Advertisements
Monday, July 13, 2020
Home Business & Private ପ୍ରେସ୍ ୟୁନିୟନ ରାୟଗଡର ତୃତୀୟ ବାର୍ଷିକ ଉତ୍ସବ

ପ୍ରେସ୍ ୟୁନିୟନ ରାୟଗଡର ତୃତୀୟ ବାର୍ଷିକ ଉତ୍ସବ

ରାୟଗଡା ଜ଼ିଲ୍ଲା ପ୍ରତିନିଧି (ଅମୁଲ୍ୟ ନିଶଙ୍କ): ରାୟଗଡ ଜିଲ୍ଲାର ସୀମାନ୍ତ ଉପାନ୍ତ ଅଂଚଳରେ ନିଜ ମାତୃଭାଷା ଓଡିଆକୁ ଉଦଜୀବିତ କରି ରଖିବା, ରାୟଗଡ ସହର ତଥା ଜିଲ୍ଲାରେ ବନୀକରଣ କରି ସବୁଜ ପରିବେଷ୍ଟିତ କରିବା ଦିଗରେ ଏବଂ ସମାଜସେବା ତଥା ନିଜର ୟୁନିୟନର ସମସ୍ତ ସାମ୍ବାଦିକ ସଦସ୍ୟଙ୍କ ଜରିଆରେ ଲୋକଙ୍କ ସମସ୍ୟାକୁ ସରକାରଙ୍କ ଠାରେ ପଂହଚାଇବା ପାଇଁ ଅନବରତ ଭାବେ ନିଜ ଦାୟିତ୍ବ ସଂପାଦନା କରି ଆସୁଥିବା ପ୍ରେସ୍ ୟୁନିୟନ ରାୟଗଡର ତୃତୀୟ ବାର୍ଷିକ ଉତ୍ସବ ସ୍ଥାନୀୟ ହୋଟେଲ ତେଜସ୍ବୀ ସମ୍ମିଳନୀ କକ୍ଷରେ ୟୁନିୟନର ସଭାପତି ଦୟାନନ୍ଦ ଖାଡଙ୍ଗାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି |

ଏହି ଉତ୍ସବରେ ‍ମୁଖ୍ୟ ଅତିଥି ଭାବେ ଦି ବିଜିନେସ ଷ୍ଟାଣ୍ଡାର୍ଡ (ଇଂରାଜୀ) ଦୈନିକ ଖବର କାଗଜର ସଂପାଦକ ଦିଲ୍ଲୀପ ଶତପଥି, ସମ୍ମାନୀତ ଅତିଥି ଭାବେ କୃଶକ ସମ୍ବାଦ ଓ ସର୍ବଶକ୍ତି ଖବରକାଗଜର ସଂପାଦକ ଭାସ୍କର ଚନ୍ଦ୍ର ବେହେରା ଓ ମୁଖ୍ୟବକ୍ତା ଭାବେ ନ୍ୟାୟବତୀ ପରିଚାଳକ ତ୍ରୀଦେବ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ | ଏହି ଅବସରରେ ରାୟଗଡାର ଦିବଂଗତ ସାମ୍ବାଦିକ ସ୍ବର୍ଗତ ସୁବାଷ ଚନ୍ଦ୍ର ପଣ୍ଡା, ସୁରେଶ ଚନ୍ଦ୍ର ପଣ୍ଡା ଏବଂ ପୁଲଓ୍ବାମାରେ ଆତଙ୍କବାଦୀ ଦ୍ବାରା ଶହିଦ ହୋଇଥିବା ଯବାନମାନଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା | ଉତ୍ସବ ପ୍ରାରମ୍ଭରେ ଅତିଥିମାନେ ଦୀପ ପ୍ରଜ୍ବଳନୀ କରିଥିବା ବେଳେ ମ୍ୟୁଜିକ ଗ୍ୟାଲେକ୍ସଜିର ଶିକ୍ଷାର୍ଥୀଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରାଯାଇଥିଲେ । ପ୍ରେସ ୟୁନିୟନର ସାଧାରଣ ସଂପାଦକ ମନୋଜ କୁମାର ସାହୁ ସଂପାଦକୀୟ ପାଠ କରିଥିଲେ । ସେହିପରି କାଶିପୁରର ପରିବେଶବିତ୍ ବୁଟି ଗୈାଡଙ୍କୁ ନିମନ୍ତ୍ରୀତ ଅତିଥିଙ୍କ ଦ୍ବାରା ସମ୍ମାନୀତ କରାଯାଇଥିଲା ବେଳେ ସ୍ବର୍ଗତ ସାମ୍ବାଦିକ ସ୍ବର୍ଗତ ସୁବାଷ ଚନ୍ଦ୍ର ପଣ୍ଡା ଓ ସୁରେଶ ଚନ୍ଦ୍ର ପାଢୀଙ୍କ ଅବଦାନକୁ ମନେ ପକାଇ ଶ୍ରୀ ପଣ୍ଡାଙ୍କ ସ୍ତ୍ରୀ ସ୍ନେହଲତା ପାଢୀ ଏବଂ ଶ୍ରୀ ପାଢୀଙ୍କ ସ୍ତ୍ରୀ ସଙ୍ଗିତା ସାହୁଙ୍କୁ ସମ୍ମାନୀତ କରାଯାଇଥିଲା । ପ୍ରେସ ୟୁନିୟନର ସମସ୍ତ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

୧୫ ବାଟାଲିୟନ ବିଏସଏଫ ପକ୍ଷରୁ ଚରାରୋପଣ

ରିପୋର୍ଟ: ତ୍ରିନାଥ ଧୁରୁଆ //ଝରିଗାଁ (୧୩.୦୭.୨୦୨୦): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ୧୫ ବାଟାଲିୟନ ବିଏସଏଫ ପକ୍ଷରୁ ଝରିଗାଁ ଥାନା କ୍ୟାମ୍ପ ଓ ବିଏସଏଫ କ୍ୟାମ୍ପ ପରିସରରେ ଚାରାରୋପଣ...

ରାଷ୍ଟ୍ରପତି ଭୋଟରେ ପୋଲାଣ୍ଡର ଡୁଡା ଟ୍ରଜାସ୍କୋସ୍କିଙ୍କୁ କଲେ ପରାସ୍ତ

ପୋଲାଣ୍ଡ (୧୩/୦୭): ରବିବାରର ରାଷ୍ଟ୍ରପତି ଭୋଟରେ ପୋଲାଣ୍ଡର ବର୍ତ୍ତମାନର ରାଷ୍ଟ୍ରପତି ଆଣ୍ଡ୍ରେଜେ ଡୁଡା ଚ୍ୟାଲେଞ୍ଜର ରାଫାଲ ଟ୍ରଜାସ୍କୋସ୍କିଙ୍କୁ ସଂକୀର୍ଣ୍ଣ ଭାବେ ପରାସ୍ତ କରିଛନ୍ତି।

ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରୟ ବଙ୍ଗଳାର ଉତ୍ତର ଦିନାଜପୁରରେ ଝୁଲୁଥିବା ଦେଖିବାକୁ ମିଳିଛି : ଦଳ କହିଛି ଟିଏମସି ଦ୍ୱାରା ହତ୍ୟା

କଲିକତା (୧୩/୦୭-ଓଡିଶାନ୍ୟୁଜ୨୪ ବ୍ୟୁରୋ ): ସୋମବାର ସକାଳେ ଉତ୍ତର ଦିନାଜପୁର ଜିଲ୍ଲାର ହେମତାବାଦ ଅଞ୍ଚଳରେ ଥିବା ତାଙ୍କ ଘର ନିକଟରେ ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ନାଥ ରୟଙ୍କ...

ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ନେଇ ସୂଚନା ଦେଲେ ମନ୍ତ୍ରୀ

ରିପୋର୍ଟ: ଓଡିଶାନ୍ୟୁଜ୨୪ବ୍ୟୁରୋ //ଭୁବନେଶ୍ୱର (୧୩।୦୭): ମାଟ୍ରିକ ପରୀକ୍ଷା ଖାତାଦେଖା ଶେଷ ହୋଇଛି । ଟାବୁଲେସନ ଆରମ୍ଭ ହୋଇଯାଇଛି । ଖୁବ୍‌ଶୀଘ୍ର ଫଳ ପ୍ରକାଶ ନେଇ ତାରିଖ ଘୋଷଣା ହେବ...

Recent Comments

%d bloggers like this: