Related Contents

ବରୀରେ ବିଶାଳ ହିନ୍ଦୁ ଜାଗରଣ ସମାବେଶ ଉଦଯାପିତ

ବରୀ(ସତ୍ୟଜିତ ବାରିକ): ସାଂପ୍ରତିକ ପରିସ୍ଥିତିରେ ହିନ୍ଦୁ ଧର୍ମର ସୁରକ୍ଷା ନିମନ୍ତେ ବିଭିନ୍ନ ସଂଗଠନ ପ୍ରୟାସ ଜାରି ରଖୁଥିବା ସମୟରେ ବଜରଂଗ ଦଳର ବିଶେଷ ଭୁମିକା ରହିଥିବା ପରିଲକ୍ଷିତ ହେଉଛି । ଏହି କ୍ରମରେ ଯାଜପୁର ଜିଲାରେ ଥିବା ବଜରଂଗ ଦଳ ପକ୍ଷରୁ ମଧ୍ୟ ବହୁ ଲୋକାଭିମୁଖି ସଚେତନ କାର୍ୟ୍ୟକ୍ରମ କରାଯାଇଛି ।

ଆଜି ବଜରଂଗ ଦଳ ପକ୍ଷରୁ ବରୁଆଁ ଠାରୁ ବରୀର ସାହୁପଡା ପର୍ୟ୍ୟନ୍ତ ଏକ ବିଶାଳ ହିନ୍ଦୁ ଜାଗରଣ ଯାତ୍ରାରେ ହଜାର ହଜାର ବଜରଂଗ ପ୍ରେମୀ ଯୋଗ ଦେଇ ଜୟ ଶ୍ରୀ ରାମ ନାଡା ରେ ପ୍ରକମ୍ପିତ କରିଥିଲେ । ଯାଜପୁର ଜିଲ୍ଲାରେ ଘଟୁଥିବା ବେଆଇନ ଗୋଚାଲଣ, ଧର୍ମାନ୍ତି କରଣ ଏଵଂ ଲଭ୍ ଜିହାଦ୍ ପାଇଁ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷ ଅଧିକାରୀଙ୍କୁ ଯାଜପୁର ସଦର ଥାନା ଅଧିକାରୀଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଥିବା ଜିଲା ସଭାପତି ଅରବିନ୍ଦ ମହାନ୍ତି ଜଣାଇଛନ୍ତି । ମୁଖ୍ୟତଃ ଗୋ ଚାଲାଣକୁ ବଂଦ କରିବା ପାଇଁ ତାକଂ ସଂଗଠନ ଧ୍ୟାନ ଦେଉଥିବା କଥା ସେ ପ୍ରକାଶ କରିଛନ୍ତି । ସେହିପରି ଯାଜପୁର ଜିଲା ବରୀ ବ୍ଲକର ଶଂକାରିଗଡାରେ ଥିବା ସକ୍ରିୟ ସଦସ୍ୟ ମାନେ ବରୁଆଁ ଠାରୁ ଆସୁଥିବା ରାଲିକୁ ପାଛୋଟି ଆଣି ବରୀକୁ ଅଗ୍ରସର ହୋଇଥିଲେ । ମାଳଦା ଛକରେ ଯାତ୍ରାକୁ ସ୍ୱାଗତ କରିବା ପାଇଁ ରାସ୍ତାର ଦୁଇ ପାର୍ଶ୍ବ କୁ ସଜାଯାଇଥିବା ଦେଖିବାକୁ ମିଳିଥିଲା । ଅପରପକ୍ଷରେ ମାଳଦା ସମେତ ଚୁଡାକଳ ଛକ , ବାଲିଆପାଳ ଛକ, ସନ୍ଥନ ଛକ , ବରୀ ମାଉଣ୍ଟ, ଦରଜ, ଅଟିରାଓ ରୁ ବହୁ ସଦସ୍ୟ ଯୋଗ ଦେଇଥିବା ଜଣାପଡିଛି ।

Comments are closed.