ସି ଏଚ କଲ୍ୟାଣୀ ଉପାଧ୍ୟକ୍ଷ ଭାବେ ନିର୍ବାଚିତ

0
385
ସି ଏଚ କଲ୍ୟାଣୀ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୩/୦୩) : ଗଜପତି ଜିଲ୍ଲା କାଶୀନଗର ବ୍ଲକ ର ଉପାଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇ ଯାଇଛି । ସି ଏଚ କଲ୍ୟାଣୀ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ।

ଆଜି ସକାଳ ୧୦ ଟା ବେଳେ କାଶୀନଗର ବ୍ଲକ ର ୯ ଟି ପଞ୍ଚାୟତ ର ସମିତି ସଭ୍ୟ ଓ ସଭ୍ୟା ବ୍ଲକ କାର୍ଯ୍ୟାଳୟ ଠାରେ ପହଞ୍ଚି ଉପାଧ୍ୟକ୍ଷ ନିର୍ବାଚନ ରେ ଅଂଶ ଗ୍ରହଣ କରିଥିଲେ । ସର୍ବ ସମ୍ମତି କ୍ରମେ ସି ଏଚ କଲ୍ୟାଣୀ ଙ୍କୁ ଉପାଧ୍ୟକ୍ଷ ଭାବେ ବାଛି ଥିଲେ । ସେ ଜଣେ ହିଁ ନାମାଙ୍କନ ଦାଖଲ କରିଥିଲେ । ସେ ହେଉଛନ୍ତି ବରିଷ୍ଠ ବିଜେଡି ନେତା ସି ଏ ଚ ଲୋକନାଥ ଙ୍କ ସ୍ତୀ ସେ ଖାରାଡ଼ା ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟ ଅଟନ୍ତି ।

ତାଙ୍କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗାବା ରା ତିରୁପତି ରାଓ, ସରପଞ୍ଚ ଅଖିଳ ପାତ୍ର, ଏମ୍ ପି ପ୍ରତିନିଧି ବାବୁ ରାଓ, ଆର୍ ସତୀଶ, ଜଗନ୍ନାଥ ଦୋରା ,ବ୍ଲକ ଅଧ୍ୟକ୍ଷା ବାଲା ସାୟମ୍ମା ଶ୍ରୀମତୀ କଲ୍ୟାଣୀ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।