ସତର୍କ କରାଇଲେ ୟୁକ୍ରେନ ରାଷ୍ଟ୍ରପତି : ଯୁଦ୍ଧ ଆଣିପାରେ ଖାଦ୍ୟ ସଙ୍କଟ

0
175
ସତର୍କ କରାଇଲେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ୟୁକ୍ରେନ/ନୂଆଦିଲ୍ଲୀ, (୨୩/୦୩) : ୟୁକ୍ରେନ ଉପରେ ରୁଷିଆ ର ଆକ୍ରମଣ ଜାରି ରହିଛି । ଏହାରି ଭିତରେ ଯୁଦ୍ଧ ୨୭ ଦିନରେ ପହଞ୍ଚିଥିବା ବେଳେ ସପିଂ ମଲରେ କ୍ରେମଲିନ ସେନାର ବୋମା ମାଡରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ସେପଟେ ସତର୍କ କରାଇଲେ ୟୁକ୍ରେନ ରାଷ୍ଟ୍ରପତି ।

ସତର୍କ କରାଇଲେ କହିଛନ୍ତି ୟୁକ୍ରେନ ଖାଦ୍ୟଶସ୍ୟ ଉତ୍ପାଦନକାରୀ ରାଷ୍ଟ୍ର ହୋଇଥିବାରୁ ଅନେକ ଦେଶରେ ଖାଦ୍ୟ ଅଭାବ ଦେଖାଦେବ । ଋୁଷ ୟୁକ୍ରେନ ଯୁଦ୍ଧ ଏବେ ୨୭ ଦିନରେ ପହଞ୍ଚିଛି । ଆଉ ଏହାରି ମଧ୍ୟରେ ରୁଷ୍ ୟୁକ୍ରେନ ଉପରେ ଘନ ଘନ ବୋମା ଓ ମିଶାଇଲ ମାଡ କରିଚାଲିଛି । ହସ୍ପିଟାଲ, ଡାକ୍ତରଖାନା, ଆପାର୍ଟମେଣ୍ଟ ସହ ଜନ ଗହଳିପୂର୍ଣ୍ଣ ସ୍ଥାନରେ ବୋମା ବର୍ଷଣ କରୁଛି ରୁଷ୍ । ସପିଂ ମଲକୁ ବି ଛାଡ଼ିଲାନି ରୁଷ୍ ସେନା । ଆକ୍ରମଣରେ ଚାଲିଗଲା ୮ ନୀରିହଙ୍କ ଜୀବନ । ୟୁକ୍ରେନ ର ଅର୍ଥନୈତିକ ପେଣ୍ଠସ୍ଥଳୀ ଖାରକିଭ ରୁ ଆସିଛି ଛାତିଥରା ଦୃଶ୍ୟ ।

ଗୋଟିଏ ସପିଂ ମଲ୍ ଉପରେ ଆକ୍ରମଣ କରିଛି ରୁଷ୍ ସେନା । ଜନସାଧାରଣ ଜିନିଷ କିଣିବା ପାଇଁ ଲାଇନରେ ଠିଆ ହୋଇଥିବା ବେଳେ ଆଖି ପିଛୁଳାକେ ମଲ୍ ଭିତରେ ବୋମା ବିସ୍ଫୋରଣ ହେଲା । ଆଉ ୮ ଜଣ ନୀରିହ ନାଗରିକଙ୍କ ଜୀବନ ଚାଲିଗଲା । ଖାରକିଭ ର ଜନସାଧାରଣ ଏବେ ଘରୁ ବାହାରିବା ପାଇଁ ଡରୁଛନ୍ତି । କେବଳ ଖାଦ୍ୟ ଓ ଅତ୍ୟାବଶ୍ୟକୀୟ ଦ୍ରବ୍ୟ ପାଇଁ ସପିଂ ମଲ୍ ଓ ସୁପରମାର୍କେଟ କୁ ନିର୍ଦ୍ଧିଷ୍ଟ ସମୟରେ ଯାଉଛନ୍ତି ।

ସତର୍କ କରାଇଲେ ୟୁକ୍ରେନ ରାଷ୍ଟ୍ରପତି । ଯୁଦ୍ଧ ଆଣିପାରେ ଖାଦ୍ୟ ସଙ୍କଟ । ଏସବୁ ଭିତରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଯେଉଁ କଥା କହିଛନ୍ତି, ତାହା ଏକ ସତର୍କବାଣୀ । ଇଟାଲୀ ସଂସଦକୁ ସମ୍ବୋଧନ କଲାବେଳେ ଜେଲେନସ୍କି କହିଛନ୍ତି ଯେ, ଏହି ଯୁଦ୍ଧ ଅନେକ ଦେଶରେ ଖାଦ୍ୟ ସଙ୍କଟ ଆଣିବାର ଆଶଙ୍କା ରହିଛି । ୟୁକ୍ରେନ ଖାଦ୍ୟଶସ୍ୟ ଉତ୍ପାଦନକାରୀ ରାଷ୍ଟ୍ର ଭାବେ ଜଣାଶୁଣା ।

ପ୍ରତିବର୍ଷ ଏହା ବିଦେଶକୁ ହଜାର ହଜାର ମେଟ୍ରିକ ଟନ୍ ଖାଦ୍ୟ ଶସ୍ୟ ପଠାଇଥାଏ । ହେଲେ ରୁଷର ଆକ୍ରମଣ ଯୋଗୁଁ ଖାଦ୍ୟ ଶସ୍ୟ ଉତ୍ପାଦନ ଓ ରପ୍ତାନୀ ସମ୍ଭବ ହୋଇପାରୁନଥିବା କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି । ଦୁଇ ପକ୍ଷ ମଧ୍ୟରେ ବହୁଥର ବୈଠକ ବସିଥିଲେ ବି ଶାନ୍ତିର କୌଣସି ବାଟ ବାହାରିପାରିନାହିଁ । କାରଣ ଉଭୟ ରୁଷ୍ ଓ ୟୁକ୍ରେନ ନିଜ ଦାବିରେ ଅଟଳ ରହିଛନ୍ତି । ତାଙ୍କ ଦେଶ ଆତ୍ମସମର୍ପଣ କରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ।