ଗୁଣପୁର ପୋଲିସ ଦ୍ଵାରା ବିପୁଳ ପରିମାଣର ବିଦେଶୀ ମଦ ଜବତ : ଦୁଇ ଜଣ ଗିରଫ

0
166
ଗୁଣପୁର ପୋଲିସ

ରିପୋର୍ଟ : ବିରଞ୍ଚି ପ୍ରସାଦ
ରାୟଗଡ଼ା, (୨୩/୦୩) : ରାୟଗଡା ଜିଲ୍ଲା ଗୁଣପୁର ପୋଲିସ କୁ ମିଳିଛି ଏକ ବଡ଼ ସଫଳତା । ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଆଦର୍ଶ ଥାନା ଅଧିକାରୀ ଗୁଣୁପୁର ବ୍ଲକ ଅନ୍ତର୍ଗତ ରାମନଗୁଡ଼ା ଠାରେ ଚଢ଼ାଉ କରିଥିଲେ ।

ଏହି ଚଢ଼ାଉରେ ୧୭୦ ଲିଟର ବିଦେଶୀ ମଦ ସହ ନଗଦ ୭୭୦୦ ଟଙ୍କା ଗୋଟିଏ ମୋବାଇଲ ଜବତ ସହ ଦୁଇ ଜଣ ବ୍ୟକ୍ତିକୁ ଗୁଣପୁର ପୋଲିସ ଗିରଫ କରିଥିଲେ । ରାୟଗଡା ଠାରୁ ଗୁଡାରି ଅଭିମୁଖେ ଯାଉଥିବା ଇଣ୍ଡିଗୋ ଗାଡି ନମ୍ବର ଓ ଆର ୦୨ ଡ଼ି ଟି ୨୧୪୦ କୁ ରାମନାଗୁଡା ନିକଟରେ ଅଟକାଇ ଗାଡି ର କାଗଜପତ୍ର ତନଖି କରିବା ସମୟରେ ଗାଡି ର କାଗଜପତ୍ର ନ ଥିବା ଓ ଉକ୍ତ ଗାଡ଼ିରେ ବିଦେଶୀ ମଦ ଚୋରା ଚାଲାଣ ହେଉଥିବା ଜାଣିବାକୁ ପାଇଥିଲେ ବୋଲି, ଥାନା ଅଧିକାରୀ ଯଶୋବନ୍ତ ହିଆଲ ସୂଚନା ଦେଇଛନ୍ତି ଏବଂ ଓଡ଼ିଶା ଏକ୍ସାଇଜ ଏକ୍ଟ ୨୦୦୮ ରେ କେସ ରୁଜୁ କରାଯାଇଛି ।

ଅଭିଯୁକ୍ତ ହରିଶଙ୍କର ରାଇ ଏବଂ ସଂଜୟ ସାହୁଙ୍କୁ କୋର୍ଟ ଚାଲାଣ କରାଯିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ବର୍ତ୍ତମାନ ପୌର ନିର୍ବାଚନ ଚାଲିଥିବାରୁ ଏ ଭଳି ଚୋରା ମଦ କାରବାର ବୃଦ୍ଧି ପାଉଥିବା ଜଣା ପଡିଛି ।