Advertisements
Monday, July 13, 2020
Home Cultural & Festival ଜ୍ଞାନାଲୋକ ଅଜ୍ଞାନ ଅନ୍ଧକାରକୁ ଦୂରୀଭୂତ କରେ, ସର୍ବଭାରତୀୟ ଦିବ୍ୟ ସମ୍ମିଳନୀରେ ମତପ୍ରକାଶ

ଜ୍ଞାନାଲୋକ ଅଜ୍ଞାନ ଅନ୍ଧକାରକୁ ଦୂରୀଭୂତ କରେ, ସର୍ବଭାରତୀୟ ଦିବ୍ୟ ସମ୍ମିଳନୀରେ ମତପ୍ରକାଶ

ପଦ୍ମପୁର(ପ୍ରଭାତ କୁମାର ମିଶ୍ର): ଅଜ୍ଞାନ ହେଉଛି ଦୁଃଖର କାରଣ, ମନୁଷ୍ୟ ଦେହରେ ଦେବତ୍ୱର ବିକାଶ ଜାଗ୍ରତ କରାଇବାକୁ ହେଲେ ଗୁରୁଙ୍କ ଆଶ୍ରିତ ହେବ ଆବଶ୍ୟକ | ଗୁରୁ ଜ୍ଞାନାଲୋକରୁ ଅଜ୍ଞାନ ଅନ୍ଧକାରକୁ ଦୂରୀଭୂତ କରି ଈଶ୍ୱର ପ୍ରାପ୍ତିର ପାଠ ପରିସ୍କାର କରିଥାନ୍ତି ବୋଲି ସର୍ବଭାରତୀୟ ଦିବ୍ୟ ସମ୍ମିଳନୀର ପ୍ରବକ୍ତା ମାନେ ମତବ୍ୟକ୍ତ କରିଛନ୍ତି |

ପଦ୍ମପୁର ସ୍ଥିତ ଗୁଡିଆବନ୍ଧ ଠାରେ ଦିବ୍ୟ ଦର୍ଶନର ୩୬ତମ ଦିବ୍ୟ ସମ୍ମିଳନୀ ଅବସରରେ ଦ୍ଵିତୀୟ ଦିବସରେ ଗୁଣୁପୁର ଜିଆଇଟି ର ଚନ୍ଦ୍ରଧ୍ବଜ ପଣ୍ଡାଙ୍କ ଦ୍ୱାରା ଦିବ୍ୟ ଦର୍ଶନ ର ଡିମାଣ୍ଡ ଅଫ ଦି ହିଲ ଇଂରାଜୀ ନବପୁସ୍ତକ ର ଶୁଭ ଉନ୍ମୋଚନ କରାଯାଇଥିଲା | ଉକ୍ତ ସମ୍ମିଳନୀରେ ସଦଗୁରୁ ଅର୍ଜୁନଙ୍କ ଆବିର୍ଭାବ ୫୧ଟି ଶାଖାର ସଦମାର୍ଗୀ ଏକାଠି ହୋଇଥିଲେ | ଏଥିରେ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ମଧ୍ୟପ୍ରଦେଶ, ଓ ପୁନେର ପ୍ରମୁଖ ମାର୍ଗଦର୍ଶକ ମାନେ ଉପସ୍ଥିତ ଅଛନ୍ତି | ଉକ୍ତ କାର୍ଯ୍ୟକ୍ରମରେ ସଂଘର ସଭାପତି ଗୁରୁଦେବ ସିଂ, ସମ୍ପାଦକ କେଶବ ସେଠି, ଉପସଭାପତି ରବିନ୍ଦ୍ରନାଥ ମହାନ୍ତି, କୋଷାଧ୍ୟକ୍ଷ ଶିବଚରଣ ରାୟ, ପ୍ରମୁଖ ଉପସ୍ଥିତ ଥିବା ସମୟରେ କାର୍ଯ୍ୟକ୍ରମକୁ ଲାଡୀ ଉଦୟସଂକର, ସୋମନାଥ ସାହୁ, ଲାଡୀ ନାଗେଶ୍ୱର ରାଓ, ଲାଡୀ ସୋମେଶ୍ୱର ରାଓ, ଲାଡୀ ତୁକାରମ ଉଦୟନାଥ ସାହୁ, ଏସ. ଗୌରୀଶଙ୍କର ଙ୍କ ସହ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି | ଓଡିଶା ସମେତ ଆନ୍ଧ୍ରପ୍ରଦେଶରୁ ଭକ୍ତଙ୍କ ଶୁଆକୁ ଦୃଷ୍ଟିରେ ରଖି ଆଜି ତେଲେଗୁ ଭାଷାରେ ମଧ୍ୟ ସତସଙ୍ଗ ଓ ପାଲା ପରିବେଷଣ କରାଯାଉଛି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରୟ ବଙ୍ଗଳାର ଉତ୍ତର ଦିନାଜପୁରରେ ଝୁଲୁଥିବା ଦେଖିବାକୁ ମିଳିଛି : ଦଳ କହିଛି ଟିଏମସି ଦ୍ୱାରା ହତ୍ୟା

କଲିକତା (୧୩/୦୭-ଓଡିଶାନ୍ୟୁଜ୨୪ ବ୍ୟୁରୋ ): ସୋମବାର ସକାଳେ ଉତ୍ତର ଦିନାଜପୁର ଜିଲ୍ଲାର ହେମତାବାଦ ଅଞ୍ଚଳରେ ଥିବା ତାଙ୍କ ଘର ନିକଟରେ ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ନାଥ ରୟଙ୍କ...

ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ନେଇ ସୂଚନା ଦେଲେ ମନ୍ତ୍ରୀ

ରିପୋର୍ଟ: ଓଡିଶାନ୍ୟୁଜ୨୪ବ୍ୟୁରୋ //ଭୁବନେଶ୍ୱର (୧୩।୦୭): ମାଟ୍ରିକ ପରୀକ୍ଷା ଖାତାଦେଖା ଶେଷ ହୋଇଛି । ଟାବୁଲେସନ ଆରମ୍ଭ ହୋଇଯାଇଛି । ଖୁବ୍‌ଶୀଘ୍ର ଫଳ ପ୍ରକାଶ ନେଇ ତାରିଖ ଘୋଷଣା ହେବ...

ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ, ବୋର୍ଡ ଓ୍ୱେବସାଇଟ୍‌ରେ ରେଜଲ୍ଟ

ନୂଆଦିଲ୍ଲୀ, ୧୩।୦୭: ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ ବୋର୍ଡର ଓ୍ୱେବସାଇଟରେ ନିଜର ଫଳ ଦେଖିପାରିବେ । କରୋନା ଭାଇରସ ପାଇଁ ରେଜଲ୍ଟ ପ୍ରକାଶରେ...

ଚିକିତ୍ସା ଅବହେଳାରୁ ଶିଶୁମୃତ୍ୟୁ ଅଭିଯୋଗ, ମିଳିଲାନି ଆମ୍ବୁଲାନ୍ସ ବାଇକ ଯୋଗେ ବୁହାହେଲା ଶିଶୁର ଶବ

ରିପୋର୍ଟ: ଜଗଦୀଶ ଦାସ //ରାଇକିଆ(୧୩/୦୭): ସରକାର ସ୍ୱାସ୍ଥ୍ୟର ଉନ୍ନତି ପାଇଁ ବିଭିନ୍ନ ଯୋଜନା କରିଛନ୍ତି ର୍ତ୍ତମାନ ପରିସ୍ଥିତି କିନ୍ତୁ ଆଦିବାସୀ ଅଧ୍ୟୁଷିତ କନ୍ଧମାଳରେ ସ୍ୱାସ୍ଥ୍ୟ ସେବା ଏକରକମ ଭୁଶୁଡିଯାଇଛି...

Recent Comments

%d bloggers like this: