ମୁଖ୍ୟମନ୍ତ୍ରୀଙ୍କ ଗସ୍ତ, କିଛି ତ୍ରୁଟି ଯୋଗୁଁ ଜୟପୁରରେ ଜରୁରୀ ଅବତରଣ

ଜୟପୁର( ସୌମ୍ୟରଂଜନ ସାହୁ): ଆଜି ରାୟଗଡାରେ ମୁଖ୍ୟମନ୍ତ୍ରୀଙ୍କ ଏକ ଦିନିଆ ଗସ୍ତ ଥିବା ବେଳେ କୌଣସି କାରଣ ବଶତଃ ଜୟପୁରରେ ଜରୁରୀ ଅବତରଣ କରିଥିଲେ |

ଦୀର୍ଘ ଅଧଘଣ୍ଟା ଧରି ଜୟପୁର ବିମାନ ବନ୍ଦରରେ ରହିଥିଲେ ମୁଖ୍ୟମନ୍ତ୍ରୀ | ସୂଚନା ମୁତାବକ ଆଜି ରାୟଗଡାରେ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେବାର ଥିଲା | ଭୁବନେଶ୍ୱର ବିମାନ ବନ୍ଦରରୁ ଏକ ଚାଟେଡ଼ ପ୍ଲେନ ଯୋଗେ ଲାଞ୍ଜିଗଡ଼ ଠାରେ ଓହ୍ଲାଇ ଏକ ଚୌପର ଯୋଗେ ରାୟଗଡା ଗସ୍ତ କରିଥାନ୍ତେ କିନ୍ତୁ ଲାଞ୍ଜିଗଡ଼ରେ ଅତ୍ୟଧିକ ମାତ୍ରାରେ ଫୋଗ ଥୁବାରୁ ପ୍ଲେନଟି ଅବତରଣ କରିବାରେ ବାଧା ଉପୁଜିବାରୁ ପ୍ଲେନଟି ଜୟପୁର ବିମାନ ବନ୍ଦରରେ ଅବତରଣ କରିଥିଲା | ସେପଟେ ଲାଞ୍ଜିଗଡ଼ରୁ ଏକ ସ୍ୱତନ୍ତ୍ର ହେଲିକପ୍ଟର ଆସିବା ପରେ ଦିର୍ଘ ଚାଳିଶି ମିନିଟ ଧରି ଜୟପୁର ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ରହିଥିବା ଦେଖିବାକୁ ମିଳିଥିଲା |

Comments are closed.