ବୈପାରୀଗୁଡା ପଂଚାୟତ ସମିତି ଉପାଧ୍ଯଷ ହେଲେ ପୁର୍ଣିମା ବାରିକ

0
848
ବୈପାରୀଗୁଡା ପଂଚାୟତ

ରିପୋର୍ଟ : ଏନ. ସନ୍ତୋଷ କୁମାର //
ବୈପାରୀଗୁଡା, କୋରାପୁଟ, (୨୩ / ୦୩) : କୋରାପୁଟ ଜିଲ୍ଲା ଅନ୍ତର୍ଗତ ବୈପାରୀଗୁଡା ପଂଚାୟତ ସମିତି ଉପାଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ।03f850f1 fb1f 49ab 8a00 d012007968fa ବୈପାରୀଗୁଡା ପଂଚାୟତ ସମିତି ଉପାଧ୍ଯଷ ହେଲେ ପୁର୍ଣିମା ବାରିକ

ହେଲେ ଏହି ନିର୍ବାଚନରେ ବାଲିଗାଁ ପଂଚାୟତ ସମିତି ସଭ୍ୟା ପୂଣ୍ଣିମା ବାରିକ ବୈପାରୀଗୁଡା ପଂଚାୟତ ସମିତି ଉପାଧ୍ଯଷ ଭାବେ ନିର୍ବାଚିତ କରାଯାଇଛି । ପୂଣ୍ଣିମା ବାରିକ ତାଙ୍କ ପ୍ରତିଦ୍ବନ୍ଦୀ ଶଶୀ ପୂଜାରୀ ଙ୍କୁ ପରାସ୍ତ କରି ବିଜୟ ହୋଇଛନ୍ତି l ଏହି ବ୍ଲକ ର ୨୦ ଟି ପଞ୍ଚାୟତ ର ସମିତି ମଧ୍ୟରୁ ଶଶୀ ପୂଜାରୀ ଙ୍କୁ ମୋଟ ୯ ଟି ଭୋଟ ମିଳିଥିବା ବେଳେ ପୂର୍ଣ୍ଣିମା ବାରିକ ଙ୍କୁ ୧୦ ଖଣ୍ଡ ମିଳିଥିଲା ଓ ସେ ବିଜୟୀ ଘୋଷଣା ହୋଇଥିଲେ l ଭୋଟରେ ବିଜୟ ହୋଇ ଥିବା ନବ ନିର୍ବାଚିତ ଉପାଧ୍ଯଷ ପୁର୍ଣିମା ବାରିକ ବ୍ଲକ ର ଉନ୍ନତି ଦିଗରେ ବିଭିନ୍ନ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଛନ୍ତି l