ବାଲେରୋ ଦୁର୍ଘଟଣା ଗ୍ରସ୍ତ : ୯ ଆହତ ଓ ଜଣେ ଗୁରୁତର

0
212
ବାଲେରୋ

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ବିନିକା, (୨୩/୩) : ବିନିକା – ରାମପୁର ମୁଖ୍ୟରାସ୍ତା ସିଂଙ୍ଗିଜୁବା ପାଣିଟାଙ୍କି ନିକଟରେ ଭାରସାମ୍ୟ ହରାଇ ଏକ ବାଲେରୋ ଗାଡି ନମ୍ବର OD 17 R 3642 ଦୂରର୍ଘଟଣା ଗ୍ରସ୍ତ ହୋଇ ବିଲ ଭିତରେ ଓଲଟି ପଡ଼ିଛି ।eef5b18d 1693 4c39 8203 540b8b56a3d6 ବାଲେରୋ ଦୁର୍ଘଟଣା ଗ୍ରସ୍ତ : ୯ ଆହତ ଓ ଜଣେ ଗୁରୁତର

ଏଥିରେ ଥିବା ୧୦ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଆହତ ହୋଇଛନ୍ତି । ସେମାନେ ବରଗଡ଼ ଜିଲ୍ଲା ବାରମକେଲା ଠାରୁ ସୋନପୁର କୁ ବରଯାତ୍ରୀ ଆସୁଥିବା ଜଣା ଯାଇଛି । ସୂଚନା ଅନୁସାରେ ବାଲେରୋ ଡ୍ରାଇଭର ନିଶାଗ୍ରସ୍ଥ ଥିବାରୁ ଏପରି ଘଟଣା ଘଟି ଥିବା କୁହାଯାଉଛି । ବଲେରୋ ଗାଡି ରୁ ଗୋଟିଏ ମଦବୋତଲ ମଧ୍ୟ ମିଳିଛି । ସମସ୍ତ ଆହତଙ୍କୁ ୧୦୮ ଯୋଗେ ବିନିକା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣି ଭର୍ତି କରି ଚିକିତ୍ସା କରାଯାଇଛି । ଘଟଣା ସ୍ଥଳରେ ବିନିକା ପୁଲିସ ପହଞ୍ଚି ତଦନ୍ତ ଜାରୀ ରଖିଛି ।