Advertisements
Sunday, July 5, 2020
Home headline ଗଞ୍ଜେଇ ବ୍ୟବସାୟୀଙ୍କ ପେଣ୍ଠ ସ୍ଥଳୀ ରାୟଗଡ ଜିଲ୍ଲାର ବିଭିନ ଦୁର୍ଗମ ଅଂଚଳ

ଗଞ୍ଜେଇ ବ୍ୟବସାୟୀଙ୍କ ପେଣ୍ଠ ସ୍ଥଳୀ ରାୟଗଡ ଜିଲ୍ଲାର ବିଭିନ ଦୁର୍ଗମ ଅଂଚଳ

ରାୟଗଡାଜ଼ିଲ୍ଲା ପ୍ରତିନିଧି (ଅମୁଲ୍ୟ ନିଶଙ୍କ): ପୋଲିସର ବ୍ୟାପକ ଧରପଗଡ଼ ଓ ଜ଼ିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସ ଖାନତଲାସି କରି ଗଂଜେଇ ଜବତ କରିବା ସାଙ୍ଗକୁ ଆସାମୀ ମାନଙ୍କୁ କୋର୍ଟ ଚାଲାଣ କରିବା ସ୍ଵତେ ମଧ୍ୟ ଗଂଜେଇ ଚୋରାଚାଲାଣ କାରି ଅଭିନବ ଉପାୟରେ ଟ୍ରେନ ବସ କିମ୍ବା ପାଣିଟାଙ୍କି କପଡା ବେଣ୍ଡେଲ ମୋଟର ସାଇକେଲ ମାଧ୍ୟମରେ ଚାଲାଣ କରନ୍ତି |

ରାୟଗଡ଼ ଜ଼ିଲ୍ଲାର ଚନ୍ଦ୍ରପୁର ଅଂଚଳର ବିଜେପୁର ପଂଚାୟତରେ ବ୍ୟାପକ ଗଂଜେଇ ଚାଷ ହୋଇ ଗଜପତି ଜ଼ିଲ୍ଲାର ମୋହନା ବ୍ଲକର ଏକ ପଂଚାୟତ ଗରଡ଼ାମା ଗ୍ରାମ ଯାହାକି ରାୟଗଡ଼ ଜ଼ିଲ୍ଲାର ସୀମାକୁ ଲାଗି ରହିଛି ସେହିଠାରୁ ବ୍ୟାପକ ପରିମାଣରେ ଗଂଜେଇ ଚୋରାଚାଲାଣ ହେବାର ସେହି ଅଂଚଳର ଜନସାଧାରଣ ଅଭିଯୋଗ କରୁଛନ୍ତି | କିନ୍ତୁ ଚନ୍ଦ୍ରପୁର ପୋଲିସ ନିୟମକୁ ଆଖିଠାର ସଦୃଶ୍ୟ ଅଳ୍ପ କେତକ ଜବତ କରି ଚୋରାଚାଲାଣ କାରୀଙ୍କୁ ଗାରଦମା ଗ୍ରାମ ଦେଇ ପାସ କରି ମାଲାମାଲ ହୁଅନ୍ତି | ଅଳ୍ପ ଦିନଗୁଡିକ ବ୍ୟବଧାନରେ ପୋଲିସ ଦ୍ୱାରା ଗଂଜେଇ ଜବତ ଗଣମାଧ୍ୟମରେ ଶୀର୍ଷକ ଖବର ପାଲୁଟୁ ଥିଲେ ସୁଦ୍ଧା ଚୋରା ଚାଲାଣକାରୀ ତଥା ଗଂଜେଇ ବ୍ୟବସାୟୀମାନେ ପୋଲିସର ଗିରଫଦାରୀକୁ ଖାତିର ନ କରି ଏହି ବ୍ୟବସାୟକୁ ଦିବାଲୋକରେ ଚଳାଉଛନ୍ତି । ଫଳରେ ଯୁବପୀଢି ଏହି ଗଂଜେଇ ନିଶା କବଳରେ ପଡି ନିଜ ଭବିଷ୍ୟତକୁ ଅନ୍ଧାରରେ ଠେଲି ଦେଉଛନ୍ତି । କିଛିଦିନ ତଳେ ରାୟଗଡ ଜିଲ୍ଲା ପଦ୍ମପୁର ଥାନା ପୋଲିସ ୪୩୬ କେଜି ଓ ଚାନ୍ଦିଲି ଥାନା ପକ୍ଷରୁ ୭୧କେଜିରୁ ଉର୍ଦ୍ଧ ଗଂଜେଇ ଚୋରା ଚାଲାଣ ବେଳେ ଜବତ କରାଯାଇଥିବା ବେଳେ ପୁଣି ଆଜି ରାୟଗଡ ସରକାରୀ ରେଳବାଇ ପୋଲିସ (ଜିଆରପି) ଓ ରେଳବାଇ ସୁରକ୍ଷା ବଳ(ଆରପିଏଫ) ତରଫରୁ ପ୍ରତିଦିନ ଭଳି ଗତକାଲି ମଙ୍ଗଳବାର ରାତ୍ରରେ ମିଳିତ ପେଟ୍ରୋଲିଂ ଚାଲୁଥିବା ସମୟରେ ଏକ କଳା ବ୍ୟାଗ ଧରି ବସିଥିବା ଜଣେ ଯୁବକଙ୍କୁ ସନ୍ଦେହ ପ୍ରକଟ କରି ବ୍ୟାଗ ଯାଂଚ କରିବା ବେଳେ ସେଥିରୁ ଗଂଜେଇ ବାହାରିଥିଲା ।


ପରେ ତାକୁ ଆରପିଏଫ ଥାନାରେ ଅଟକ ରଖାଯାଇ ପଚରାଉଚୁରା କରିବା ପରେ ଗଂଜେଇ ଖୋର୍ଦ୍ଧାକୁ ଚୋରା ଚାଲାଣ ହେଉଥିବା ଜଣା ପଡିଥିବା ବେଳେ ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବ୍ୟାଗରୁ ୭କେଜି ୫ଶହ ଗ୍ରାମ ଗଂଜେଇ ବାହାର କରାଯାଇଥିଲା । ଯାହାର ଆନୁମାନିକ ମୁଲ୍ୟ ୫୦,୦୦୦ଟଙ୍କା ହେବ ବୋଲି ଜଣା ପଡିଛି ।ଅଟକ ଯୁବକର ନାମ ଯୀଶୁକୃଷ୍ଣ ପରିଡା ଓ ତାଙ୍କ ଘର ଜଗତସିଂହପୁର ଜିଲ୍ଲା ତିର୍ତୋଳ ଥାନା ଅନ୍ତର୍ଗତ ତନାର ଗ୍ରାମ ହୋଇଥିବା ବେଳେ କେସ ନମ୍ବର ୫/୨୦୧୯ରେ ମାମଲା ରୁଜୁ କରାଯାଇ ଧାରା ୨୦(ବି)(॥)ବି-ଏନଡିପିଏସ ଏକ୍ଟ ଅନୁଯାୟୀ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ଜିଆରପିଏସ ଡିଏସପି କୈଳାସଚନ୍ଦ୍ର ବୁର୍ଦା ସୂଚନା ଦେଇଥିବା ବେଳେ ରାୟଗଡା ଜିଆରପି ଥାନା ଅଧିକାରୀ ଶୁଭେନ୍ଦୁ ଶବର,ଆରପିଏଫ ଥାନାଧିକାରୀ ଡି.ଏନ.ତ୍ରିଲୋକ,କେସ ତଦନ୍ତକାରୀ ଅଧିକାରୀ ଜିଆରପିଏସ, ଏସ.ଆଇ. ୟୁ.ସିଏଚ.ନାୟକ, ଏଏସଆଇ ଏସ.ବି.ରାଓ ପ୍ରମୁଖ ଉପସ୍ଥିତ ରହିଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

ମାଲକାନଗିରି ଜିଲ୍ଲାରେ ମାଓ ବିରୋଧୀ ପୋଷ୍ଟର

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ମାଓବାଦୀ ଙ୍କୁ ବିରୋଧ କରି ପୋଷ୍ଟର ଲାଗିଲା ସ୍ବାଭିମାନ ଅଞ୍ଚଳରେ ।

ଜାମସେଠ ଠାରେ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୩/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜାମ ସେଠ ହସପିଟାଲ ଠାରେ ଝାରବନ୍ଧ ଓ ଜାମ ସେଠ...

Recent Comments

%d bloggers like this: