ମେଗା ବଜେଟ ଫିଲ୍ମ ‘ଆରଆରଆର’ ଆଜି ହେବ ରିଲିଜ

0
205
ମେଗା ବଜେଟ ଫିଲ୍ମ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ //
ଭୁବନେଶ୍ୱର, (୨୫/୦୩) : ବାହୁବଲି ଫିଲ୍ମ ଜରିଆରେ ସାରା ବିଶ୍ୱରେ ପ୍ରଶଂସା ସାଉଁଟିଥିବା ଫିଲ୍ମ ନିର୍ମାତା ରାଜା ମୌଲିଙ୍କ ବହୁ ଚର୍ଚ୍ଚିତ ଆରଆରଆର ମେଗା ବଜେଟ ଫିଲ୍ମ ଆଜି ମୁକ୍ତିଲାଭ କରିବ ।

ମେଗା ଷ୍ଟାରକାଷ୍ଟ ଥିବା ଏହି ଫିଲ୍ମ କୋଭିଡ ଯୋଗୁଁ ଦୀର୍ଘ ଦିନ ହେଲା ରିଲିଜ ହୋଇପାରୁ ନଥିଲା । ମେଗା ବଜେଟ ଫିଲ୍ମ ‘ଆରଆରଆର‘ ରେ ରାମଚରଣ ତେଜା, ଜୁନିୟର ଏନଟିଆର, ଅଜୟ ଦେବଗନ ଓ ଆଲିୟା ଭଟ୍ଟଙ୍କ ଭଳି ବଲିଉଡ ଷ୍ଟାର ଅଭିନୟ କରିଛନ୍ତି । ବାହୁବଳି ଫିଲ୍ମ ସୁପର ହିଟ ହେବାର ଦୁଇ ବର୍ଷ ପରେ ରାଜାମୌଲିଙ୍କୁ କୌଣସି ଫିଲ୍ମ ହଲକୁ ଆସିବାକୁ ଯାଉଛି ।

ଯାହାକୁ ନେଇ ଦର୍ଶକଙ୍କ ଉକ୍ରଣ୍ଠା ରହିଛି । ସେପଟେ ଫିଲ୍ମ ରିଲିଜ ପୂବ ର୍ରୁ ଆଡଭାନସ ଟିକେଟ ବୁକିଂରେ ଆରଆରଆର ଫିଲ୍ମ ରେକର୍ଡ କରିଛି । ୬୦ କୋଟି ରୁ ଅଧିକ ଟଙ୍କା ର ଆଡଭାନସ ଟିକେଟ ବୁକିଂ ହୋଇଥିବା ସୂଚନା ମିଳିଛି । ଚର୍ଚ୍ଚା ହେଉଛି ପ୍ରଥମ ଦିନରେ ଫିଲ୍ମ ଶହେ କୋଟି ଟଙ୍କା ର ବ୍ୟବସାୟ କରିପାରେ । ୫୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ଫିଲ୍ମ ଏବେ ଚର୍ଚ୍ଚାରେ ଥିବା ଦ କାଶ୍ମୀର ଫାଇଲ ଫିଲ୍ମକୁ ଟକ୍କର ଦେବ ବୋଲି କହୁଛନ୍ତି ସିନେ ସମୀକ୍ଷକ ।