Related Contents

ବିଧାୟକଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ କଲେ ଦ୍ୱୀପଞ୍ଚଳ ଉନ୍ନୟନ ପରିଷଦ

ଯାଜପୁର(ସତ୍ୟଜିତ ବାରିକ): ଯାଜପୁର ଜିଲ୍ଲା ବରୀ ତହସିଲ ମୁଖ୍ୟ ଫାଟକରେ ତାଲା ପକାଇ ଦ୍ୱିପାଞ୍ଚଳ ଉନ୍ନୟନ ପରିଷଦ ପକ୍ଷରୁ ଚାଲିଥିବା ଗଣ ଆନ୍ଦୋଳନ ସୋମବାର ଅପରାହ୍ନରେ ପ୍ରତ୍ୟାହୃତ ହୋଇଛି ।

ଦୀର୍ଘ ୬ ଦିନ ଧରି ଚାଲିଥିବା ବରୀ ଅଂଚଳର ମୈାଳିକ ସମସ୍ୟାକୁ ନେଇ ଗଣ ଆନ୍ଦୋଳନକାରୀମାନେ ଅନ୍ଦୋଳନରୁ ଓହରି ଯାଇଛନ୍ତି । ଘଟଣାସ୍ଥଳରେ ବରୀ ବିଧାୟକ ଦେବାଶିଷ ନାୟକ ପହଞ୍ଚି ବରୀ ଅଂଚଳର ମୈାଳିକ ସମସ୍ୟାକୁ ନେଇ ରାଜ୍ୟ ମୁଖ୍ୟ ମନ୍ରୀଙ୍କ ପ୍ରକୋଷ୍ଠରେ ଆଲୋଚନା କରିବେ ବୋଲି ଦୃଢ ପ୍ରତିଶୃତି ଦେଇଛନ୍ତି । ବରୀକୁ ନିଶାମୁକ୍ତ,ଜମିକୁ ଜଳ,ମହିଳାଙ୍କୁ ସ୍ୱାବଲମ୍ବି,୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା ଆଦି ମୈାଳିକ ସମସ୍ୟା ଉପରେ ପ୍ରଥମେ ଯାଜପୁର ଜିଲ୍ଲାପାଳଙ୍କ ସହିତ ଆନ୍ଦୋଳନକାରୀମାନେ ଆଲୋଚନା କରିବେ ବୋଲି ବିଧାୟକ ଏନେଇ ଆସନ୍ତାକାଲି ଦିନ ଧାର୍ଯ୍ୟ କରିଛନ୍ତି । ଏସବୁ ପ୍ରତିଶୃତି ପାଇଲାପରେ ଆନ୍ଦୋଳନକାରୀ ମାନଙ୍କୁ ବିଧାୟକ ନାୟକ ଥଣ୍ଡା ପାନୀୟ ପିଆଇ ଆନ୍ଦୋଳନରୁ ଓହରି ଯିବାକୁ କହିଥିଲେ । ପରିଷଦର ସଭାପତି କୁଳମଣି ଶୁକ୍ଳ ବିଧାୟକଙ୍କଠାରୁ ପ୍ରତିଶୃତି ପାଇଲା ପରେ ଅନ୍ଦୋଳନ ପ୍ରତ୍ୟାହୃତ କରିଥିବା କହିଛନ୍ତି |

Comments are closed.