Related Contents

ଅଗ୍ନିକାଣ୍ଡରେ ୬ ବଖରା ପୋଡି ପାଉଁଶ

ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯାଜପୁର ବ୍ଲକର ଗୋବିନ୍ଦପୁର ଗ୍ରାମର ସୁପ୍ରଭା ସାହାଣୀ, ଧ୍ରୁବ ଚରଣ ସାହାଣୀ , ପ୍ରଦୀପ ସାହାଣୀ , ଅଶୋକ ସାହାଣୀ ଓ ବିରଞ୍ଚି ସାହାଣୀଙ୍କ ର 6 ବଖରା ଘର ପୋଡି ସମ୍ପୂର୍ଣ ନଷ୍ଟ ହୋଇଯାଇଛି ।

ସୂଚନା ଅନୁଯାୟୀ ଆଜି ମଧ୍ୟାନ ସମୟରେ ରୋଷେଇ କରୁଥିବା ସମୟରେ ଚୁଲି ନିଆଁରେ ଅଗ୍ନିକାଣ୍ଡ ଘଟି 6ବଖରା ଜଳିଯିବା ସହ ଘରର ସମସ୍ତ ସାମଗ୍ରୀ ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ବୋଲି ଜଣା ପଡ଼ିଛି । ଖବର ପାଇ ବରୀ ଦମକଳ କେନ୍ଦ୍ରର କର୍ମଚାରୀ ମାନେ ନିଆଁକୁ ଆୟତ କରିଥିଲେ । ଅଗ୍ନିକାଣ୍ଡ ରେ ଅସହାୟ ଲୋକମାନଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

Comments are closed.