Related Contents

ସୁନ୍ଦରଗଡ଼ ଜିଲ୍ଲା ଅନ୍ଧତ୍ୱ ମୁକ୍ତ କରିବାରେ ଡାଲମିଆ ଓସିଏଲ ଏଲଭିପିଇଆଇ ଚକ୍ଷୁ କେନ୍ଦ୍ରର ଚତୁର୍ଥତମ ବାର୍ଷିକ ଉତ୍ସବ ପାଳିତ

ସୁନ୍ଦରଗଡ଼ ଜିଲ୍ଲା ପ୍ରତିନିଧି(ରାଜେଶ କୁମାର ଜେନା): ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରର ସ୍ଥାନିୟ ଝଗରପୁରରେ ଓସିଏଲ ଏଲ ଭି ପ୍ରସାଦ ଚକ୍ଷୁ କେନ୍ଦ୍ରରେ ୪ର୍ଥ ତମ ବାର୍ଷିକ ଉତ୍ସବ ପାଳନ ହୋଇଛି ।

ସର୍ବପ୍ରଥମେ ଅତିଥି ମାନଙ୍କୁ ଫୁଲ ଗୋଛା ଦେଇ ସ୍ୱାଗତ କରି ପରିଚୟ ପ୍ରଦାନ କରାଗଲା । ଏଠାରେ ମୁଖ୍ୟ ଅତିଥି ରୂପରେ ରାଜଗାଙ୍ଗପୁରର ବିଧାୟକ ଶ୍ରିଯୁକ୍ତ ମଙ୍ଗଳା କିଷାନ, ସମ୍ମାନୀୟ ଅତିଥି ଭାବରେ ଡାଲମିଆ ସିମେଣ୍ଟର ଇଡି ସୁନୀଲ ଗୁପ୍ତା, ମହିଳା ସଂଗମର ଅଧକ୍ଷା ଶ୍ରୀମତୀ ସୁନିତା ଗୁପ୍ତା, ଏଲଭି ପ୍ରସାଦ ଚକ୍ଷୁ କେନ୍ଦ୍ରର କାର୍ଯ୍ୟକାରୀ ଉପାଧ୍ୟକ୍ଷ ଶ୍ରୀ ରାମମ ଅମ୍ଭାକୁରି ଉପସ୍ଥିତ ଥିଲେ। ସୂଚନା ଅନୁସାରେ ୨୦୧୫ ମସିହାରେ ସ୍ୱର୍ଗତ ପୂର୍ବତନ ରାଷ୍ଟ୍ରପତି ଡ଼ ଏ.ପି.ଜେ ଅବଦୁଲ କଲାମ ଙ୍କ ଦ୍ଵାରା ଏହି ଚକ୍ଷୁ କେନ୍ଦ୍ର ଉଦ୍ଘାଟିତ ହୋଇଥିଲା। ଏହା ଅଦ୍ୟାବଧ ୭୦,୪୬୮ଜଣ ରୋଗୀଙ୍କୁ ସେବା ପ୍ରଦାନ କରି ସାରିଛି, ଯାହାମମଧ୍ୟରୁ ୨୨,୯୭୬ ଜଣ ରୋଗୀଙ୍କୁ ମୁକ୍ତ ସେବା ପ୍ରଦାନ କରାଯାଇଛି। ବିଗତ ୪ବର୍ଷରେ ୫,୨୧୯ସର୍ଜରି ହୋଇଥିବା ବେଳେ ପ୍ରାୟ ୭୦% ମାଗଣା କରାଯାଇଛି। ଏହାର ଉଦ୍ୟମ ହେଲା ସମ୍ବଲପୁର ଜିଲ୍ଲରୁ ନେଇ ରାଉରକେଲା ପର୍ଯ୍ୟନ୍ତ ଅନ୍ଧତ୍ୱ ମୁକ୍ତ କରିବା। ଏହି ଚକ୍ଷୁ କେନ୍ଦ୍ର ହେବା ଦ୍ଵାରା ସୁନ୍ଦରଗଡ଼ ଜିଲାର ଆଖପାଖ ଗାଁ ଲୋକଙ୍କୁ ସୁବିଧା ହେବା ସହ ମାଗଣା ଚିକିତ୍ସା ପ୍ରଦାନ ମଧ୍ୟ କରାଯାଉଛି। ଏଲଭି ପ୍ରସାଦ ଚକ୍ଷୁ କେନ୍ଦ୍ରର ଉପାଧ୍ୟକ୍ଷ କହିଲେ ଏହି ସଫଳତା ପଛରେ ଡାଲମିଆ ଭାରତ ଗ୍ରୁପ ଅଛି। ଏହି ଚାରି ବର୍ଷରେ ଆଧୁନିକ ଚିକିତ୍ସା ର ସୁବିଧା କରିବାରେ ସାହାର୍ଯ୍ୟ ହୋଇଛି, ଏହି ଜିଲ୍ଲାରେ ଅନ୍ଧତ୍ୱ ଦୁରକରିବା ପାଇଁ ସବୁବେଳେ ପ୍ରୟାସ ରହିବ ବୋଲି କହିଛନ୍ତି।

Comments are closed.