Friday, March 29, 2024

Top 5 This Week

Related Posts

ଆଜିର ମୁଖ୍ୟ ଖବର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୨/୦୩) : ଆଜିର ମୁଖ୍ୟ ଖବର ସହ କିଛି ରୋଚକ ଖବର ଯାହା ସାଧାରଣ ଜନତାଙ୍କ ପାଇଁ ଉଦ୍ଦିଷ୍ଟ ତାହା ଏବେ ଆମେ ଆପଣଙ୍କ ସାମ୍ନାରେ ଉପସ୍ଥାପନ କରୁଛୁ ।

ଆଜିର ମୁଖ୍ୟ ଖବର

୧- ଓଡ଼ିଶାରେ ବଢି ଚାଲିଛି ଟାଟା ପାୱାର ର ଦୌରାତ୍ମ୍ୟ । ବିଦ୍ୟୁତ ବିଲ୍ ନାଁରେ ଉପଭୋକ୍ତାଙ୍କୁ ଲୁଟି ଚାଲିଛି । ଏଭଳି ଏକ ଅଭିଯୋଗ ଆସିଛି ଭୁବନେଶ୍ୱର ଖାରବେଳ ନଗରରୁ, ଯେତେବେଳେ ଉପଭୋକ୍ତାଙ୍କ ନିକଟକୁ ଆସିଛି ପାଖାପାଖି ୪ ଲକ୍ଷ ଟଙ୍କାର ବିଲ । ଏ ନେଇ ଅଭିଯୋଗ ପରେ ଟାଟା ପାୱ୍ୱାର କର୍ତ୍ତୃପକ୍ଷ, ମିଟର ସ୍ଲୋ ହୋଇଯାଇଥିବାରୁ ପିଛଲା ଭାବେ ଏଭଳି ବିଲ ଦିଆଯାଇଥିବା ସଫେଇ ଦେଇଛନ୍ତି ।

୨- କୃଷି ଆଇନକୁ ନେଇ ବଡ଼ ଖବର । ରଦ୍ଦ କରାଯାଇଥିବା ଆଇନ୍‌ରେ ଖୁସିଥିଲେ ୮୬% କୃଷକ ସଂଗଠନ, ସୁପ୍ରିମକୋର୍ଟ କମିଟି ରିପୋର୍ଟ ।

୩- ମଝି ଆକାଶରେ ବଡ ଦୁର୍ଘଟଣା । ୧୩୨ ଜଣ ଯାତ୍ରୀଙ୍କୁ ନେଇ ଚୀନର କୁନମିଙ୍ଗରୁ ଗୁଆଙ୍ଗଝୁକୁ ଯାଉଥିବା ଇଷ୍ଟର୍ଣ୍ଣ ଏୟାର ଲାଇନ୍ସ ର ବୋଇଂ ୭୩୭ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ପାହାଡରେ ପିଟି ହୋଇଯିବା ପରେ ଖସି ପଡିଛି । ଚୀନ୍ ରାଷ୍ଟ୍ରପତି ଏହି ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳକୁ ଯାଇଥିବା ବେଳେ କେହି ଜୀବିତ ନଥିବା ସନ୍ଦେହ କରାଯାଉଛି ।

୪- ଅନୁଗୁଳ ରୁ ସମ୍ବଲପୁର ଆସୁଥିବା ‘ଗରୁଡ଼’ ବସ ଦୁର୍ଘଟଣାଗ୍ରସ୍ତ, ୨୦ ରୁ ୩୦ ଯାତ୍ରୀ ଆହତ ସୂଚନା ।

୫- ଫଟୋଗ୍ରାଫର ମାନସ ସ୍ୱାଇଁଙ୍କ ହତ୍ୟା ମାମଲାରେ ଗିରଫ ହୋଇଥିବା ଅବସରପ୍ରାପ୍ତ ଓଆଇଏସ ଅଧିକାରୀ ନିରଞ୍ଜନ ସେଠୀଙ୍କ ଜାମିନ ଆବେଦନ ଖାରଜ ହୋଇ ଯାଇଛି । ଆଉ ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
୬- ଉତ୍ତରାଖଣ୍ଡ ପରେ ଗୋଆରେ ବି ରିପିଟ୍, ପ୍ରମୋଦ ସାଓ୍ଵନ୍ତ ହେବେ ରାଜ୍ୟ ର ମୁଖ୍ୟମନ୍ତ୍ରୀ ।

୭- କୋଟିଆ ମାମଲାରେ ଆନ୍ଧ୍ରର ପିଟିସନକୁ ଖାରଜ କଲେ ସୁପ୍ରିମକୋର୍ଟ : ପଞ୍ଚାୟତ ନିର୍ବାଚନ ଅସିଦ୍ଧ ଘୋଷଣା କରିବାକୁ ହୋଇଥିଲା ଅପିଲ ।

୮- CIIରେ RBI ଗଭର୍ଣ୍ଣରଙ୍କ ବଡ଼ ବୟାନ, କହିଲେ- ଭଲ ସ୍ଥିତିରେ ଅଛି ଦେଶ ର ଅର୍ଥ ବ୍ୟବସ୍ଥା ।

୯- ସହିଦ ବିପିନ ରାୱତଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ : ପୁରସ୍କାର ଗ୍ରହଣ କଲେ ଦୁଇ ଝିଅ କ୍ରିତିକା, ତାରିଣୀ ।

୧୦- ନିର୍ବାଚନ ହାରି ବି ପାଇଲେ ମୁଖ୍ୟମନ୍ତ୍ରୀ ପଦ – ପୁଷ୍କର ସିଂ ଧାମି ଦ୍ୱିତୀୟ ଥର ପାଇଁ ହେବେ ଉତ୍ତରାଖଣ୍ଡ ର ମୁଖ୍ୟମନ୍ତ୍ରୀ ।

୧୧- ମହିଳା କ୍ରିକେଟ୍‌ ବିଶ୍ୱକପ : ଭାରତ ପାଇଁ ‘କର ବା ମର’ ପରିସ୍ଥିତି, ଆଜି ବାଂଲାଦେଶକୁ ଭେଟିବ ଟିମ୍ ଇଣ୍ଡିଆ ।

୧୨- IPL 2022: ଆଇପିଏଲ ର ୧୫ ମ ସିଜିନରେ ୨୫ ପ୍ରତିଶତରୁ ଅଧିକ ଦର୍ଶକଙ୍କୁ ମିଳିପାରେ ଏଣ୍ଟ୍ରି ।

୧୩- ପୁଣି କାଶ୍ମୀରରେ ଆତଙ୍କୀରାଜ : ଶ୍ରମିକଙ୍କ ସହ ସ୍ଥାନୀୟ ନାଗରିକଙ୍କୁ ଘର ପାଖରେ ଗୁଳି କରି ହତ୍ୟା ।

୧୪- ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନଙ୍କୁ ବଡ଼ ଆଶ୍ୱସ୍ତି : କୃଷ୍ଣସାର ମୃଗ ଶିକାର ମାମଲା ର ସ୍ଥାନାନ୍ତର ଆବେଦନକୁ ମିଳିଲା ମଞ୍ଜୁର ।

୧୫ -ରାଜ୍ୟରେ କରୋନା ସଂକ୍ରମଣ କମୁଥିବା ବେଳେ, ଖୋଲିଛି ସ୍କୁଲ । ଏହାରି ମଧ୍ୟରେ ପୁଣି ଥରେ ପିଲା ମାନଙ୍କୁ ଦିଆଯିବ ଗରମ ଖାଦ୍ୟ । ଏପ୍ରିଲ୍‌ରେ ପୁଣି ଆରମ୍ଭ ହେବ ସ୍କୁଲ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ । ପିଲାମାନଙ୍କ ପାଇଁ ପୁଣିଥରେ ମଧ୍ୟାହ୍ନ ଭୋଜନ ଦେବାକୁ ଗଣ ଶିକ୍ଷା ବିଭାଗ ଚିଠି ଲେଖିଛି ।

୧୬- ବିହାରରେ ପୁଣି ମଦ ମୃତ୍ୟୁ ର ବିଭୀଷିକା: ବିଷାକ୍ତ ମଦ ପିଇ ୩୦ ଜଣରୁ ଅଧିକ ଲୋକଙ୍କ ମୃତ୍ୟୁ ।

୧୭- ୧୨୫ ବର୍ଷରେ ମିଳିଲା ପଦ୍ମଶ୍ରୀ : ନିଆରା ଅନ୍ଦାଜରେ ହୃଦୟ ଜିତିନେଲେ ଯୋଗଗୁରୁ ସ୍ୱାମୀ ଶିବାନନ୍ଦ ।

Popular Articles