ବୋରିଗୁମ୍ମା ବ୍ଳକ ଉପାଧ୍ୟକ୍ଷ ହେଲେ ରାଧାକାନ୍ତ ସାମନ୍ତରାୟ

0
313
ବୋରିଗୁମ୍ମା

ରିପୋର୍ଟ : ରବି ଶଙ୍କର ମହାପାତ୍ର //
ବୋରିଗୁମ୍ମା, (୨୩/୩) : ଆଜି ବୋରିଗୁମ୍ମା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପାଇଁ ନିର୍ବାଚନ ଶେଷ ହୋଇଯାଇଛି । ମୁଞ୍ଜା ପଞ୍ଚାୟତ ରୁ ନିର୍ବାଚିତ ସମିତି ସଭ୍ୟ ରାଧାକାନ୍ତ ସାମନ୍ତରାୟ ଉପାଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ ।

ଅନ୍ୟ କୌଣସି ସମିତି ସଭ୍ୟ ଏହି ପଦବୀ ପାଇଁ ନାମାଙ୍କନ ଦାଖଲ କରି ନ ଥିଲେ । ତେଣୁ ରାଧାକାନ୍ତ ସାମନ୍ତରାୟଙ୍କୁ ନିର୍ଦ୍ବନ୍ଦ୍ବରେ ବିଜୟୀ ଘୋଷଣା କରାଯାଇଥିଲା । ବୋରିଗୁମ୍ମା ବ୍ଳକରେ ଉଭୟ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦ ଏଥି ପୂର୍ବରୁ କଂଗ୍ରେସ ଓ ବିଜେପି ହାତରେ ଥିବା ବେଳେ ବର୍ତମାନ ଉଭୟ ପଦ ବିଜେଡି ସମର୍ଥିତ ପ୍ରାର୍ଥୀ ପାଇଥିବା ଜଣା ପଡିଛି ।