Advertisements
Saturday, July 4, 2020
Home headline ଆସନ୍ତାକାଲି ଭାରତୀୟ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଛାଡିବ ପାକିସ୍ତାନ

ଆସନ୍ତାକାଲି ଭାରତୀୟ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଛାଡିବ ପାକିସ୍ତାନ

ନୂଆଦିଲ୍ଲୀ : ଭାରତର ଚାପରେ ଚେପା ହୋଇଯାଇଛି ପାକିସ୍ତାନ, ଶେଷରେ ପାଇଲଟ ଅଭିନନ୍ଦନଙ୍କୁ ଛାଡ଼ିବାକୁ ରାଜି ହୋଇଛି। ପାଇଲଟ ଅଭିନନ୍ଦନଙ୍କୁ ଶାନ୍ତି ପ୍ରତିଷ୍ଠା ପାଇଁ ମୁକ୍ତ କରାଯିବ ବୋଲି ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଦେଶର ସଂସଦରେ ଘୋଷଣା କରିଛନ୍ତି । ସେହିପରି ଅଭିନନ୍ଦନଙ୍କ ଗିରଫଦାରୀ ସଂକ୍ରାନ୍ତ ୟୁଟ୍ୟୁବରେ ପ୍ରସାରିତ ହୋଇଥିବା ସମସ୍ତ ଭିଡିଓକୁ ଡିଲିଟ କରିବାକୁ ଭାରତ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଏହି ନିର୍ଦ୍ଦେଶ ପରେ ୟୁଟ୍ୟୁବ ମଧ୍ୟ ଭିଡିଓ ଗୁଡ଼ିକୁ ହଟାଇ ଦେଇଛି । ଗତକାଲି ଦୁଇ ଜଣ ପାଇଲଟଙ୍କୁ ପାକିସ୍ତାନ ସେନା ଗିରଫ କରିଛି ବୋଲି ଇମ୍ରାନ କହିଥିଲେ। ହେଲେ ଆଜି ସଂସଦରେ ସେ ପୂର୍ବ ବକ୍ତବ୍ୟ ବଦଳାଇ ପାକିସ୍ତାନ ଜଣେ ମାତ୍ର ପାଇଲଟଙ୍କୁ ଗିରଫ କରିଥିବା ସ୍ୱୀକାର କରିଛନ୍ତି । ପାକିସ୍ତାନ ଯୁଦ୍ଧ ଚାହେଁ ନାହିଁ ବୋଲି ପ୍ରମାଣ କରିବାକୁ ସରକାର ପାଇଲଟ ଅଭିନନ୍ଦନଙ୍କୁ ମୁକ୍ତି ଦେଉଛନ୍ତି ଓ ଭାରତ ମଧ୍ୟ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରୁ ବୋଲି ଇମ୍ରାନ୍‌ ଖାନ୍‌ ନିବେଦନ କରିଛନ୍ତି । ସଂସଦର ମିଳିତ ଅଧିବେଶନକୁ ଉଦ୍‌ବୋଧନ ଦେଇ ଇମ୍ରାନ୍‌ କହିଛନ୍ତି, “ଆମେ ଶାନ୍ତି ପ୍ରତିଷ୍ଠା କରିବାକୁ ଚାହୁଁଛୁ। ଏଥିପାଇଁ ଭାରତୀୟ ସେନା ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ନିବେଦନ କରୁଛୁ । ଯଦି ଭାରତ ସାମରିକ କାର୍ଯ୍ୟାନୁଷ୍ଠାନ କରେ, ତା’ହେଲେ ପାକିସ୍ତାନ ମଧ୍ୟ ଏହାର ଜବାବ ଦେବାକୁ ବାଧ୍ୟ ହେବ । ମୁଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଗତକାଲି ଠାରୁ କଥା ହେବାକୁ ଚାହୁଁଛି, ହେଲେ ଏହା ସମ୍ଭବ ହୋଇପାରୁ ନାହିଁ । ତଥାପି ମୁଁ ଏବେ ବି ଚେଷ୍ଟା କରିବି । ଏବେ ଯାହା ଘଟୁଛି ତାହା କେବଳ କଶ୍ମୀର ପାଇଁ ଚାଲିଛି । ହିନ୍ଦୁସ୍ତାନର ସମସ୍ତ ଲୋକଙ୍କୁ କହୁଛି ଯେ ସେମାନେ ତାଙ୍କ ସରକାରଙ୍କୁ ପ୍ରଶ୍ନ କରନ୍ତୁ । କ’ଣ ପାଇଁ ୧୯ ବର୍ଷର ଜଣେ କଶ୍ମିରୀ ନିଜକୁ ନିଜେ ଆତ୍ମଘାତୀ ଭାବେ ଗଢ଼ି ତୋଳୁଛି ? ”


ଗତକାଲି ସକାଳେ ଭାରତୀୟ ବାୟୁସୀମାକୁ ଉଲ୍ଲଙ୍ଘନ କରି ଏକାଧିକ ପାକ୍‌ ଜେଟ୍‌ ଭାରତରେ ପ୍ରବେଶ କରିଥିଲା । ଏହି ସମୟରେ ସମୀରେ ପ୍ୟାଟ୍ରୋଲିଂ କରୁଥିବା ଭାରତର ମିଗ୍‌-୨୧ ବିମାନ ଏହାକୁ ରୋକିବା ସହ ଆକ୍ରମଣ କରିଥିଲା । ଏହି ସମୟରେ ମିଗ୍‌-୨୧ ମାଡ଼ରେ ଏକ ପାକିସ୍ତାନର ଏଫ୍‌-୧୬ ଯୁଦ୍ଧ ବିମାନ ପିଓକେ ଖସି ପଡ଼ିଥିଲା। ସେହିପରି ମିଗ୍‌-୨୧ ମଧ୍ୟ ପାକ୍‌ ସୀମାରେ ଖସି ପଡ଼ିଥିଲା ଏବଂ ଏହାର ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ପାକିସ୍ତାନ ସେନା ଗିରଫ କରିଥିଲା।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସିସି ରାସ୍ତା ଉଦଘାଟନ କଲେ ସାଂସଦ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକାକଲ୍ୟାଣସିଂହପୁର ( ତା ୩/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ର ୩ ଗୋଟି ପଞ୍ଚାୟତ ନାରାୟଣ ପୁର ,ସିଙ୍ଗାରି ଓ...

ଆସଲାମ ଖାନ, ସୋସିଆଲ ମେଡିଆ ସମ୍ପାଦକ ଭାବେ ମନୋନୀତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୪/୦୭): ଭାରତୀୟ ଜାତୀୟ କଂଗ୍ରେସ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସୁପାରିସରେ ଅଭିଷେଖ ମହାନନ୍ଦ ଚେୟାରମ୍ୟାନ(ସୋସିଆଲ ମେଡିଆ ତଥା ଡିଜିଟାଲ...

ନରହନ୍ତା ପିତା , ନିଜ ଔରସରୁ ଜନ୍ମିତ କୋଡିଏ ଦିନର କଅଁଳ ଶିଶୁ ପୁତ୍ରକୁ ତଣ୍ଟିଚିପି ହତ୍ୟା

ରିପୋର୍ଟ: ତ୍ରିନାଥ ଧୂରୁଆ //ଝରୀଗାଁ(୦୪/୦୭) : ନରହନ୍ତା ପିତା , ନିଜ ଔରସରୁ ଜନ୍ମିତ କୋଡିଏ ଦିନର କଅଁଳ ଶିଶୁ ପୁତ୍ରକୁ ତଣ୍ଟିଚିପି ହତ୍ୟା କଲା ବାପା, ହତ୍ୟାପରେ...

ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ବନ୍ଧୁଗାଁ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ପ୍ରତିବାଦ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (୩:୭:୨୦୨୦): ପେଟ୍ରୋଲ ଓ ଡିଜେଲର ଦର ଦିନକୁ ଦିନ ବୃଦ୍ଧି ପାଉଥିବା ନେଇ ବନ୍ଧୁଗାଁ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ଆଜି ପ୍ରତିବାଦ...

Recent Comments

%d bloggers like this: