Related Contents

ବସ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ, ରାସ୍ତାରେ ନିଆଁଜାଳି ସହାୟତା ଦାବିକଲେ ଗ୍ରାମବାସୀ

ମାଲକାନଗିରି ଜିଲ୍ଲା ପ୍ରତିନିଧି (ଅସୀମ କୁମାର ବିଶ୍ୱାସ): ମାଲକାନଗିରିଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି । ଜିଲ୍ଳାର କୋତାମେଟା ଗ୍ରାମ ନିକଟରେ ସକାଳ ପ୍ରାୟ ୮.୧୦ ସମୟରେ କଟକରୁ ମାଲକାନଗିରି ଫେରୁଥିବା ନିଳକଣ୍ଠ ବସ୍‌ ସହ ଏକ ବାଇକ୍‌ ଧକ୍କା ହୋଇଥିଲା ।

ଏହି ଦୁର୍ଘଟଣାରେ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଛି । ବାଇକ ଆରୋହୀ ଜଣକ ହେଉଛନ୍ତି ଡମ୍ବରୁ ବାଙ୍କିଆ | ଏହି ଦୁର୍ଘଟଣାରେ ଡମ୍ବରୁଙ୍କ ମୃତ୍ୟୁ ଘଟିବା ପରେ ସଂପୃକ୍ତ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି । ସ୍ଥାନୀୟ ଲୋକେ ବସ୍‌ଟିକୁ ଅଟକାଇ ରାସ୍ତାରେ ନିଆଁ ଜାଳି ରାସ୍ତା ଅବରୋଧ କରିଛନ୍ତି । ରାସ୍ତା ବନ୍ଦ ହୋଇଥିବା କାରଣରୁ କଟକ ଓ ଭୁବନେଶ୍ୱରରୁ ଆସୁଥିବା ବିଭିନ୍ନ ବସ୍‌ ଅଧାବାଟର ଅଟକି ରହିଛନ୍ତି। ରାସ୍ତା ରୋକ ହେତୁ ବହୁ ସମସ୍ୟାରେ ସାମ୍ନା କରିବାକୁ ପଡୁଛି । ମାଲକାନଗିରି ଜିଲ୍ଳାରେ ଖାଲି ଥିବା ସିଡିଏମ୍‌ଓ, ଓଏଫ୍‌ସି ପଦବୀ ପାଇଁ ଆଜି ସାକ୍ଷାତ୍‌କାର ଥିବା ବେଳେ ବସ୍‌ ଅଟକିଥିବା ହେତୁ ପିଲାମାନେ ଉଚିତ ସ୍ଥାନରେ ଠିକ୍‌ ସମୟରେ ପହଞ୍ଚିବାରୁ ବଞ୍ଚିିତ ହୋଇଛନ୍ତି ।

Comments are closed.