Thursday, March 28, 2024

Top 5 This Week

Related Posts

ସତ ହେଉଛି କି ବାବାଙ୍କ ଭବିଷ୍ୟବାଣୀ ? ପୂରା ଦୁନିଆରେ ରାଜ୍ କରିବେ ପୁଟିନ୍ !

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୩/୦୩) : ସତ ହେଉଛି କି ବାବାଙ୍କ ଭବିଷ୍ୟବାଣୀ ? ବହୁ ବର୍ଷ ପୂର୍ବରୁ ଏକ ଭବିଷ୍ୟବାଣୀ ହୋଇଥିଲା । ଏମିତି ଏକ ସମୟ ଆସିବ ଋଷ୍ ପୂରା ଦୁନିଆରେ କରିବ ରାଜ୍ । ହେବେ ସବୁଠୁ ଶକ୍ତିଶାଳୀ । ଏକଥା କଣ ଆପଣ ବିଶ୍ୱାସ କରିବେ । ହୁଏତ ନା ।

କିନ୍ତୁ ଋଷ୍-ୟୁକ୍ରେନ୍‌ ଯୁଦ୍ଧ ର ପରିଣାମ ଦେଖିଲେ ଏସବୁ ସତ ହେଉଛି ବୋଲି ଜଣା ପଡ଼ୁଛି । ଭବିଷ୍ୟବାଣୀ ଉପରେ ବଢ଼ୁଛି ବିଶ୍ୱାସ । କାହିଁକିନା ଗୋଟେ ପଟେ ଋଷ ର ଆକ୍ରମଣ । ଅନ୍ୟପଟେ ୟୁକ୍ରେନ ବି ଯୁଦ୍ଧ ଭୂମି ର ହଟିବାକୁ ନାରାଜ । ତେବେ ଆପଣ ଭାବୁଥିବେ କିଏ କରିଥିଲା ଏମିତି ଭବିଷ୍ୟବାଣୀ । ଫକୀର ବାବା ତଥା ବାବା ଭଙ୍ଗା । ଶହ ଶହ ବର୍ଷ ପୂର୍ବରୁ ସେ ଏମିତି କରିଥିଲେ ଭବିଷ୍ୟ ବାଣୀ ।

ଆଜ୍ଞା ହଁ ବୁଲ୍ଗାରିୟା ର ଏହି ଦୃଷ୍ଟିହୀନ ଫକୀର ବାବା । ଅନେକ ଘଟଣାକୁ ନେଇ କରିଥିଲେ ଭବିଷ୍ୟବାଣୀ । ଯାହା ସତ ବି ହୋଇଛି । ଏବେ ତାଙ୍କର ଏହି ଭବିଷ୍ୟବାଣୀ ଉପରେ ସମସ୍ତଙ୍କ ନଜର । ଯେଉଁଥିରେ ବାବା ପୁଟିନଙ୍କ ବିଷୟରେ କହିଥିଲେ ।

ମୃତ୍ୟୁ ପୂର୍ବରୁ ବାବା ଭଙ୍ଗା ୫ ହଜାରରୁ ଅଧିକ ଭବିଷ୍ୟବାଣୀ କରିଥିଲେ । ଯେଉଁଥିରେ ଆମେରିକା ର ୯/୧୧ ଆକ୍ରମଣ । ବାରକ ଓବାମାଙ୍କର ରାଷ୍ଟପତି ହେବା । ରାଜକୁମାରୀ ଡାୟନାଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ । ଥାଇଲାଣ୍ଡରେ ସୁନାମୀ । ୨୦୦୧ ରେ ୱାର୍ଲଡ ଟ୍ରେଡ୍‌ ସେଣ୍ଟର ଉପରେ ଆକ୍ରମଣ ଓ କରୋନା ଭାଇରସ୍‌ ଭଳି କଥା ପୂରା ଦୁନିଆରେ ହୋଇଛି ସତ ।

ବାବା ଭଙ୍ଗା ପୁଟିନ୍‌ ଙ୍କୁ ନେଇ ବି ଏମିତି କିଛି କଥା କହିଥିଲେ ଯାହା ୟୁକ୍ରେନ୍‌-ଋଷ୍ ସମୟରେ ସତ ହେବା ଦେଖାଯାଉଛି । ବାବା ଭଙ୍ଗା କହିଥିଲେ, ଗୋଟେ ସମୟ ଆସିବ ଯେବେ ଆମେରିକା ର ରାଜୁତି ହୋଇଯିବ ଶେଷ । ଆଉ ଋଷ୍‌ ପୂରା ଦୁନିଆରେ ରାଜୁତି କରିବ । ପୂରା ଦୁନିଆ ର ସାଜିବ ଶାସକ । ଋଷ୍‌ କୁ କେହି ରୋକି ପାରିବେନି । ଋଷ ପୂରା ଦୁନିଆ ର ସାଜିବ ବାତ୍ସା । ଆଉ ୟୁକ୍ରେନ୍‌ ପାଲଟିଯିବ ମରୁଭୂମି । ବାବା ଭଙ୍ଗା ଲେଖକ ଭାଲେଣ୍ଟିନ୍‌ ସିଦୋରୌୱଙ୍କ ସହ ଏହି ବିଷୟରେ କରିଥିଲେ ଆଲୋଚନା ।

୧୯୯୬ ରେ ବାବାଙ୍କ ମୃତ୍ୟୁ ପୂର୍ବରୁ ସେ ଆଉ ଏକ ଚକିତ କଲା ଭଳି ଭବିଷ୍ୟବାଣୀ କରିଥିଲେ । ସେ କହିଥିଲେ ୫୦୭୯ ରେ ଶେଷ ହୋଇଯିବ ଦୁନିଆ ।

ତେବେ ଆସନ୍ତୁ ବାବାଙ୍କ ବିଷୟରେ କିଛି କଥା । ବୁଲଗେରିଆ ର ବାବା ଭଙ୍ଗା । ଜଣେ ମହିଳାଙ୍କ ନାଁ । ସେ ତାଙ୍କ ଭବିଷ୍ୟବାଣୀ ପାଇଁ ପ୍ରସିଦ୍ଧ । ତାଙ୍କ ଜନ୍ମ ୧୯୧୧ ହୋଇଥିବା ବେଲେ ମୃତ୍ୟ ୧୯୯୬ ରେ ହୋଇଥିଲା । ତାଙ୍କୁ ପୂରା ନାଁ ବେଙ୍ଗେଲିଆ ଗୁସ୍ତେରୋଆ ଥିଲା । ସେ ଅନେକ ଭବିଷ୍ୟବାଣୀ କରିଥିଲେ । ଯାହା କି ହେଉଛି ସତ। ବାବା ଭଙ୍ଗା ଦୃଷ୍ଟିହୀନ ଥିଲେ ହେଲେ ତାଙ୍କ ପାଖରେ ଏକ ଅଦୃଶ୍ୟ ଶକ୍ତି ଥିଲା । ଯାହାଦ୍ୱାରା ସେ ଭବିଷ୍ୟତ କଥା ଜାଣି ପାରୁଥିଲେ ।

ୟୁକ୍ରେନ୍‌-ଋଷ୍‌ ଯୁଦ୍ଧ ଚାଲିଛି । ସମାଧାନ ବାଟ ବାହାରୁନି । ତେବେ ଏମିତି ସ୍ଥିତିରେ ଭବିଷ୍ୟବାଣୀ ସତ ହେବା ଅନୁମାନ୍‌ କରାଯାଉଛି । ତେବେ କଣ ସତରେ ପୁଟିନ୍‌ ପୂରା ଦୁନିଆରେ ରାଜ୍‌ କରିବେ ? ସତ ହେବ କି ଭବିଷ୍ୟବାଣୀ ?

Popular Articles