ବାଇକ ଦୁର୍ଘଟଣାରେ ଯୁବକ ମୃତ

0
174
ବାଇକ ଦୁର୍ଘଟଣାରେ

ରିପୋର୍ଟ : ରବି ଶଙ୍କର ମହାପାତ୍ର //
ବୋରିଗୁମ୍ମା, (୨୩/୩) : ଆଜି ପୂର୍ବାହ୍ନରେ ବୋରିଗୁମ୍ମା ବ୍ଳକ ବି. ସିଂହପୁର ଥାନା ଅନ୍ତର୍ଗତ ମୁଣ୍ଡାଗୁଡା ଗ୍ରାମ ର ବାଘବନ୍ଧ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।

ସୂଚନା ମୁତାବକ ମୃତ ଯୁବକ ଜଣକ ଚମ୍ପାପଦର ଗ୍ରାମ ର ଧନୁର୍ଜୟ ପାଇକ ବୋଲି ଜଣାପଡ଼ିଛି । ଧନୁର୍ଜୟ ଗତ କାଲି ବେଣାସୁର ବାଲି ଯାତ୍ରା ଦେଖି ଫେରୁଥିବା ବେଳେ ସମ୍ଭବତଃ ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇ ଥିବା ଅନୁମାନ କରାଯାଉଛି ।