Friday, March 29, 2024

Top 5 This Week

Related Posts

ଶାନ୍ତି ଶୃଙ୍ଖଳା ସହିତ ବୌଦ୍ଧ ପୌର ନିର୍ବାଚନ ସମାପ୍ତ

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ, (୨୪/୦୩) : ବୌଦ୍ଧ ଏନ୍ ଏସି ରେ ପୈାର ନିର୍ବାଚନ ଆରମ୍ଭ ହୋଇଥିବା ବେଳେ ଭୋଟର ମାନେ ଶାନ୍ତି ଶୃଙ୍ଖଳା ସହିତ ମତଦାନ ଦେଇଛନ୍ତି ।

ବୌଦ୍ଧ ଜିଲ୍ଲା ର ୧୭ ଟି ୱାର୍ଡ ରହିଥିବା ବେଳେ ଏକମାତ୍ର ପୌରାଞ୍ଚଳ ବୌଦ୍ଧ ଗଡ ଏନ୍ ଏସି ନିର୍ବାଚନରେ ୧୫୭୧୦ ଭୋଟର ଙ୍କୁ ନେଇ ୫୭ ଜଣ ପାର୍ଥି ରାଜନୀତି ମୈଦାନରେ ଳଢୁଛନ୍ତି ।
bd1 1 ଶାନ୍ତି ଶୃଙ୍ଖଳା ସହିତ ବୌଦ୍ଧ ପୌର ନିର୍ବାଚନ ସମାପ୍ତୱାର୍ଡ ୬ ଏବଂ ୱାର୍ଡ ୭ ପାଇଁ ଯୋଗିନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟରେ ୨ ଟି ପ୍ରିଣ୍ଟ ବୁଥରେ ଶାନ୍ତି ଶୃଙ୍ଖଳା ସହିତ ମତ ଗ୍ରହଣ ଚାଲିଛି । ଯେଉଁଠାରେ କେବଳ ମହିଳା କର୍ମଚାରୀ ନିୟୋଜିତ ହୋଇଛନ୍ତି । ସେହିପରି ପ୍ରତେକ ଵୁଥ ପାଇଁ ୫ ଜଣ ସର୍ବ ମୋଟ ୮୫ ଜଣ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି ଓ ପ୍ରତେକ୍ ବୁଥରେ ୨ ଜଣ ଲେଖାଏଁ ତଥା କ୍ଲୋଷ୍ଟର ୫ ଜଣ ଲେଖାଏଁ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଆଇନ ଶୃଙ୍ଖଳା ପାଇଁ ୩ ମୋବାଇଲ୍ ସ୍କ୍ୱାର୍ଡ ଓ ୨ ଷ୍ଟ୍ରାକିଂ ବୋଡ ପ୍ରଦାନ କରାଯାଇଛି ।bd3 ଶାନ୍ତି ଶୃଙ୍ଖଳା ସହିତ ବୌଦ୍ଧ ପୌର ନିର୍ବାଚନ ସମାପ୍ତ

ସକାଳ ଆଠ ଘଣ୍ଟା ଠାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ୫ ଘଣ୍ଟା ପର୍ଯ୍ୟନ୍ତ ଶତକଡା ୭୪.୩୦ ବା ୧୧,୬୭୨ ଜଣ ଜନତା ମତଦାନ କରିଛନ୍ତି । ଭୋଟିଂ ପରେ ସମସ୍ତ ଭୋଟିଂ ମେସିନ କୁ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ କୁ ନିଆଯିବ । ଆସନ୍ତା ୨୬ ତାରିଖ ସକାଳ ୮ ଘଣ୍ଟା ଠାରୁ ମତ ଗଣନା ଚାଲୁହେବ ବୋଲି ଜିଲ୍ଲା ସୂଚନା ଅଧିକାରୀ ରୀତାକାନ୍ତି ବଳିୟାରସିଂ ସୂଚନା ଦେଇଛନ୍ତି |

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles