Friday, March 29, 2024

Top 5 This Week

Related Posts

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଜେଲ୍ ଗଲେ ହତ୍ୟାକାରୀ ନିରଞ୍ଜନ ସେଠୀ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୨/୦୩) : ଜେଲ୍ ଗଲେ ନିରଞ୍ଜନ ସେଠୀ । କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଜେଲ୍ ଗଲେ ପୂର୍ବତନ ଓଆଇଏସ୍ ଅଫିସର ନିରଞ୍ଜନ ସେଠୀ । ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ନିରଞ୍ଜନ ।

ତେବେ ଜେଏମଏଫସି କୋର୍ଟରେ ଜାମିନ ଆବେଦନ ଖାରଜ ପରେ ଜେଲ୍ ଯାଇଛନ୍ତି ନିରଞ୍ଜନ ସେଠୀ । ତେବେ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ଘଟଣାରେ ଆଜି ବଡ ଖୁଲାସା କରିଛି ପୋଲିସ । ମାନସଙ୍କ ହତ୍ୟା ପଛରେ ରହିଛି ବଡବଡିଆଙ୍କ ହାତ । ଅବସରପ୍ରାପ୍ତ ଓଡିଶା ଇନଫର୍ମେସନ ସର୍ଭିସର ଅଧିକାରୀ ନିରଞ୍ଜନ ସେଠୀଙ୍କ ଛତ୍ରଛାୟାରେ ରହିଥିଲେ ମାନସ ହତ୍ୟାକାଣ୍ଡ ର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ।

ମାନସଙ୍କ ଅପହରଣଠାରୁ ଆରମ୍ଭ କରି, ହତ୍ୟା ଓ ପରେ ଶବକୁ ଲୁଚାଇବା ପର୍ଯ୍ୟନ୍ତ ସବୁ ଜାଗାରେ ଉପସ୍ଥିତ ଥିଲେ ଏହି ନିରଞ୍ଜନ ସେଠୀ । ଗିରଫ କରି ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜେଏମଏଫସି କୋର୍ଟରେ ଜାମିନ ଆବେଦନ ଖାରଜ ପରେ ଜେଲ୍ ଯାଇଛନ୍ତି ଅଭିଯୁକ୍ତ ନିରଞ୍ଜନ ସେଠୀ ।

Popular Articles