର (୦୭/୦୭): ଯାଜପୁର ଜିଲ୍ଲା ବରୀ ବ୍ଲକ ରଂପା ଗ୍ରାମ ପଞ୍ଚାୟତ ର ଉପର ରମ୍ପା ର ସ୍ବର୍ଗତ କିଶୋର ଚନ୍ଦ୍ର ମହାନ୍ତି ଙ୍କ...

ସାଂସଦଙ୍କ ବନ୍ଧୁଗାଁର ଆଦର୍ଶ ପଞ୍ଚାୟତକୁ ସମୀକ୍ଷା ଗସ୍ତ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୭/୬/୨୦): କୋରାପୁଟ ଜିଲ୍ଲା ସାଂସଦ ମାନ୍ୟବର ସପ୍ତଗିରି ଶଙ୍କର ହୁଲୁକା ଗାରିଡି ଆଦର୍ଶ ଗ୍ରାମ ପଞ୍ଚାୟତ ପରିଦର୍ଶନ କରିବା ସହିତ ଉପସ୍ଥିତ...

Recent Comments

%d bloggers like this: