ଜମିବାଡ଼ି କୁ ନେଇ ଟାଙ୍ଗିଆରେ ମରଣାତ୍ମକ ଆକ୍ରମଣ

0
248
ଜମିବାଡ଼ି କୁ ନେଇ

ରିପୋର୍ଟ : ସୁଶାନ୍ତ ବେହେରା /
ହରଭଙ୍ଗା, (୨୪/୦୩) : ହରଭଙ୍ଗା ବ୍ଲକ ଛତରଙ୍ଗ ପଞ୍ଚାୟତ ଅନ୍ତର୍ଗତ ଖରଭୁଇଁ ଗ୍ରାମ ର ରହଣିବାଙ୍କ ସାହି ଠାରେ ଜମିବାଡ଼ି କୁ ନେଇ ଜଣେ ବ୍ୟକ୍ତି ଙ୍କୁ ଟାଙ୍ଗିଆରେ ମରଣାତ୍ମକ ଆକ୍ରମଣ ହୋଇଥିବା ସୂଚନା ମିଳିଛି ।

ସୂଚନା ମତେ ଗୁରୁବାର ସଂଘ୍ୟା ୬.୩୦ ସମୟରେ ବିଷ୍ଣୁଚରଣ ରଣା ନିଜ ବଗିଚାରେ କାମ କରୁଥିଲେ ଏହି ସମୟରେ ଭାଳିଆଗୁଡ଼ା ର ଟୁକୁନା ଦୀପ ପୂର୍ବ ଜମିବାଡ଼ି କୁ ନେଇ ଶତ୍ରୁତା ରୁ ବିଷ୍ଣୁଚରଣ ରଣାଙ୍କୁ ଏକ ଟାଙ୍ଗିଆରେ ଗୋଡ଼, ପିଠି ରେ ବାରମ୍ବାର ଆକ୍ରମଣ କରିବାରୁ ନିଜର ଜୀବନ ବଞ୍ଚାଇବା ପାଇଁ ପାଟି କରିବାରୁ ଟୁକୁନା ଦୀପ ସେଠାରୁ ଫେରାର ହୋଇଯାଇଛି ।

ବିଷ୍ଣୁଚରଣ ରଣା ପାଟି ଶୁଣି ଆଖ ପାଖରେ ଥିବା କିଛି ବ୍ୟକ୍ତି ସେଠାକୁ ଆସି ଗୁରୁତର ଅବସ୍ଥାରେ ବିଷ୍ଣୁଚରଣ ରଣାଙ୍କୁ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ । ଘଟଣା ସ୍ଥଳରେ ହରଭଙ୍ଗା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।