ମହିଳାଙ୍କୁ ଯୌନ ନିର୍ଯାତନା ର ପ୍ରତିରୋଧ ନିମନ୍ତେ ତାଲିମ କାର୍ଯ୍ୟକ୍ରମ

0
161
ମହିଳାଙ୍କୁ ଯୌନ ନିର୍ଯାତନା

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ସୋନପୁର, (୨୫/୩) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ର ମିଳିତ ଆନୁକୂଲ୍ୟରେ ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ସଭାଗୃହରେ ଏକ ତାଲିମ କାର୍ଯ୍ୟକ୍ରମ “କାର୍ଯ୍ୟସ୍ଥଳୀରେ ରେ ମହିଳାଙ୍କୁ ଯୌନ ନିର୍ଯାତନା ର ପ୍ରତିରୋଧ, ନିଷେଧାଦେଶ ଏବଂ ନିବାରଣ ଆଇନ -୨୦୧୩ ” ଅନୁଷ୍ଠିତ ହୋଇଯାଇଛି lb1615a72 4df9 43ea a5ed c5f71bc81ed9 ମହିଳାଙ୍କୁ ଯୌନ ନିର୍ଯାତନା ର ପ୍ରତିରୋଧ ନିମନ୍ତେ ତାଲିମ କାର୍ଯ୍ୟକ୍ରମ

ଏହି କାର୍ଯ୍ୟସ୍ଥଳୀରେ ରେ ମହିଳାଙ୍କୁ ଯୌନ ନିର୍ଯାତନା ର ପ୍ରତିରୋଧ, ନିଷେଧାଦେଶ ଏବଂ ନିବାରଣ ଆଇନ -୨୦୧୩ ତାଲିମ କାର୍ଯ୍ୟକ୍ରମ ରେ ଜିଲ୍ଲlପାଳ ସୁବର୍ଣ୍ଣପୁର ଅବୋଲୀ ସୁନିଲ ନରୱଣେ ସଭାପତିତ୍ୱ କରି ଏହି ଆଇନ ର କାର୍ଯ୍ୟକାରିତାକୁ ଜିଲ୍ଲାର ପ୍ରତ୍ୟେକ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ /ସଂସ୍ଥାନ ଗୁଡିକରେ ସୁନିଶ୍ଚିତ କରିବାଉପରେ ଗୁରୁତ୍ୱାରୋପ କରିଛନ୍ତି ପୁନଶ୍ଚ ପ୍ରତ୍ୟେକ କାର୍ଯ୍ୟାଳୟରେ ଆଇନ କୁ ସୁନିଶ୍ଚିତ କରିବା ନିମନ୍ତେ ଆଇସିସି / ଏଲସିସି ଗଠନ କୁ ଅତିଶୀଘ୍ର ସମ୍ପନ୍ନ କରିବାକୁ ପରାମର୍ଶ ଦେଇଛନ୍ତି l ଏହି କାର୍ଯ୍ୟକ୍ରମ ରେ ଆକ୍ସନଏଡ଼ ର ରିସୋର୍ସ ପର୍ସନ ଘାସିରାମ ପଣ୍ଡା, କାର୍ଯ୍ୟସ୍ଥଳୀ ରେ ମହିଳା ଙ୍କୁ ଯୌନ ନିର୍ଯାତନା ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ l

ସେ ସହମତି ଭିତ୍ତି ରେ ସାମନତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ସାହସ ସଂଚୟ କଲେ ହିଁ ପରିବର୍ତ୍ତନ ନିଶ୍ଚିତ ବୋଲି ମତବ୍ୟକ୍ତ କରିଛନ୍ତି l କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ଅନ୍ୟତମ ରିସୋର୍ସ ପର୍ସନ ରେଆର ର କୋଷାଧକ୍ଷ ଅଞ୍ଜଳି ନେଗୀ, ଏହି ଆଇନ ପ୍ରଣୟନ ର ଲକ୍ଷ୍ୟ, ଆଭିମୁଖ୍ୟ ଓ ସାମ୍ପ୍ରତିକ ସ୍ଥିତିରେ ଏହାର ଆବଶ୍ୟକତା ର ଉପସ୍ଥାପନା କରିଥିଲେ l ଅନିତା ଗୁରୁ, ପ୍ରୋଟେକ୍ସନ ଅଧିକାରୀ ଜିଲ୍ଲା ସମାଜ ମଙ୍ଗଳ ବିଭାଗ, ସ୍ୱାଗତ ବକ୍ତବ୍ୟ ପ୍ରଦାନ କରି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l

କାର୍ଯ୍ୟକ୍ରମରେ ପି ଡି ଡି ଆର ଡି ଏ ଡୋଳାମଣି ପଟେଲ,ଉପଜିଲ୍ଲାପାଳ ବୀରମହାରାଜପୁର ଅଶୋକ ଭୋଇ, ତହସିଲଦାର ନବୀନ କିଶୋର ପାଢ଼ୀ, ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ର ଅଧ୍ୟକ୍ଷ /ଅଧ୍ୟକ୍ଷା, ଅଧ୍ୟାପକ, ଅଧ୍ୟାପିକା,ସମସ୍ତ ସିଡିପିଓ,ଜିଲ୍ଲାସ୍ତରୀୟ ସମ୍ପୃକ୍ତ ଅଧିକାରୀ, ସ୍ବେଛାସେବୀ ସଂଗଠନ ର କର୍ମକର୍ତ୍ତା, ପ୍ରମୁଖ ଅଂଶଗ୍ରହଣ କରି ଆଲୋଚନାରେ ଭାଗ ନେଇଥିଲେ l