Advertisements
Saturday, July 4, 2020
Home Education & Literacy ଆଗକୁ ଆସୁଛି ଯୁକ୍ତ ୨ ପରୀକ୍ଷା, ସଜାଗ ହେବାକୁ କଡା ନିର୍ଦ୍ଦେଶ । ଜାରି ହେଲା...

ଆଗକୁ ଆସୁଛି ଯୁକ୍ତ ୨ ପରୀକ୍ଷା, ସଜାଗ ହେବାକୁ କଡା ନିର୍ଦ୍ଦେଶ । ଜାରି ହେଲା କଡା ନିୟମ ।

ଭୁବନେଶ୍ୱର (ସତ୍ୟଜିତ ବାରିକ): ଆଗକୁ ଯୁକ୍ତ ଦୁଇ ପରୀକ୍ଷା ପାଖେଇ ଆସୁଛି । ମାର୍ଚ୍ଚ ୭ ତାରିଖ ଦିନ ହେବାକୁ ଥିବା ଯୁକ୍ତ ଦୁଇ ପରୀକ୍ଷା ସୁପରିଚାଳନା ପାଇଁ ଆଜି ରାଜ୍ୟ ସଚିବାଳୟଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଓ ହାତଘଣ୍ଟା ନେବାକୁ ନିଷେଧ କରାଯାଇଛି ।

ପ୍ରକାଶଯୋଗ୍ୟ ଯେ, ଚଳିତ ବର୍ଷ କଡ଼ା ସୁରକ୍ଷା ସତ୍ତେ୍ୱ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଦୁଇ ଦୁଇ ଥର ଭାଇରାଲ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଏବେ ଯୁକ୍ତ ଦୁଇ ପରୀକ୍ଷା ପାଇଁ ବୋର୍ଡ ପାଇଁ ଚିନ୍ତାର କାରଣ ପାଲଟିଥିବା ଜଣାଯାଇଛି । ସେଥିପାଇଁ ସୁରକ୍ଷାକୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇ ପରୀକ୍ଷା ସୁପରିଚାଳନା ନେଇ ଆଜି ସଚିବାଳୟରେ ବସିଥିଲା ବୈଠକ । ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ କଡ଼ା ନିଷ୍ପତ୍ତି ନିଆଯାଇଛି । ଭିଡ଼ିଓ କନଫରେନ୍ସି ଜରିଆରେ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ସହ ମୁଖ୍ୟଶାସନ ସଚିବଙ୍କ ଆଲୋଚନା କରିଛନ୍ତି । ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଓ ଆଇନ ଶୃଙ୍ଖଳା ପାଇଁ ରାଜ୍ୟ ପୋଲିସ ଡିଜି ଉପସ୍ଥିତ ରହି । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଓ ହାତ ଘଣ୍ଟା ନେବା ମନା କରାଯାଇଛି । ପରୀକ୍ଷାର୍ଥୀ ସେମାନଙ୍କ ପ୍ରଶ୍ନପତ୍ରରେ ରୋଲ ନଂ ଲେଖିବେ । ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ୨୦୧୯ ମାର୍ଚ୍ଚ ୭ ତାରିଖରୁ ଆରମ୍ଭ ହେବ । ଜାନୁଆରୀ ୨୮ରୁ ଫେବୃଆରୀ ୮ ଯାଏଁ ପ୍ରାକ୍ଟିକାଲ ପରୀକ୍ଷା ସମାପ୍ତ ହୋଇଥିବା ବେଳେ ବର୍ତ୍ତମାନ ଥିଓରୀ ପରୀକ୍ଷା ହେବ । ପ୍ରଥମେ ବାଣିଜ୍ୟ ଏବଂ ବିଜ୍ଞାନ ଓ ମାର୍ଚ୍ଚ ୮ ରୁ କଳାର ଥିଓରୀ ପରୀକ୍ଷା ଆରମ୍ଭ ହେବ । ପରୀକ୍ଷା ପାଇଁ ୨୦୨ଟି ହବ୍ ଓ ୧୦୯୧ ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପରୀକ୍ଷା ଦିନ କଡ଼ା ସୁରକ୍ଷାର ସହ ପ୍ରଶ୍ନପତ୍ର ପଠାଯିବ । ଏନେଇ ଗଣଶିକ୍ଷା ସଚିବ ପ୍ରଦୀପ ମହାପାତ୍ର ଗଣମାଧ୍ୟମଙ୍କୁ ସୂଚନା ଦେଇଛନ୍ତି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସିସି ରାସ୍ତା ଉଦଘାଟନ କଲେ ସାଂସଦ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକାକଲ୍ୟାଣସିଂହପୁର ( ତା ୩/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ର ୩ ଗୋଟି ପଞ୍ଚାୟତ ନାରାୟଣ ପୁର ,ସିଙ୍ଗାରି ଓ...

ଆସଲାମ ଖାନ, ସୋସିଆଲ ମେଡିଆ ସମ୍ପାଦକ ଭାବେ ମନୋନୀତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୪/୦୭): ଭାରତୀୟ ଜାତୀୟ କଂଗ୍ରେସ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସୁପାରିସରେ ଅଭିଷେଖ ମହାନନ୍ଦ ଚେୟାରମ୍ୟାନ(ସୋସିଆଲ ମେଡିଆ ତଥା ଡିଜିଟାଲ...

ନରହନ୍ତା ପିତା , ନିଜ ଔରସରୁ ଜନ୍ମିତ କୋଡିଏ ଦିନର କଅଁଳ ଶିଶୁ ପୁତ୍ରକୁ ତଣ୍ଟିଚିପି ହତ୍ୟା

ରିପୋର୍ଟ: ତ୍ରିନାଥ ଧୂରୁଆ //ଝରୀଗାଁ(୦୪/୦୭) : ନରହନ୍ତା ପିତା , ନିଜ ଔରସରୁ ଜନ୍ମିତ କୋଡିଏ ଦିନର କଅଁଳ ଶିଶୁ ପୁତ୍ରକୁ ତଣ୍ଟିଚିପି ହତ୍ୟା କଲା ବାପା, ହତ୍ୟାପରେ...

ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ବନ୍ଧୁଗାଁ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ପ୍ରତିବାଦ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (୩:୭:୨୦୨୦): ପେଟ୍ରୋଲ ଓ ଡିଜେଲର ଦର ଦିନକୁ ଦିନ ବୃଦ୍ଧି ପାଉଥିବା ନେଇ ବନ୍ଧୁଗାଁ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ଆଜି ପ୍ରତିବାଦ...

Recent Comments

%d bloggers like this: