ବଲାଙ୍ଗୀର ସିଭିଲ କୋର୍ଟ ରେ ପଚିଶ ବର୍ଷ ଚାକିରୀ କାଳ ପୂରଣ କରିଥିବା କର୍ମଚାରୀଙ୍କୁ ଜିଲ୍ଲା ଜଜ୍‌ଙ୍କ ସମ୍ବର୍ଦ୍ଧନା

0
144
ବଲାଙ୍ଗୀର ସିଭିଲ କୋର୍ଟ

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗିର, (୨୨/୦୩) : ବଲାଙ୍ଗୀର ସିଭିଲ କୋର୍ଟ ପରିସରରେ ଏକ ଆଡମ୍ବରପୂର୍ଣ୍ଣ ସମାବେଶରେ ପଚିଶ ବର୍ଷ ଚାକିରୀ ସମୟ ପୁରଣ କରି ସାରିଥିବା ସମସ୍ତ କୋର୍ଟ କର୍ମଚାରୀଙ୍କୁ ବଲାଙ୍ଗିର ଜିଲ୍ଲା ଓ ଦୌରା ଜଜ୍‌ ଲୋକନାଥ ମହାପାତ୍ରଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା ।

ବଲାଙ୍ଗୀର ସିଭିଲ କୋର୍ଟ ଜିଲ୍ଲା ଜଜ୍‌ଙ୍କ ସଭାପତିତ୍ୱରେ ସମ୍ବର୍ଦ୍ଧନା କମିଟି ର ଅଧ୍ୟକ୍ଷ ଅଜନ୍ତା ଷଢଙ୍ଗୀ ଏବଂ ବଲାଙ୍ଗିର ବିଚାର ବିଭାଗ କର୍ମଚାରୀ ସଂଘର ସଭାପତି ପ୍ରକାଶ କୁମାର ନେପାକଙ୍କ ସଂଯୋଜନାରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇ ୬୨ ଜଣ ବରିଷ୍ଠ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲା ଜଜ୍‌ ଶ୍ରୀ ମହାପାତ୍ର, ଭିଜିଲାନ୍ସ ଜଜ୍‌ ଅଜନ୍ତା ଷଢଙ୍ଗୀ, ଅତିରିକ୍ତ ଜିଲ୍ଲା ଜଜ୍‌ (ପୋସ୍କୋ) ପ୍ରଶାନ୍ତ କୁମାର ନାୟକ, ବଲାଙ୍ଗିର ଅତିରିକ୍ତ ଜିଲ୍ଲା ଜଜ୍‌ ଇତିଶ୍ରୀ ମହାପାତ୍ର, ଟିଟିଲାଗଡ ଅତିରିକ୍ତ ଜିଲ୍ଲା ଜଜ୍‌ ରାଜ କିଶୋର ମହାପାତ୍ର ଏବଂ ପାଟଣାଗଡ ଅତିରିକ୍ତ ଜିଲ୍ଲା ଜଜ୍‌ ଶ୍ୱେତା ମିଶ୍ର ସମସ୍ତ ବରିଷ୍ଠ କର୍ମଚାରୀ, ବରିଷ୍ଠ ଷ୍ଟେନୋ ଓ ଟାଇପିଷ୍ଟ, ଅମିନ କମିଶନର, ପ୍ରୋସେସ୍‌ ସର୍ଭରରଙ୍କୁ ମାନପତ୍ର, ମୋମେଂଟୋ ତଥା ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ସଭାକାର୍ଯ୍ୟ ଦୀପ ପ୍ରଜ୍ଜଳନ ସହ ଶ୍ରଦ୍ଧାଞ୍ଜଳି ମେହେର ଓ ଅନିଲ ତ୍ରିପାଠୀଙ୍କ ସଂଯୋଜନାରେ ଅନ୍ୟ କର୍ମଚାରୀଙ୍କ ସହ ପ୍ରାରମ୍ଭିକ ସଂଗୀତ ପରିବେଷଣ କରାଯାଇଥିଲା । ସଂଘ ର ସଭାପତି ପ୍ରକାଶ ନେପାକ ସ୍ୱାଗତ ଭାଷଣରେ ଜିଲ୍ଲା ଜଜ୍‌ ତଥା ବିଚାର ବିଭାଗୀୟ ଅଧିକାରୀମାନଙ୍କ ଏହି ସମ୍ବର୍ଦ୍ଧନାକୁ ଏକ ଐତିହାସିକ ପଦକ୍ଷେପ ବୋଲି ବର୍ଣ୍ଣନା କରିଥିଲେ ।

ଜିଲ୍ଲା ଜଜ୍‌ ଏହି ଅବସରରେ ମାନ୍ୟବର ନ୍ୟାୟମୂର୍ତ୍ତି ଓଡିଶା ହାଇକୋର୍ଟ ବିଶ୍ୱନାଥ ରଥଙ୍କ ବାର୍ତ୍ତା ପାଠ କରିଥିଲେ ଏବଂ ସମାବେଶକୁ ଉଦ୍‌ବୋଧନ ଦେଇ ସମସ୍ତ କର୍ମଚାରୀଙ୍କ ନ୍ୟାୟାଳୟ ମାନଙ୍କରେ ନ୍ୟାୟ ପ୍ରଦାନ ପ୍ରକ୍ରିୟାରେ ସହଭାଗିତାକୁ ଭୂୟସୀ ପ୍ରଂଶସା କରିଥିଲେ । ସମ୍ବର୍ଦ୍ଧନା କମିଟି ଅଧ୍ୟକ୍ଷ ଶ୍ରୀମତୀ ଷଢଙ୍ଗୀ ଭବିଷ୍ୟତରେ ମଧ୍ୟ ଏହି ଭଳି ସମ୍ବର୍ଦ୍ଧନା ସଭା ଆୟୋଜନ କରି କର୍ମଚାରୀ ମାନଙ୍କର ଭୂମିକାକୁ ସ୍ୱୀକୃତି ପ୍ରଦାନ କରିବା ଉଚିତ୍‌ ବୋଲି ମତ ପ୍ରକାଶ କରିଥିଲେ ।

ସାଂସ୍କୃତିକ କାର୍ଯ୍ୟକ୍ରମରେ ସମ୍ବଲପୁରୀ ନୃତ୍ୟ ତଥା ରସରାଜ କବି ଅଚ୍ୟୁତ ପୁରୋହିତଙ୍କ ଦ୍ୱାରା ବ୍ୟଙ୍ଗ କବିତା ଆଦୃତ କରାଯାଇଥିଲା । ଜିଲ୍ଲା ଜଜ୍‌ ଅଚ୍ୟୁତ ପୁରୋହିତଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମ ଜରିଆରେ ସଂଘ ର ବାର୍ଷିକୋତ୍ସବ ମଧ୍ୟ ପାଳିତ ହୋଇଥିଲା । ବଲାଙ୍ଗିର ଜିଲ୍ଲା ର ସମସ୍ତ ବରିଷ୍ଠ ତଥା କନିଷ୍ଠ ବିଚାର ବିଭାଗୀୟ ଅଧିକାରୀ ତଥା କର୍ମଚାରୀମାନେ ଯୋଗଦାନ କରିଥିଲେ ।

ସଭାରେ ସଂଘ ର ଉପଦେଷ୍ଟା ପଞ୍ଚାନନ ପଟ୍ଟନାୟକ ଉଦ୍‌ବୋଧନ ଦେଇଥିଲେ ଏବଂ ଦୁତିଆ ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ । ସଂଘ ର ସମ୍ପାଦକ ଆଶିଷ ଥନାପତି, ଉପସଭାପତି ଲକ୍ଷ୍ମୀ ସିଂ, କୋଷାଧ୍ୟକ୍ଷ ଆକାଶ ତ୍ରିପାଠୀ, ସହ ସଂପାଦକ ସବୀର ହୁସେନ ଓ ଶ୍ରଦ୍ଧାଞ୍ଜଳି ମେହେର, ପ୍ରେମାନନ୍ଦ ପଟେଲ କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ଜିଲ୍ଲା ଜଜ୍‌ ସିରସ୍ତାଦର ରାଜେନ୍ଦ୍ର ଦାସ, ହେଡ୍‌ କ୍ଲର୍କ ଦଧିବାବନ ଶତପଥି, ବଳରାମ ମେହେର, ଦିଲିପ ମିଶ୍ର, ହରିବନ୍ଧୁ ବଗର୍ତ୍ତି, କୋର୍ଟ ମ୍ୟାନେଜର ପ୍ରତିରାଣୀ ନାଗ, ସିଷ୍ଟମ ଅଫିସର ଅନିଲ ଦାସ ଓ ନିଜାରତର ଶୁଭ୍ରାଂଶୁ ବାଗ, ସୁବ୍ରତ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସମାବେଶ ସଫଳ ହୋଇଥିଲା ।