ମଦ ମୁକ୍ତ ଦାବିରେ ଏକାଠି ହେଲେ ତିନି ଖଣ୍ଡ ଗ୍ରାମ ର ମହିଳା

0
425
ମଦ ମୁକ୍ତ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, (୨୫/୩) : ରାୟଗଡ଼ ଜିଲ୍ଲା କୋଲନୋରା ବ୍ଲକ ଅନ୍ତର୍ଗତ କେଲିଗୁଡ଼ା ପଞ୍ଚାୟତ ର ରେବତିଗୁଡ଼ା ଗ୍ରାମ ଠାରେ ମଦ ମୁକ୍ତ ଅଞ୍ଚଳ ଦାବୀରେ ଏକାଠି ହେଲେ ତିନି ଖଣ୍ଡ ଗ୍ରାମବାସୀ ।

ରେବତିଗୁଡ଼ା ଗାଁ ସହ ବିରିବାଡ଼ି ଓ ଏସ୍ ପିତେସ୍ ଗାଁ ର ଶତାଧିକ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ର ମା ଓ ଯୁବତୀ ମାନେ ମିଶି ଗାଁ ର ଆଖପାଖ ଅଞ୍ଚଳରେ ମଦ ପ୍ରସ୍ତୁତି ପାଇଁ ବ୍ୟବହୃତ ହେଉଥିବା ଡ୍ରମ, ଜାର୍ କିନ୍, କୁଲ୍ ଡ୍ରିଙ୍କ ବୋତଲ ଓ ମଦ କୁ ଜବତ କରି ଗାଁ କୁ ଆଣି ସମସ୍ତେ ବସି ଏକ ବୈଠକ କରି ମଦ ମୁକ୍ତ ଦାବିରେ ସମସ୍ତେ ଏକ ହୋଇ ବିକ୍ଷଭ୍ କରିବା ସହ ଜବତ କରିଥିବା ସାମଗ୍ରୀ ଗୁଡ଼ିକୁ ଟାଙ୍ଗିଆ ରେ ହାଣି ଗାଁ ମୁଣ୍ଡକୁ ନିଆଁ ଲଗେଇ ଦେଇଥିଲେ ।73060b22 440e 4908 b34d e874d40b5dff ମଦ ମୁକ୍ତ ଦାବିରେ ଏକାଠି ହେଲେ ତିନି ଖଣ୍ଡ ଗ୍ରାମ ର ମହିଳା

ଏହା ସହ ସ୍ଥାନୀୟ ସରପଞ୍ଚ ଙ୍କ ଜରିଆରେ ଜିଲ୍ଲାପାଳ ଙ୍କୁ ଏହି ଅଞ୍ଚଳକୁ ମଦ ମୁକ୍ତ କରିବା ଦାବିରେ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ମଦ ଯୋଗୁଁ ସମାଜ ଖରାପ ଦିଗକୁ ଯାଉଛି ଯେଉଁଥିରେ ସ୍ବାମୀ ମଦ ପି ଆସି ସ୍ତ୍ରୀଙ୍କୁ ନିର୍ଯାତନା କରୁଛନ୍ତି ଆଉ ପାଠ ପଢ଼ିବା ପିଲା ବି ପାଠ ପଢ଼ିବା ବୟସରେ ମଦ ପିଇବା ଅଭ୍ୟାସ କରୁଛନ୍ତି । ଏହାଦ୍ବାରା ଅପରାଧ ମଧ୍ୟ ସମାଜରେ ଦିନକୁ ଦିନ ବଢ଼ି ଚାଲିଛି ସେଥି ପାଇଁ ଏକ ସୁସ୍ଥ ସମାଜ ପାଇଁ ତାଙ୍କ ଗାଁରୁ ପ୍ରଥମେ ମଦ ମୁକ୍ତ ହେଉ ବୋଲି ଏକାଠି ହୋଇଥିବା ଗ୍ରାମବାସୀ ଜଣେଇଛନ୍ତି ପୂର୍ବରୁ ମଧ୍ୟ ଏଇ ବିଷୟରେ ପ୍ରଶାସନ ଓ ସ୍ଥାନୀୟ ପୁଲିସକୁ ଅବଗତ କରାଯାଇଛି କିନ୍ତୁ ଏଥିପ୍ରତି କିଏ କର୍ଣ୍ଣପାତ କରି ନ ଥିବା ନେଇ ଅଭିଯୋଗ ମଧ୍ୟ କରିଛନ୍ତି |

ଏବେ ଯଦି ପୁଣି ଥରେ ଯଦି ପ୍ରଶାସନ ତାଙ୍କ ଦାବୀ ନ ମାନେ ତେବେ ବଡ଼ ଧରଣର ବିଖ୍ୟଭ୍ ଆନ୍ଦୋଳନ ଓ ଅନଶନ କରିବାକୁ ବାଧ୍ୟ ହେବୁ ବୋଲି ଚନ୍ଦ୍ରମା ହୁଇକା ଜୟନ୍ତୀ ହୁଇକା ସନ୍ଧ୍ୟାବତୀ କେଶ୍ କାରିକା ମମି ହୂଇକା ଗୀତା ହୁଇକା ଓ ଉପସ୍ଥିତ ୩ଖଣ୍ଡ ଗାଁର ସମସ୍ତ ମହିଳା ମାନେ କହିଛନ୍ତି ।