କାଶୀନଗର ୱାର୍ଡ ନ ୭ ରେ ଶାନ୍ତିପୂର୍ଣ୍ଣ ଭାବେ ଚାଲିଛି ମତଦାନ

0
190
କାଶୀନଗର ୱାର୍ଡ ନ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୨୪/୦୩) : ଆଜି କାଶୀନଗର ପୌରାଞ୍ଚଳ କାଶୀନଗର ୱାର୍ଡ ନ ୭ ରେ ସକାଳୁ ଭୋଟ ଦାନ ଆରମ୍ଭ ହୋଇଯାଇଛି । ଦିନ ୧୧ ଟା ସୁଦ୍ଧା ସହର ର ସମସ୍ତ ବୁଥ ରେ ମତଦାନ ଶାନ୍ତି ଶୃଙ୍ଖଳା ର ସହ ଚାଲିଛି ।

ଗୋଟିଏ ଦୁଇଟି ଉତ୍ତେଜନା ପ୍ରବଣ ବୁଥ କୁ ଛାଡି ଦେଲେ ଅନ୍ୟ ଯାଗାରେ ଠିକ୍ ଚାଲିଛି । ପୋଲିସ ତରଫରୁ ଆଗୁଆ ପଦକ୍ଷେପ ସ୍ୱରୂପ ଫ୍ଲାଗ ମାର୍ଚ୍ଚ, ଓ ବୁଥ ପାଖରେ ପୋଲିସ ସଜାଗ ରହିଛି । କାଶୀନଗର ୱାର୍ଡ ନ ୭ ରେ ମୋଟର ସାଇକେଲ ରେ ପୋଲିସ ପଇଁତରା ମାରୁଛନ୍ତି । ଅତିରିକ୍ତ ଏସ ପି ବାମଦେବ ସ୍ୱାଇଁ, ଡି ଏସ ପି ଶ୍ରୀ ଆର୍ ପି ଦାସ, ଥାନା ଅଧିକାରୀ ସୁଶାନ୍ତ ସାହୁ ଆଦି ସହର ତମାମ ବୁଲି ଆଇନ ଶୃଙ୍ଖଳା ପରିସ୍ଥିତି ପରଖୁଛନ୍ତି ।