Related Contents

୬୮ ଏସଏଚଜି କୁ ୩୭ ଲକ୍ଷ ଋଣ ପ୍ରଦାନ

ଲୋଇସିଂହା(ବିମଳେନ୍ଦୁ ସାହୁ): ବଲାଂଗିର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଲୋଇସିଂହା ଶାଖା ତରଫରୁ ସ୍ଥାନୀୟ ବୁର୍ଡା ସ୍ଥିତ ଡାକ ବଙ୍ଗଳା ଠାରେ ଋଣ ପ୍ରଦାନ ମେଳା ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ବିଭିନ୍ନ ଅଞ୍ଚଳର ୬୮ ଗୋଟି ସ୍ୱୟଂ ସହାୟକ ଗୋଷ୍ଠିଙ୍କୁ ମୋଟ ୩୭ ଲକ୍ଷ ୭୮ ହଜାର ଟଙ୍କା ଋଣ ମାତ୍ର ଏକ ପ୍ରତିଶତ ସୁଧ ହାରରେ ପ୍ରଦାନ କରାଯାଇଥିଲା । ଲୋଇସିଂହା ବ୍ୟାଙ୍କ ଶାଖା ପରିଚାଳକ ଗୌରୀଶଙ୍କର ସାହୁଙ୍କ ସଭାପତିତ୍ୱରେ ଅନୁଷିତ ସମାରୋହରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ସମବାୟ ବ୍ୟାଙ୍କ ସଭାପତି ଲକ୍ଷ୍ମଣ ମେହେର ଯୋଗ ଦେଇ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କୁ ଋଣ ପ୍ରଦାନ କରିଥିଲେ ।

ନାମମାତ୍ର ଏବଂ ଭୂମିହୀନ ଚାଷୀଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ଠିକ ସମୟରେ ଋଣ ପରିଶୋଧ କରୁଥିବା ଗୋଷ୍ଠିଙ୍କୁ ଆଗାମୀ ଦିନରେ ଅଧିକ ଋଣ ପ୍ରଦାନ କରାଯିବ ବୋଲି ଶ୍ରୀ ମେହେର ପ୍ରକାଶ କରିଥିଲେ । ଚଳିତ ଆର୍ଥିକ ବର୍ଷରେ ବଲାଙ୍ଗୀର ସମବାୟ ବ୍ୟାଙ୍କ ୨୫ କୋଟି ଲାଭ କରିବା ସହିତ ସମଗ୍ର ରାଜ୍ୟର ସମବାୟ ବ୍ୟାଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ନେଇ ଶ୍ରୀ ମେହେର ସୂଚନା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବଲାଙ୍ଗୀର ସମବାୟ ବ୍ୟାଙ୍କ ଏଜିଏମ ରବୀନ୍ଦ୍ର କୁମାର ସାହୁ, ନିର୍ଦେଶକ ବାସନ୍ତି ମିଶ୍ର, ସୁପରଭାଇଜର ଅରକ୍ଷିତ ପଧାନଙ୍କ ସମେତ ସମସ୍ତ ପେକ୍ସ ଗୁଡିକର ସଭାପତି ଏବଂ ସମ୍ପାଦକ ମାନେ ଉପସ୍ଥିତ ଥିଲେ ।

Comments are closed.