Related Contents

ମାଲକାନଗିରି ଜିଲ୍ଲାରେ ମେଗା ଆଇନ ଶିବିର ଅନୁଷ୍ଠିତ

ମାଲକାନଗିରି ଜିଲ୍ଲା ପ୍ରତିନିଧି (ଅସୀମ ବିଶ୍ୱାସ): ମାଲକାନଗିରି ଜିଲ୍ଲାରେ ରାଜ୍ୟ ଆଇନ ସେବା ପ୍ରାଧିକରଣ ଏବଂ ମାଲକାନଗିରି ଜିଲ୍ଲା ଆଇନସେବା ପ୍ରାଧିକରଣ ମିଳିତି ଅନୁକୁଲ୍ୟରେ ଜିଲ୍ଲାଜଜ ତଥା ଜିଲ୍ଲାଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଲୋହିତ ଲାଲ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆଜି ମାଲକାନଗିରି ଦଣ୍ଡକାରଣ୍ୟ ଖେଳପଡିଆରେ ଆଜି ଏକ ମେଗା ଆଇନ ଶିବିର ଅନୁଷ୍ଠିତ ହୋଇ ଯାଇଛି ।

ରାଜ୍ୟ ହାଇକୋର୍ଟ ବିଚାରପତି ତଥା ରାଜ୍ୟ ଆଇନ ପ୍ରଧିକାରଣ କାର୍ଯ୍ୟନିର୍ବାହି ଅଧ୍ୟକ୍ଷା ଶୁଶ୍ରୀ ସଂଜୁପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନକରି ଦାରିଦ୍ର୍ୟ ନିରାକରଣ, ଅଣସଂଘଠିତ ଶ୍ରମିକ,ଜିଲ୍ଲା ର ଆଦିବାସୀ ,ଭିନ୍ନକ୍ଷମଙ୍କ ଅଧିକାର ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁ ମାନଙ୍କ ଅଧିକାର,ବିଭିନ୍ନ ସରକାରି ଯୋଜନା ସଂପର୍କରେ ସୁଚନା ଦେବାସହିତ ଗରିବ ଲୋକଙ୍କୁ ମାଗଣରେ ଆଇନ ସହାୟତା ଯୋଗାଇବା, ନିର୍ଯ୍ୟାତିତ ହେଉଥିବା ମହିଳା,ଶିଶୁ,ଭିନ୍ନକ୍ଷମଙ୍କୁ କିପରି ବିନା ଖର୍ଚ୍ଚରେ ସମସ୍ତ ପ୍ରକାର ଆଇନଗତ ସୁବିଧା ସୁଯୋଗ ଦେବାସହ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉ ଥିବା ସଂପର୍କରେ କହିଥିଲେ ।


ଏହି ଅବସରେ ମାଲକାନଗିରି ଜିଲ୍ଲାର ସାତଟି ବ୍ଲକ ଓ ୧୧୧ଟି ପଚାଂୟତ ରୁ ବଛାଯାଇଥିବା ୧୬୨୦୪ଜଣ ହିତାଧିକାରୀମାନଙ୍କୁ ଜଙ୍ଗଲ ଜମିପଟା, ଭତା, ସୁକନ୍ୟା ଯୋଜନା,ପିତୃମାତୃ ହିନ କନ୍ୟାଶନ୍ତାନଙ୍କୁ ସହାୟତା,ଅଣ ସଂଘଠିତ,ନିର୍ମାଣ ଶ୍ରମିକ ଓ କୃଷକ ମାନଙ୍କୁ ବିଭିନ୍ନ ସାମଗ୍ରୀ ମୁଖ୍ୟଅତିଥି ହାଇକୋର୍ଟ ବିଚାରପତି ଶୁଶ୍ରୀ ପଣ୍ଡା ବଟଂନ କରିଥିଲେ ଏହି ଅବସରେ ଜିଲ୍ଲାଆଇନ ସେବା ପ୍ରାଧିକରଣ ସଚିବ ଅମରେଶ ନାୟକ ସଭା ପରିଚାଳନା କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଜ୍ୟ ଆଇନସେବା ପ୍ରାଧିକରଣ ସଚିବ ଦେବାଶିସ ନାୟକ,ରାଜ୍ୟ ଆଇନ ସେବା ପ୍ରାଧିକରଣ ଉପସଚିବ ଦୀପକ ରଂଜନ ସାହୁ,ଅତିରିକ୍ତ ଜିଲ୍ଲା ଦୌରାଜଜ ପ୍ରଜ୍ଞାନଳିନୀ ମିଶ୍ର,ଜିଲ୍ଲାପାଳ ମନୀଷ ଅଗ୍ରୱାଲ, ଜିଲ୍ଲା ଏସପି ଜଗମୋହନ ମୀନା, ପିଡି ଡିଆରଡିଏ ଲିଙ୍ଗରାଜ ପଣ୍ଡା,ସିଜେଏମ ଦେବାଶିଶ ପଣ୍ଡା,ରେଜିଷ୍ଟାର ସିଭିଲ କୋର୍ଟ ହିମାଶୁଂ ଶେଖର ସିଂ,ଜିଲ୍ଲା ସିଭିଲ ଜଜ୍ ଏସ.କ୍ରୁପାଳିନୀ,ଏସଡି ଜେଏମ ଅମିତାଶ ପଣ୍ଡା,ଜେଏମସି ମୋଟୁ ଅସିତ କୁମାର ସିଂ,ସିଭିଲ ଜଜ୍ ଶ୍ରୀକାନ୍ତ ପାଢୀ ପ୍ରମୁଖ ଯୋଗଦେଇଥିଲେ ।

ସମନ୍ୱୀତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ରାମକ୍ରୀଷ୍ଣା ଗଣ୍ଡ ଦାରିଦ୍ର ଦୂରିକରଣ ଯୋଜନା,ଏମଜିଏନଆରଜିଏ,ଅଣ ସଂଗଠୀତ ଶ୍ରମିକ ଯୋଜନା,ଜଙ୍ଗଲ ଅଧିକାରୀ ଆଇନ,ବୃଦ୍ଧ,ବୃଦ୍ଧାଙ୍କୁ ଭତା ବୃଦ୍ଧି,ଶୁକନ୍ୟା ସମୃଦ୍ଧି ଯୋଜନା,ଚାଷ ଓ ଚାଷୀ ଙ୍କ ଉନ୍ନତି ଯୋଜନା,ସ୍ୱାସ୍ଥ୍ୟ,ଶିକ୍ଷା, ଗମନା ଗମନ,ସହିତ ସରକାରଙ୍କ ପକ୍ଷରୁ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ସଂପର୍କରେ ସୁଚନା ଦେଇଥିଲେ । ଏହି ଅବସରରେ ଜିଲ୍ଲାର ବିଭିନ୍ନ ବିଭାଗ ପକ୍ଷରୁ ଉନ୍ନୟନ ପ୍ରଦର୍ଶନି ଷ୍ଟଲ ସହ ମାଗଣା ସ୍ବାସ୍ଥ୍ୟସେବା ଶିବିର କରାଯାଇଥିଲା ,ଷ୍ଟଲ ଗୁଡିକୁ ଓଡିଶା ଉଚ୍ଚନ୍ୟାୟଳର ବିଚାର ପତି ଓ ଅନ୍ୟାନ ଅତିଥି ମାନେ ପରିଦରର୍ଶନକରି ବିଭାଗୀୟ ଅଧିକାରୀ ଓ ହିତାଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ ।

Comments are closed.