Friday, March 29, 2024

Top 5 This Week

Related Posts

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଦ୍ୱାରା ଆଶା କର୍ମୀ ସମ୍ମାନୀତ

ରିପୋର୍ଟ : ରବିଶଙ୍କର ମହାପାତ୍ର
ବୋରିଗୁମ୍ମା, (୨୨/୩) : ବୋରିଗୁମ୍ମା ସ୍ଥିତ ଟାଉନ୍ ହଲ୍ ଠାରେ ଆଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମେଳନ ଅନୁଷ୍ଠିତ ହୋଇ ଯାଇଛି ।

ଏହି ଅବସରରେ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ମୂଖ୍ୟ ଚିକିତ୍ସାଧିକାରୀ ଡଃ ରାଜାରାମ ସ୍ୱାଇଁ ଙ୍କ ଦ୍ୱାରା ୩ ଜଣ ଆଶା କର୍ମୀ ଓ ଗୋଟିଏ ଗାଁ କଲ୍ୟାଣ ସମିତି କୁ ପୁରଷ୍କୃତ କରାଯାଇଛି । ସର୍ବଶ୍ରେଷ୍ଠ ଗାଁ କଲ୍ୟାଣ ସମିତି ଭାବେ ବଡ ମହୁଲି ସମ୍ମାନୀତ ହୋଇଥିବା ବେଳେ ଶ୍ରେଷ୍ଠ ଆଶା କର୍ମୀ ଭାବେ ହର୍ଦ୍ଦୋଳୀ ଗ୍ରାମ ର ଗୁଲଜାର ବିବି ପ୍ରଥମ ,ନୂଆଗାଁ ର ରିତା ନାୟାର ଦ୍ଵିତୀୟ ତଥା ବଡ ଦୁବୁଲି ଗ୍ରାମ ର ଭଗବତି ପେଣ୍ଠିଆ ତୃତୀୟ ପୁରସ୍କାର ପାଇଥିବା ଜଣା ପଡିଛି । ସ୍ୱାସ୍ଥ୍ୟ ସେବାରେ ଗୋଷ୍ଠୀ ସହଭାଗିତା ଆଧାରରେ ଏହି ପୁରସ୍କାର ପ୍ରଦାନ କରାଯାଇଥିବା ଜଣା ପଡିଛି ।

Popular Articles