Advertisements
Thursday, July 2, 2020
Home Business & Private ରାୟଗଡ଼ା ମହିଳା ମହାବିଦ୍ୟାଳୟରେ ଓଡ଼ିଆ ବିଭାଗର କର୍ମଶାଳା, ବ୍ୟଙ୍ଗ ସ୍ରଷ୍ଟା ଗନ୍ତାୟତ ଶିବପ୍ରସାଦଙ୍କ ସମ୍ପର୍କରେ ଆଲୋଚନା

ରାୟଗଡ଼ା ମହିଳା ମହାବିଦ୍ୟାଳୟରେ ଓଡ଼ିଆ ବିଭାଗର କର୍ମଶାଳା, ବ୍ୟଙ୍ଗ ସ୍ରଷ୍ଟା ଗନ୍ତାୟତ ଶିବପ୍ରସାଦଙ୍କ ସମ୍ପର୍କରେ ଆଲୋଚନା

ରାୟଗଡ଼ା (ଓଡିଶା ନ୍ୟୁଜ୨୪): ମହିଳା ମହାବିଦ୍ୟାଳୟ,ରାୟଗଡାର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ସ୍ନାତକ ଶ୍ରେଣୀର ଶେଷ ବର୍ଷର ଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ ସହ ଗତ ୨୨ ଫେବୃଆରୀ ୨୦୧୯ ତାରିଖ ଦିନ ମହାବିଦ୍ୟାଳୟର ସଭାକକ୍ଷରେ “କବି ଗନ୍ତାୟତ ଶିବପ୍ରସାଦଙ୍କ ସୃଷ୍ଟି ସମ୍ଭାର : ଏକ ବିହଙ୍ଗାବଲୋକନ” ଶୀର୍ଷକ ବିଷୟବସ୍ତୁ ଆଧାରିତ କର୍ମଶାଳା ଆୟୋଜିତ ହୋଇଯାଇଛି।

ମହାବିଦ୍ୟାଳୟର ଅଧ୍ୟକ୍ଷା ସୁଷମା ଦାଶ ଏଥିରେ ସଭାପତିତ୍ୱ କରି ଗନ୍ତାୟତ ଶିବପ୍ରସାଦଙ୍କ ଭଳି ରାୟଗଡ ମାଟିର ଜଣେ ଯୋଗଜନ୍ମା ସାହିତ୍ୟ ସାଧକଙ୍କ ସୃଷ୍ଟି ସମ୍ଭାରକୁ ନେଇ କର୍ମଶାଳା ଆୟୋଜିତ ହୋଇଥିବାରୁ ସନ୍ତୋଷ ବ୍ୟକ୍ତ କରି ସେ କିଭଳି ବହୁ ପାଠକାଦୃତ ଥିଲେ ବର୍ଣ୍ଣନା କରିଥିଲେ। କର୍ମଶାଳାର ଅତିଥି ଭାବେ ମହାବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପକ ଓ ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ବରେଣ୍ୟ ସ୍ରଷ୍ଟା ଓ ସୁବକ୍ତା ପ୍ରାଧ୍ୟାପକ ଡକ୍ଟର ଦୁଷ୍ମନ୍ତ କୁମାର ମହାନ୍ତି ଯୋଗଦେଇ ନିଜ ଭାବ ବିହ୍ୱଳ ଅଭିଭାଷଣରେ କହିଥିଲେଯେ ଶିବ ପ୍ରସାଦ ନିଜ ଶାରୀରିକ କ୍ଳେଶ ଜନିତ ସକଳ ପ୍ରତିକୂଳତାକୁ ଲଙ୍ଘି କାଳଜୟୀ ସୃଜନରେ ନିଜ ସଂକ୍ଷିପ୍ତ ଆୟୁଷର ପ୍ରତିଟି ମୂହୁର୍ତ୍ତ ବିନିଯୋଗ କରିଯାଇଛନ୍ତି। ତେଣୁ ଆଜି ବି ଯଶୋଦେହେ ସେ ଆୟୁଷ୍ମାନ ଅଛନ୍ତି ବୋଲି ଡକ୍ଟର ମହାନ୍ତି ଉଲ୍ଲେଖ କରିଥିଲେ। ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ଅଧ୍ୟାପକ ରଘୁନାଥ ଭୁଏଙ୍କ ପରିଚାଳନା ତଥା ବିଭାଗର ଅଧ୍ୟାପିକା ରୋଜାଲିନ୍ ରାଉତ ଓ ଅଧ୍ୟାପିକା ସ୍ନେହଲତା ସ୍ୱାଇଁଙ୍କ ସହଯୋଗରେ ଆୟୋଜିତ ଏହି କର୍ମଶାଳାରେ ମହାବିଦ୍ୟାଳୟର ଦ୍ୱିତୀୟ ବର୍ଷ ଓଡ଼ିଆ ସମ୍ମାନର ଛାତ୍ରୀ ସାଇ ସନ୍ତୋଷିନୀ ଗନ୍ତାୟତ, ତନ୍ୱ1 ଅଗ୍ରୱାଲ ଓ ପ୍ରିନ୍ସ୍ ସେଠୀ ପ୍ରମୁଖ ଗନ୍ତାୟତ ଶିବ ପ୍ରସାଦୀୟ ସୃଷ୍ଟି ସମ୍ଭାରର ବିଭିନ୍ନ ଦିଗକୁ ନେଇ ସ୍ୱରଚିତ ସନ୍ଦର୍ଭ ପାଠ କରିଥିବା ବେଳେ ଓଡିଆ ସମ୍ମାନ ପ୍ରଥମ ବର୍ଷର ଛାତ୍ରୀ ଅଞ୍ଜଳି ବିଡିକା ଅତିଥି ପରିତୟ ପ୍ରଦାନ କରିଥିଲେ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବେସରକାରୀ ଫାଇନାନ୍ସ ଜବରଦସ୍ତ ଋଣ ଆଦାୟ ଅଭିଯୋଗ

ରିପୋର୍ଟ : ଜଗଦୀଶ ଦାସ //ରାଇକିଆ (୦୧/୦୭ ): ସାରାବିଶ୍ୱରେ ବିଶ୍ୱମହାମାହାମାରୀ କାରୋନା କାୟାବିସ୍ତାର କରୁଥିବା ବେଳେ ଓଡିଶାରେ ମଧ୍ୟ କାରୋନା ଆତଙ୍କ ଖେଳାଇଛି ଦିନକୁ ଦିନ କୋରନା...

ମାକ୍ସ ପିନ୍ଧିବା ଲାଗି ସଚେତନ କଲେ ପୁଲିସ କର୍ମଚାରୀ

ରିପୋର୍ଟ୍: ଜଗନ୍ନାଥ ଦଳେଇ //ଖଇରପୁଟ (୧/୭): ଦିନକୁ ଦିନ ଭୟାବହ ସୃଷ୍ଟି କରୁଛି କରନାରେ ଏହି ସଂକ୍ରାମକ ରୋଗ। ପ୍ରତି ଦିନ ୧୦୦ ରୁ ଉର୍ଦ୍ଧ ଵଡୁଛନ୍ତି କରନାରେ...

ବିନା ରଥରେ ମହାପ୍ରଭୁ ଜନ୍ମ ବେଦୀ ରୁ ମନ୍ଦିରକୁ ଫେରିଲେ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧୵ ୭): ବରଗଡ ଜିଲ୍ଲା ଝାରବନ୍ଧ ଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବଳଭଦ୍ର ଏ ସୁଭଦ୍ରା ମାଉଁସୀ ମନ୍ଦିରରେ ନଅଦିନ...

ଆଲୋମଣ୍ଡା ଓ ଡୁମାଡ଼ଙ୍ଗର ସାପ୍ତାହିକ ବୁଧବାର ବଜାର ବନ୍ଦ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୧:୭:୨୦): କୋରାପୁଟ ଜିଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକରେ ଗତ ୨୭ ତାରିଖ ଦିନ ୧୦ କରନା ରୋଗୀ ଚିହ୍ନଟ ହୋଇଥିବା ସହ...

Recent Comments

%d bloggers like this: