Advertisements
Saturday, July 4, 2020
Home headline ରାଜ୍ୟରୁ ମଦ ନ ହଟିଲେ ଭୋଟ ବର୍ଜନ ଚେତାବନୀ ଦେଲା ମିଳିତ ଓଡିଶା ନିଶା ନିବାରଣ...

ରାଜ୍ୟରୁ ମଦ ନ ହଟିଲେ ଭୋଟ ବର୍ଜନ ଚେତାବନୀ ଦେଲା ମିଳିତ ଓଡିଶା ନିଶା ନିବାରଣ ଅଭିଯାନ

ଯାଜପୁର(ସତ୍ୟଜିତ ବାରିକ): ଯାଜପୁର ଜିଲ୍ଲାରେ ପହଁଚିଛି ମିଳିତ ଓଡିଶା ନିଶା ନିବାରଣ ଅଭିଯାନ | ଗତ ଫେବୃୟାରୀ ୨୩ ତାରିଖଠାରୁ ଆରମ୍ଭ ହୋଇଥିବା ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ଶୁଭାରମ୍ଭ କରାଯାଇଛି ମଦ ମୁକ୍ତି ଅଭିଯାନ । ଭୁବନେଶ୍ୱର ଠାରୁ ପଦଯାତ୍ରା ମାଧ୍ୟମରେ ଆରମ୍ଭ କରାଯାଇଥିବା ଏହି ଅଭିଯାନ ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ଦେଇ ବୁଧବାର ଯାଜପୁରରେ ପହଂଚିଛି ।

୧୧ ଦିନ ଧରି ୧୧ଟି ଜିଲ୍ଲା ଦେଇ ୧୧୦୦ କି.ମି ବ୍ୟାପୀ ହେବାକୁ ଥିବା ଉକ୍ତ ଅଭିଯାନରେ ଓଡିଶାର କୋଣ ଅନୁକୋଣରୁ ମଦ ବିରୋଧୀ ବହୁ ସଂଖ୍ୟକ ମହିଳା ଓ ପୁରୁଷ ଆନ୍ଦୋଲନକାରୀ ସାମିଲ ହୋଇ ବିଭିନ୍ନ ଜିଲ୍ଲାର ମୁଖ୍ୟ ଓ ଛକ ସ୍ଥାନ ଗୁଡିକରେ ସ୍ଥାନୀୟ ଜନସାଧରଣଙ୍କୁ ପଥପ୍ରାନ୍ତ ସଭା,ଶୋଭାଯାତ୍ରା, ବିପ୍ଲବୀ ସଂଗୀତ, ପ୍ଲାକାର୍ଡ, ଲିଫଲେଟ୍ ଓ ସ୍ଲୋଗାନ ମାଧ୍ୟମରେ ମଦ୍ୟପାନର କୁପରିଣା, ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଏବଂ ମଦ ହଟାଇବା ନେଇ ରାଜ୍ୟ ସରକାରଙ୍କ ଅପାରଗତ ସଂମ୍ପର୍କରେ ଜନଜାଗରଣ ସୃଷ୍ଟିକରିବା ସହ ୧୯୫୬ ନିଶା ନିବାରଣ ଆଇନ ତୁରନ୍ତ କାର୍ଯ୍ୟକାରୀ କରି ମଦମୁକ୍ତ ଓଡିଶା ଗଠନ କ୍ଷେତ୍ରରେ ଅଂଶୀଦାର ହେବାକୁ ସମସ୍ତଙ୍କୁ ନିବେଦନ କରୁଥିବା ବେଳେ ଦେଖିବକୁ ମିଳୁଛି।ଏହି ଅବସରରେ ଗତ ୨୭ ତାରିଖ ଦିନ ଅଭିଯାନର ପଦଯାତ୍ରୀ ମାନଙ୍କ ଦ୍ୱାରା ଯାଜପୁର ଟାଉନ୍ ବଜାର ଶୋଭାଯାତ୍ରା ମାଧ୍ୟମରେ ପରିକ୍ରମା କରଯାଇଥିଲା । ପରେ କୁଆଖିଆ ବଜାର ପରିକ୍ରମା କରାଯାଇ ସ୍ଥାନୀୟ ମେଲଣ ପଡିଆରେ ଏକ ଜିଲ୍ଲାସ୍ତରୀୟ ସାଧାରଣ ସଭା ଆୟୋଜିତ ହୋଇଥିଲା । ଏଥିରେ ବହୁ ସଂଖ୍ୟକ ମହିଳା ଆନ୍ଦୋଳନକାରୀ ଯୋଗଦେଇଥିଲେ । ସଭାରେ ଅଭିଯାନର ସକ୍ରିୟ କର୍ମୀ ସତ୍ୟବ୍ରତ ପୃଷ୍ଟି,ଇଂ ବିଶ୍ୱଜିତ ମହାନ୍ତି,ରମାକାନ୍ତ ମଣ୍ଡଳ,କାହ୍ନୁ ଚରଣ ବେହୁରା,କବିତା ପରିଡା,ସୁଶାନ୍ତ କୁମାର ଖଟୁଆ,ହିମାଂଶୁ ନାୟକ,ରାଜେଶ ଦେଓ,ପ୍ରିୟନାଥ ଆଚାର୍ଯ୍ୟ,ମଳୟ ତ୍ରିପାଠୀ ଓ ଗୋଲୋକ ପଲେଇ ପ୍ରମୁଖ ଉପସ୍ଥିତ ରହି ଦିନକୁ ଦିନ ମଦମୁକ୍ତି ନେଇ ଅଧିକରୁ ଅଧିକ ସଚେତନତା ସୃଷ୍ଟି ହେଲାଣି ଏବଂ ଆଗାମୀ ଦିନ ମାନଙ୍କରେ ସମଗ୍ର ରାଜ୍ୟ ଯଦି ମଦମୁକ୍ତ ନ ହୁଏ,ତେବେ କ୍ଷମତାସୀନ ଦଳଙ୍କୁ ଭୋଟ୍ ଦିଆଯିବ ନାହିଁ ବୋଲି କଡା ଚେତାବନୀ ଦେଇଥିଲେ ।

ବିଶେଷକରି ଗାଁ ଗହଳିରେ ଛତୁ ଫୁଟିଲା ଭଳି ଖୋଲୁଥିବା ମଦ ଦୋକାନ ଗୁଡିକ ଉଚ୍ଛେଦ କରି ମା’କୁ ସମ୍ମାନ ଦେବା ନ୍ୟାୟରେ ମହିଳାମାନଙ୍କୁ ସର୍ବଦା ସୁଖଶାନ୍ତିରେ ରଖିବାକୁ ସରକାରଙ୍କ ନିକଟରେ ଦାବି ରଖିଥିଲେ । ଶେଷରେ ଏହି ଅଭିଯାନ ଦଳ ଭଦ୍ରକ ଅଭିମୁଖେ ଗ୍ରସ୍ତ କରିଥିଲେ । ଏହି ଅଭିଯାନ ୨୮ ତାରିଖ ଦିନ ଭଦ୍ରକ,୧ ତାରିଖ ବାଲେଶ୍ୱର,୨ ତାରିଖ ମୟୂରଭଂଜ,୩ ତାରିଖ କେନ୍ଦୁଝର,୪ ତାରିଖ ଢେଙ୍କାନାଳ ଓ ୫ ତାରିଖ ଦିନ କଟକରେ ବିବିଧ ସଚେତନାମୂଳକ କାର୍ଯ୍ୟକ୍ରମ ସଂପାଦନା କରି ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବ ବୋଲି ସଭାପତି ପଦ୍ମ ଚରଣ ନାୟକ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଆସଲାମ ଖାନ, ସୋସିଆଲ ମେଡିଆ ସମ୍ପାଦକ ଭାବେ ମନୋନୀତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୪/୦୭): ଭାରତୀୟ ଜାତୀୟ କଂଗ୍ରେସ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସୁପାରିସରେ ଅଭିଷେଖ ମହାନନ୍ଦ ଚେୟାରମ୍ୟାନ(ସୋସିଆଲ ମେଡିଆ ତଥା ଡିଜିଟାଲ...

ନରହନ୍ତା ପିତା , ନିଜ ଔରସରୁ ଜନ୍ମିତ କୋଡିଏ ଦିନର କଅଁଳ ଶିଶୁ ପୁତ୍ରକୁ ତଣ୍ଟିଚିପି ହତ୍ୟା

ରିପୋର୍ଟ: ତ୍ରିନାଥ ଧୂରୁଆ //ଝରୀଗାଁ(୦୪/୦୭) : ନରହନ୍ତା ପିତା , ନିଜ ଔରସରୁ ଜନ୍ମିତ କୋଡିଏ ଦିନର କଅଁଳ ଶିଶୁ ପୁତ୍ରକୁ ତଣ୍ଟିଚିପି ହତ୍ୟା କଲା ବାପା, ହତ୍ୟାପରେ...

ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ବନ୍ଧୁଗାଁ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ପ୍ରତିବାଦ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (୩:୭:୨୦୨୦): ପେଟ୍ରୋଲ ଓ ଡିଜେଲର ଦର ଦିନକୁ ଦିନ ବୃଦ୍ଧି ପାଉଥିବା ନେଇ ବନ୍ଧୁଗାଁ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ଆଜି ପ୍ରତିବାଦ...

ତୈଳ ଦର ବୃଦ୍ଧି କୁ ନେଇ କଂଗ୍ରେସ ପକ୍ଷରୁ ଦାବି ପତ୍ର

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ //ଲମତାପୁଟ (ତା ୩/୭/୨୦): ବ୍ଲକ କଂଗ୍ରେସ ଦଳ ପକ୍ଷରୁ ତୈଳ ଦର ବୃଦ୍ଧି କୁ ନେଇ ସ୍ଥାନୀୟ ଡାକ ବଙ୍ଗଳା ଛକରୁ ଏକ ପଦ...

Recent Comments

%d bloggers like this: