୨୦୨୧/୨୨ ଆର୍ଥିକ ବର୍ଷ ର ବ୍ଲକ ସ୍ତରୀୟ ଜନଶୁଣାଣୀ ଶିବିର

0
232
୨୦୨୧/୨୨

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ, (୨୪/୦୩) : ବୌଦ୍ଧ ଜିଲ୍ଲାରେ ୨୦୨୧/୨୨ ଆର୍ଥିକ ବର୍ଷ ବିଭିନ୍ନ କାର୍ଯ୍ୟ ର ଜନଶୁଣାଣୀ କାର୍ଯ୍ୟକ୍ରମ ର ଆରମ୍ଭ କରାଯିବ |bd5 ୨୦୨୧/୨୨ ଆର୍ଥିକ ବର୍ଷ ର ବ୍ଲକ ସ୍ତରୀୟ ଜନଶୁଣାଣୀ ଶିବିର

ସୂଚନା ମତେ ଆସନ୍ତା ୨୮.୦୩.୨୦୨୨ ରିଖ ବୌଦ୍ଧ ବ୍ଲକ କାର୍ଯ୍ୟାଳୟ, ୨୯.୦୩.୨୦୨୨ ରିଖ ଦିନ ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ଓ଼ ୩୦.୦୩.୨୦୨୨ ରିଖ କଣ୍ଟାମାଲ ବ୍ଲକ କାର୍ଯ୍ୟାଳୟ ପରିସରରେ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିୟୁକ୍ତି ଯୋଜନା ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧିକାର ୨୦୨୧/୨୨ ଆର୍ଥିକ ବର୍ଷ ର ତା.୦୧.୦୪.୨୦୨୨ ଠାରୁ ତା.୩୧.୦୩.୨୦୨୧ ରିଖ ପର୍ଯ୍ୟନ୍ତ ହୋଇଥିବା ସମସ୍ତ ପ୍ରକଳ୍ପ ଓ ଖାଦ୍ୟ ସୁରକ୍ଷା ସହାୟତା ର ପଞ୍ଚାୟତ ସମିତି ସ୍ତରୀୟ ଜନଶୁଣାଣୀ ଅନୁଷ୍ଠିତ ହେବ ।

ଏଥି ନିମନ୍ତେ କୌଣସି ଆପତ୍ତି ଅଭିଯୋଗ ଥିଲେ ସେହି ସମୟରେ ଅଭିଯୋଗ କଲେ ସେଗୁଡିକ ଉପରେ ବିଚାର ବିମର୍ଶ କରାଯିବ । ଏହି ବ୍ଲକ ସ୍ତରୀୟ ଜନଶୁଣାଣୀ ୩ ଦିନ ଧରି ବୌଦ୍ଧ ଜିଲ୍ଲାରେ ଅନୁଷ୍ଠିତ ହେବ ବୋଲି ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧିକାରୀ , ଅଶ୍ୱିନୀ କୁମାର ମେହେରଙ୍କ ଠାରୁ ସୂଚନା ପ୍ରାପ୍ତ ହୋଇଥିବା ବେଳେ ଏହି ଜନଶୁଣାଣୀରେ ବହୁ ସଂଖ୍ୟାରେ ଯୋଗଦାନ କରିବା ପାଇଁ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ସମସ୍ତଙ୍କୁ ଆହ୍ୱାନ କରିଛନ୍ତି ।