Friday, March 29, 2024

Top 5 This Week

Related Posts

ଜିଏସ୍‌ଟି ପରିସରକୁ ଆସିବ କ୍ରିପ୍ଟୋ ! ଲାଗିପାରେ ୨୮% ଟ୍ୟାକ୍ସ !

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୧/୦୩) : ସରକାର ଏବେ କ୍ରିପ୍ଟୋ କରେନ୍ସିକୁ ବି ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) ପରିସରକୁ ଆଣିବା ପାଇଁ ବିଚାର କରୁଛନ୍ତି । ସାମଗ୍ରୀ ଏବଂ ସେବା କର ଆଇନ ଅଧୀନରେ କ୍ରିପ୍ଟୋ କରେନ୍ସିକୁ ଜିଏସ୍ଟି ଅଧୀନରେ ବର୍ଗୀକରଣ କରିବା ନେଇ କାର୍ଯ୍ୟ ଚାଲିଛି । 

ଯାହାଦ୍ୱାରା କ୍ରିପ୍ଟୋ କାରବାର ର ସମ୍ପୂର୍ଣ୍ଣ ମୂଲ୍ୟ ଉପରେ ଟିକସ ଲଗାଯାଇ ପାରିବ । ସମ୍ପ୍ରତିି କେବଳ କ୍ରିପ୍ଟୋ ଏକ୍ସଚେଞ୍ଜ ଦ୍ୱାରା ପ୍ରଦାନ କରାଯାଉଥିବା ସେବା ଉପରେ ୧୮% ଜିଏସ୍‌ଟି ଲଗାଯାଉଛି ଏବଂ ଏହାକୁ ବିତ୍ତୀୟ ସେବା ଆକାରରେ ବର୍ଗୀକରଣ କରାଯାଇଥାଏ । ଜିଏସ୍ଟି ଅଧିକାରୀମାନେ ବିଚାର କରୁଛନ୍ତି ଯେ, କ୍ରିପ୍ଟୋ କୌଣସି ଲଟେରୀ, କାସିନୋ, ଜୁଆ ଭଳି ସାମଗ୍ରୀ, ଯେଉଁଗୁଡ଼ିକର ସମ୍ପୂର୍ଣ୍ଣ ମୂଲ୍ୟ ଉପରେ ୨୮% ଜିଏସ୍ଟି ଲାଗୁ ହୋଇଥାଏ ।

ଜଣେ ଅଧିକାରୀଙ୍କ କହିବାନୁସାରେ, କ୍ରିପ୍ଟୋକରେନ୍ସି ଉପରେ ଜିଏସ୍ଟି ଲଗାଇବା ଉପରେ ସ୍ପଷ୍ଟତା ରହିବା ଜରୁରୀ । ଏହା ଉପରେ ବିଚାର କରାଯାଉଛି । ସମ୍ପୂର୍ଣ୍ଣ ମୂଲ୍ୟ ଉପରେ ଜିଏସ୍ଟି ଲଗାଯିବା ଉଚିତ ନା ନାହିଁ ତାହା ଉପରେ କଥାବାର୍ତ୍ତା ଚାଲିଛି ।

Popular Articles