ଉପାଧ୍ୟକ୍ଷ ଙ୍କ ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀ ବିଜୟ

0
377
ଉପାଧ୍ୟକ୍ଷ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, (୨୩/୩) : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ରେ ଉପାଧ୍ୟକ୍ଷ ଙ୍କ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଆଜି ପ୍ରତେକ ପଞ୍ଚାୟତର ସମିତି ସଭ୍ୟସଭ୍ୟାଙ୍କ ଉପସ୍ଥିତରେ ନିର୍ବାଚନ ହୋଇଥିଲା ।bca7e759 b117 4e93 a067 486e46d14a90 ଉପାଧ୍ୟକ୍ଷ ଙ୍କ ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀ ବିଜୟ

କଲ୍ୟାଣସିଂହପୁର ଉପାଧ୍ୟକ୍ଷ ଭାବେ ମ୍ବୁରୁ କଞ୍ଜକା ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ କଂଗ୍ରେସ ସମର୍ତ୍ତିତ ପ୍ରାର୍ଥୀ ରୂପେ ନାଗେଶ୍ବର ମିଣିଆକା ନାମାଙ୍କନ ପତ୍ର ଦାଖଲ କରିଥିଲେ।ସବୁ ସମିତି ସଭ୍ୟସଭ୍ୟା ଙ୍କ ଭୋଟ ପ୍ରଦାନ ପରେ ଡ଼ମ୍ବୁରୁ କଞ୍ଜକା ଙ୍କୁ ମୋଟ ୯ ଗୋଟି ଭୋଟ ପାଇ ଵିଜୟ ହୋଇଥିବା ବେଳକୁ ନାଗେଶ୍ବର ଙ୍କୁ ୫ ଗୋଟି ଭୋଟ ମିଳିଥିବା ଜଣାପଡିଛି । ଏଥିରେ ବିଜେଡି ଓ କଂଗ୍ରେସ ଦଳ ସମର୍ଥକ ମାନେ ଉପସ୍ଥିତ ରହିଥିଲେ ।e358a9d8 a454 4e78 99e1 d71d985bc6ba ଉପାଧ୍ୟକ୍ଷ ଙ୍କ ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀ ବିଜୟ

କଲ୍ୟାଣସିଂହପୁର ବ୍ଳକ ରେ ମୋଟ ୧୪ ଟି ପଞ୍ଚାୟତ ଥିବା ବେଳେ ବିଜେଡି ସମର୍ତ୍ତିତ ୮ ସମିତି ସଭ୍ୟସଭ୍ୟା ଵିଜୟ ହୋଇଥିବା ବେଳେ କଂଗ୍ରେସ ଦଳର ୪ ସମିତି ସଭ୍ୟସଭ୍ୟା ଓ ବିଜେପି ର ୨ ଜଣ ସମିତି ନିର୍ବାଚିତ ହୋଇଥିବା ନିର୍ବାଚନ ହୋଇଥିଲେ । ଆଜି ବ୍ଳକ ଉପାଧ୍ୟକ୍ଷ ମତ ଦାନ ବେଳେ କଂଗ୍ରେସ ସମର୍ତ୍ତିତ ଗୋଟିଏ ସମିତି ସଭ୍ୟ କୁ ବିଜେଡି ଦଳ ପକ୍ଷରୁ କିଣା ଯାଇଥିବା ସାଧାରଣ ରେ ଆଲୋଚନା ହେଉଥିବା ର ଶୁଣିବାକୁ ମିଳିଥିଲା । ଏହି ସମ୍ପର୍କରେ ନିର୍ବାଚନ ଅଧିକାରୀ ସୁଧାକର ରଇତ ଜିପିଓ ମାନସ ପ୍ରଧାନ ଙ୍କୁ ପଚାରିବାରୁ ଡ଼ମ୍ବୁରୁ କଞ୍ଜକା ଵିଜୟ ହୋଇଥିବା ସୂଚନା ଦେଇଛନ୍ତି ।