Advertisements
Wednesday, July 8, 2020
Home Cultural & Festival ଅବ୍ୟବସ୍ଥାରେ ଗୁପ୍ତେଶ୍ୱର ଶୈବପୀଠ, ଜାଗର ପାଇଁ ଭକ୍ତଙ୍କ ଭିଡ

ଅବ୍ୟବସ୍ଥାରେ ଗୁପ୍ତେଶ୍ୱର ଶୈବପୀଠ, ଜାଗର ପାଇଁ ଭକ୍ତଙ୍କ ଭିଡ

ବୈପାରିଗୁଡା(ଏନ.ସନ୍ତୋଷ କୁମାର): କୋରାପୁଟ ଜିଲ୍ଲା ବୈପାରିଗୁଡା ଅନ୍ତର୍ଗତ ପ୍ରସିଦ୍ଧ ଶିବ ପିଠ ଗୁପ୍ତେଶ୍ୱର ଠାରେ ଜାଗର ପାଇଁ ଜମୁଛି ଭକ୍ତଙ୍କ ଭିଡ |

ପ୍ରାୟ ୫୦ ହଜାରରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି | କିନ୍ତୁ ଏଠାରେ ଏଥିପାଇଁ ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରିତ କରିବାକୁ କୋଣସି ଉଚିତ ପଦକ୍ଷେପ ନିଆ ଯାଉନାହିଁ | ନଦୀ କୂଳରେ ଓ ନଳକୂପ ନିକଟରେ ପରିମଳ ବ୍ୟବସ୍ତା ଅପରିଷ୍କାର ଅଛି | ନଦୀରେ ବୁଡ଼ ଦେଲାପରେ ମହିଳା ମାନଙ୍କୁ ସ୍ୱତନ୍ତ ରୁମର ବ୍ୟବସ୍ଥା ନ ଥିବା ଯୋଗୁଁ ଅଧିକାଂଶ ମହିଳା ଭକ୍ତ ନାହିଁ ନ ଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି | ଯାତ୍ରୀଙ୍କ ବିଶ୍ରାମଗାର ଆଵଶ୍ୟକତା ଥିବାବେଳେ ଦେବୋତ୍ତର ବିଭାଗ ତରଫରୁ କୋଣସି ସୁବିଧା କରାଯାଉ ନଥିବା ଦେଖିବାକୁ ମିଳିଛି |

ସେହିପରି ବହୁ ସଂଖ୍ୟାରେ ମହିଳା ଭକ୍ତ ଏଠାକୁ ଆସୁଥିବା ବେଳେ ସେମାନଙ୍କ ପାଇଁ ଏଠାରେ ପୁରୁଷ ଓ ମହିଳା ଭିନ୍ନ ଭିନ୍ନ ଦର୍ଶନ ଲାଇନ ନ ଥିବା ଯୋଗୁଁ ଦର୍ଶନ ସମୟରେ ଠେଲା ପେଲା ହେବାର ସମ୍ଭାବନା ରହିଛି | ଶୃଙ୍ଖଳା ଦୃଷ୍ଟିରୁ ଏଠାରେ ବାଲିଗାଁ ,ହଳଦୀକୁଣ୍ଡ ,ରାମଗିରି, ଦଂଡବଡୀ ପଞ୍ଚାୟତର ସ୍ଥାନୀୟା ଯୁବକ ମାନେ ସ୍ବେଚ୍ଛାସେବୀ ଭାବେ ରହିଥିବା ବେଳେ ମହିଳା ସ୍ୱେଛାସେବୀଙ୍କ ଆବଶ୍ୟକତା ରହିଛି | ଶାବେରି ନଦୀ ପାର ହୋଇ ଛତିଶଗଡ଼ରୁ ବହୁ ଭକ୍ତ ଆସୁଥିବାବେଳେ ନଦୀ ପାର ପାଇଁ ବାଉଁଶ ଭେଳା ଦେଇ ପାର ହେଉଛନ୍ତି କିନ୍ତୁ ଏପରି ବିପଦ ସଂକୁଳ ଅବସ୍ଥାରେ ନାହିଁ ନ ଥିବା ଅସୁବିଧା ଦେଖିବାକୁ ମିଳିଛି | ଏଠାରେ ଏହି ସମସ୍ତ ବିଷୟକୁ ନେଇ ଦେବୋତ୍ତର ବିଭାଗର ସଭାପତି ନଟିଆ ନାୟକ, ଅତିରିକ୍ତ ତହସିଲଦାର ମାନସ ପଟ୍ଟନାୟକ ଙ୍କୁ ପଚାରିବାରୁ ଅତିଶୀଘ୍ର ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଛନ୍ତି |

Advertisements

Most Popular

କନ୍ଧମାଳ ଜିଲ୍ଲାରେ ପୁଲିସ ଏବଂ ମାଓବାଦୀ ମୁହାଁମୁହିଁ

କନ୍ଧମାଳ/ଘୁ.ଉଦୟଗିରି (୦୮/୦୭): କନ୍ଧମାଳ ଜିଲ୍ଲାରେ ଆଜି ପୁଣି ପୁଲିସ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଏଥି ସହିତ ପୁଲିସ ଏବଂ...

ସରକାରୀ ଚାକିରିଆ ଗଣମାଧ୍ୟମ ଆଗରେ ମୁହଁ ଖୋଲି ପାରିବେନି

ଭୁବନେଶ୍ୱର (୦୮/୦୭): ରାଜ୍ୟରେ ଏବେଠୁ କୌଣସି ସରକାରୀ ଚାକିରି ଗଣମାଧ୍ୟମ ଆଗରେ ମୁହଁ ଖୋଲିପାରିବେନି ବୋଲି ଜଣାପଡିଛି । ସରକାରୀ ଚାକିରି...

ଧର୍ମପ୍ରାଣ ମହିଳା ଙ୍କ ପରଲୋକ , ଯାଜପୁର

ରିପୋର୍ଟ: ସତ୍ୟଜିତ ବାରିକ //ବରୀ,ଯାଜପୁର (୦୭/୦୭): ଯାଜପୁର ଜିଲ୍ଲା ବରୀ ବ୍ଲକ ରଂପା ଗ୍ରାମ ପଞ୍ଚାୟତ ର ଉପର ରମ୍ପା ର ସ୍ବର୍ଗତ କିଶୋର ଚନ୍ଦ୍ର ମହାନ୍ତି ଙ୍କ...

ସାଂସଦଙ୍କ ବନ୍ଧୁଗାଁର ଆଦର୍ଶ ପଞ୍ଚାୟତକୁ ସମୀକ୍ଷା ଗସ୍ତ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୭/୬/୨୦): କୋରାପୁଟ ଜିଲ୍ଲା ସାଂସଦ ମାନ୍ୟବର ସପ୍ତଗିରି ଶଙ୍କର ହୁଲୁକା ଗାରିଡି ଆଦର୍ଶ ଗ୍ରାମ ପଞ୍ଚାୟତ ପରିଦର୍ଶନ କରିବା ସହିତ ଉପସ୍ଥିତ...

Recent Comments

%d bloggers like this: